ଶ୍ରେଣୀଗୃହରେ ଅଚେତ ହେଲେ ୨ ଛାତ୍ର

ବେଗୁନିଆ/ ବୋଲଗଡ, ୧୭।୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ୍‌ ଅଞ୍ଚଳରେ ଥିବା ଏକ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିଲା। ପୂର୍ବାହ୍ନରେ ୨ ଜଣ ଅଷ୍ଟମ ଶ୍ରେଣୀର ଛାତ୍ର ବିଷାକ୍ତ ପଦାର୍ଥ ସେବନ କରି ଶ୍ରେଣୀ ଗୃହରେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ବିଦ୍ୟାଳୟ ବଦନାମ ହେବା ଆଶଙ୍କାରେ ଘଟଣାକୁ ଚାପି ଦିଆଯାଇଥିବା ଜଣାପଡିଛି। ପାଠ ଚାପରେ ଦୁଇ ଛାତ୍ର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।
ମିଳିଥିବା ସୂଚନାନୁସାରେ, ପୂଜା ଛୁଟି ପୂର୍ବରୁ ଶିକ୍ଷକମାନେ ପିଲାମାନଙ୍କୁ ହୋମ୍‌ ଟ୍ୟାକ୍ସ ଦେଇଥିଲେ। ଉକ୍ତ ଦୁଇଜଣ ଛାତ୍ର ଦିଆଯାଇଥିବା ପାଠ କରିନେ ଥିଲେ। ମଙ୍ଗଳବାର ସ୍କୁଲ୍‌ ଖୋଲିଥିଲେ ମଧ୍ୟ ଜଣେ ଛାତ୍ର ଆସି ନ ଥିଲେ। ପରିବାର ଲୋକଙ୍କ ଚାପରେ ସେ ବୁଧବାର ସ୍କୁଲକୁ ଆସିଥିଲେ। ପ୍ରଥମ କ୍ଲାସ ଆରମ୍ଭବେଳକୁ ଛାତ୍ର ଜଣକ ଅଚେତ ହୋଇ ପଡିଥିଲେ। ପାଖରେ ବସିଥିବା ସେହି ଗଁ।ର ଆଉଜଣେ ଛାତ୍ର ମଧ୍ୟ ଅସୁସ୍ଥ ହୋଇପଡିଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଜଣେ ଛାତ୍ର ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଛାତ୍ର ଜଣକ ବିଷାକ୍ତ ପଦାର୍ଥ ସେବନ କରିଥିବା ଡାକ୍ତର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଛାତ୍ରଙ୍କ ବ୍ୟାଗ୍‌ରୁ ଶିକ୍ଷକମାନେ ବିଷାକ୍ତ ପଦାର୍ଥ ଜବତ କରିଛନ୍ତି। ଜଣେ ଶିକ୍ଷକ କହିଛନ୍ତି, ପାଠ ଭୟରେ ଛାତ୍ର ଜଣକ ସର୍ବଦା ବିଦ୍ୟାଳୟରେ ଅନୁପସ୍ଥିତ ରୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫସର ଫାଟିଲା ଯୋଜନା: ପିସିସି ସଭାପତି ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି କହିଲେ ଜିତେନ୍ଦ୍ର ସିଂହ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପରିବର୍ତ୍ତନକୁ ନେଇ କିଛି ଦିନ ତଳେ କଂଗ୍ରେସର କିଛି ନେତା ଏକାଠି ହୋଇଥିଲେ। ହେଲେ ଏବେ ସେମାନଙ୍କୁ ଶକ୍ତ...

ଘର ସାମ୍ନାରୁ ଯୁବକ ଚୋରି କରିଥିଲେ ବାଇକ୍‌, ଆଜି ପଡ଼ିଲେ ଧରା

କେନ୍ଦୁଝର,୨୩ା୪(ସ୍ବ.ପ୍ର.): କେନ୍ଦୁଝର ଟାଉନ ପୋଲିସ ମୋଟର ସାଇକେଲ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। କେନ୍ଦୁଝର ସହର ଗାୟତ୍ରୀ...

ଭାଜପା କର୍ମୀଙ୍କୁ ଟେକିନେଲା ପୋଲିସ

ଭୁବନେଶ୍ୱର,୨୨।୧୧(ବୂ୍ୟରୋ): କଳାହାଣ୍ଡି ଜିଲା ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର ମିଷ୍ଟ୍ରିକୁ ନେଇ ତାତି ଥମିବାର ନାଁ ନେଉନି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ...

ଶେଷ ହେଲା ଏନ୍‌ଏସି ନିର୍ବାଚନ: ହିନ୍ଦୋଳରେ ୮୮%, ଅତାବିରା ୭୪% ବୁଧବାର ହେବ ଭୋଟ ଗଣତି

ଭୁବନେଶ୍ୱର,୩ା୪(ବ୍ୟୁରୋ)-ବରଗଡ଼ ଜିଲାର ଅତାବିରା ଓ ଢେଙ୍କାନାଳ ଜିଲାର ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ସୋମବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ା ହିନ୍ଦୋଳ ଏନ୍‌ଏସିରେ ୮୮ ପ୍ରତିଶତ...

ବୃଦ୍ଧାଙ୍କୁ ଗଛତଳୁ ଉଦ୍ଧାର କଲା ପ୍ରଶାସନ

ନୂଆପଡା ଅଫିସ,୪।୪- ନୂଆପଡ଼ା ଜିଲା କୋମନା ବ୍ଲକ ପ୍ରଶାସନ ସାବିତ୍ରୀ ତାଣ୍ଡି (୬୫) ନାମ୍ନୀ ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରିଛି । ତାଙ୍କ ଘର ସ୍ଥାନୀୟ...

ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ବୈଠକ

ପୁରୁଣା ଭୁବନେଶ୍ୱର, ୧୯।୩ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ଏକ ପ୍ରଶାସନିକସ୍ତରୀୟ ବୈଠକ ନୂତନ କାର୍ଯ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା ଜିଲାପାଳ...

ଅସରାଏ ବର୍ଷାରେ ଶ୍ରେଣୀଗୃହରେ ପାଣି

ନାଉଗାଁ,୮ା୮(ସ୍ବ.ପ୍ର): ନାଉଗାଁ ବ୍ଲକ ଶିଖର ପଞ୍ଚାୟତରେ ରହିଛି ନଳାଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ୫ଟି ଶ୍ରେଣୀ ଥିବାବେଳେ ପିଲା ସଂଖ୍ୟା ୫୨। ମାତ୍ର...

ବୁଗୁଡ଼ା ବ୍ଲକର ବାଲିପଦର, କାଦପଡ଼ାରେ ୨ ପିଙ୍କ୍‌ ବୁଥ୍‌

ବୁଗୁଡ଼ା,୧୭।୨(ଡି.ଏନ.ଏ.) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ୧୮ରେ ଭୋଟ ଗ୍ରହଣ ହେବ। ବୁଗୁଡ଼ା ବ୍ଲକର ୨୮୭ଟି ବୁଥ୍‌ ମଧ୍ୟରୁ ବାଲିପଦର ଗ୍ରାମସ୍ଥ ନୋଡାଲ୍‌...

Advertisement
Archives

Model This Week