ଶ୍ରୀଲିଙ୍ଗରାଜଙ୍କ ନିଷ୍କର ଜମିରେ ଜନବସତି

ପୁରୁଣା ଭୁବନେଶ୍ୱର,୭ା୩(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ହେବା ପରେ ଦିଅଁଙ୍କ ନୀତିକାନ୍ତି ସୁବ୍ୟବସ୍ଥିତ କରିବାକୁ ଖଞ୍ଜାରେ ବିଭିନ୍ନ ସେବାୟତଙ୍କୁ ଜମି ରାଜାରାଜୁଡା ଅମଳରୁ ଯୋଗାଇ ଦିଆଯାଇଥିଲା। ଏଥିମଧ୍ୟରୁ କୁମ୍ଭକାର ସେବାୟତଙ୍କ ଭୂମିକା ଅନେକ ଗୁରୁତ୍ୱ ବହନ କରେ। ଶ୍ରୀଲିଙ୍ଗରାଜ ମନ୍ଦିରରେ ପୂଜା ଲାଗି ମାଟି କଳସ, ପଲମ, ଅନ୍ନ ପ୍ରସାଦ ପ୍ରସ୍ତୁତି ପାଇଁ କୁଡୁଆ ବା ମାଟିହାଣ୍ଡି ଯୋଗାଇବା ଉଦ୍ଦେଶ୍ୟରେ କୁମ୍ଭକାର ସେବାୟତଙ୍କୁ ଜମି ଦିଆଯାଇଥିଲା। ସେମାନେ ଜମିକୁ ଚାଷ କରି ପରିବାର ପ୍ରତିପୋଷଣ ସାଙ୍ଗକୁ ଏଠାରୁ ମାଟି ନେଇ ମାଟି ସାମଗ୍ରୀ ନିର୍ମାଣ କରି ମନ୍ଦିରକୁ ଯୋଗେଇବେ। ତେଣୁ ସେମାନଙ୍କୁ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଥଇଥାନ କରାଯାଇଥିଲା। ଏହି ଜମି ପରବର୍ତ୍ତୀ ସମୟରେ ଓଡ଼ିଶା ସରକାରଙ୍କ ଅଧୀନକୁ ଯାଇଥିଲା। କୁମ୍ଭକାର ସେବାୟତଙ୍କୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସେବାପୂଜା ନିମନ୍ତେ କୁଡୁଆ ଯୋଗାଉଥିବା କାରଣରୁ ଅବା ବିକ୍ରିବଟା ଆଶଙ୍କା ଯୋଗୁ ଏଗୁଡିକୁ ସ୍ଥିତିବାନ ରେକର୍ଡ ଥାଇ ମଧ୍ୟ ନିଷ୍କର କରାଯାଇଥିଲା। ଫଳରେ ରାଜସ୍ବ ବିଭାଗ ପକ୍ଷରୁ ଏହି ଜମିରୁ କୌଣସି ପ୍ରକାର ଖଜଣା ଆଦାୟ କରାଯାଏନାହିଁ। ଏହି ଜମିର କିସମ ମଧ୍ୟ କୌଣସି ମତେ ପରିବର୍ତ୍ତନ କରାଯାଇ ପାରିବ ନାହିଁ। ଏଣୁ ଏଗୁଡିକୁ ହସ୍ତାନ୍ତର ଅବା ବିକ୍ରିବଟା କରାଯାଇ ପାରିବ ନହିଁ। ହେଲେ ଏବେ ଏହି ନିଷ୍କର ଜମି ଉପରେ ଜନବସତି ଗଢି ଉଠିଛି।
ନିଷ୍କର ଜମିର କିସମ ପରିବର୍ତ୍ତନ:
କେତେଜଣ ସେବାୟତ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ହାତକରି ଶ୍ରୀଲିଙ୍ଗରାଜ କୁମ୍ଭକାର ସେବାୟତଙ୍କୁ ଯୋଗାଇ ଦିଆଯାଇଥିବା ନିଷ୍କର ଜମିର କିସମ ପରିବର୍ତ୍ତନ କରି ଘରବାରି କରି ନେଇଛନ୍ତି। ପରେ ଏହାକୁ ବିକ୍ରି କରିବା ଦ୍ୱାରା ବର୍ତ୍ତମାନ ଶ୍ରୀଲିଙ୍ଗରାଜ ମନ୍ଦିରକୁ କୁଡୁଆ ଯୋଗାଣ ଏକ ପ୍ରକାର ବନ୍ଦ ହେବାକୁ ବସିଲାଣି। ହେଲେ ସ୍ଥାନୀୟ ନୂଆଗଁ। ମୌଜାର ୩୦ ଏକରରୁ ଊର୍ଦ୍ଧ୍ୱ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମାଟିପାତ୍ର ପ୍ରସ୍ତୁତକାରୀ କୁମ୍ଭକାରଙ୍କ ଜମି ଥିଲା। ଏହା ଏବେ ମାତ୍ର ୩ ଏକରରୁ ଊର୍ଦ୍ଧ୍ୱ ରହିଛି। ନୂଆଗଁ। ମୌଜାର ଖାତା ନଂ. ୩୦୦, ପ୍ଲଟ ନଂ. ୨୩୬, ନିଷ୍କର ହୋଇଥିଲେ ମଧ୍ୟ ବିକ୍ରି ବଟା ଯୋଗୁ ମନ୍ତବ୍ୟ ସ୍ଥଳରେ ବେଆଇନ ଖରିଦ ସୂତ୍ରେ ଦଖଲ ଲେଖାଯାଇଛି। ସେହିଭଳି ପ୍ଲଟ ନଂ. ୨୩୯, ଖାତା ନଂ. ୯୭ ନୂଆଗଁ। ମୌଜା ଅଧୀନରେ ମୋଟି ଦୁଇଗୋଟି ପ୍ଲଟ ୨ ଏକର ୩୬୫ ଡିମିମିଲ ଜଣେ କୁମ୍ଭକାର ସେବାୟତଙ୍କ ହୋଇଥିଲେ ହେଁ ଅନ୍ୟ ସେବାୟତ ଦଖଲରେ ରଖିଛନ୍ତି।
ଦୁର୍ନୀତିଗ୍ରସ୍ତ ରାଜସ୍ବ ଅଧିକାରୀଙ୍କ ଯୋଗୁ ଅଧିକାଂଶ ନିଷ୍କର ଜମି ଉପରେ ମିସ୍‌ କେସ୍‌ ଜରିଆରେ ଦାଖଲ ଖାରଜ କରାଯାଇ କିସମ ପରିବର୍ତ୍ତନ ହୋଇଛି। ଏଥିସହ ଜମିର ଖଜଣା ଧାର୍ଯ୍ୟ କରି ଏଗୁଡିକୁ ବିକ୍ରି କରି ଦିଆଯାଉଛି। ନିଷ୍କର ଜମି ଉପରେ ଘରୋଇ ଶିକ୍ଷାନୁଷ୍ଠାନ, କେତେଜଣ ବ୍ୟକ୍ତି ଦଖଲରେ ରଖିଛନ୍ତି। ଏଠାରେ ଏକ କଲୋନୀ ଗଢି ଉଠିଛି। ଏ ସମ୍ପର୍କରେ ବରମ୍ବାର ଅଭିଯୋଗ ହେଲେ ମଧ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କି ଦେବୋତ୍ତର କମିଶନରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। କେତେଜଣ କୁମ୍ଭକାର ସେବାୟତଙ୍କ ଜମିର କିସମ ପରିବର୍ତ୍ତନ ହୋଇ ନ ଥିଲେ ମଧ୍ୟ ଏଗୁଡିକୁ ବିକ୍ରି କରି ଦିଆଯାଇଛି। ଏହି ବିକ୍ରିକୁ ରଦ୍ଦ କରାଯିବା ସହ ଏଗୁଡିକୁ ଦେବୋତ୍ତର ବିଭାଗ ଅଧୀନକୁ ଆଣିବାକୁ ସାଧାରଣରେ ଦାବି ହେଉଛି। ଏଭଳି କେତେକ ନିଷ୍କର ଜମିକୁ ଅନ୍ୟ ସେବାୟତ ଓ ଜବରଦଖଲକାରୀ ନିଜ ଦଖଲରେ ରଖିଛନ୍ତି। ଫଳରେ କୁମ୍ଭକାର ସେବାୟତ କୁଡୁଆ ଯୋଗାଇବାରେ ଅସମର୍ଥ ହେଉଛନ୍ତି। ଏଣୁ ବାଧ୍ୟ ହୋଇ ଅନ୍ନପ୍ରସାଦ ବିକ୍ରି କରୁଥିବା ସେବାୟତ କୁଡୁଆ ଓ ମାଟିପାତ୍ର କିଣିବାକୁ ପଡୁଛି। ଫଳରେ ଅନ୍ନପ୍ରସାଦ କୁଡୁଆ ଦର ଅହେତୁକ ବୃଦ୍ଧିପାଉଛି। ପୁରୁଣା ଭୁବନେଶ୍ୱର ଅଞ୍ଚଳରେ କୁମ୍ଭକାର ସେବାୟତଙ୍କ ସେବା ନାମକୁମାତ୍ର ରହିଛି। ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତ ବାଧ୍ୟ ହୋଇ ପୁରୀ ଶ୍ରୀମନ୍ଦିରକୁ କୁଡୁଆ ଯୋଗାଉଥିବା କୁମ୍ଭକାର ସେବାୟତ କୁମ୍ଭାରପଡ଼ା, ଜେନାପୁର, ନୂଆସାହି ଆଦି ଅଞ୍ଚଳ ସମେତ ପୁରୀ ସଦର, ବ୍ରହ୍ମଗିରି, ଗୋପ ସତ୍ୟବାଦୀ ଅଞ୍ଚଳରୁ ମାଟିପାତ୍ର ଓ କୁଡୁଆ କିଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….

ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

ବିଶ୍ୱଯୁଦ୍ଧ ଆରମ୍ଭ! ନେତାନ୍ୟାହୁଙ୍କ ବଡ଼ ଘୋଷଣା: ଶେଷ ହୋଇପାରେ…ସାରା ବିଶ୍ୱରେ ଭୟଙ୍କର ବାତାବରଣ

ଓ୍ବାଶିଂଟନ୍‌,୧୩।୪: ଇରାନ ଏବଂ ଆମେରିକା ମଧ୍ୟରେ ଇସଲାମାବାଦ ଆଲୋଚନା ବିଫଳ ହେବା ପରେ, ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଆମେରିକା ନୌସେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri