ଶ୍ରୀଲଙ୍କାରେ ଫସିଥିବା ୧୧ ଓଡ଼ିଆ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଶ୍ରୀଲଙ୍କାରେ ଫସିଥିବା ୧୧ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ଶ୍ରମିକମାନେ କାମ ଆଶାରେ ଠିକା ସଂସ୍ଥା ଦ୍ୱାରା ଶ୍ରୀଲଙ୍କା ଯାଇଥିଲେ। ସେଠାରେ ଦୈନିକ ୧୪ରୁ ୧୫ ଘଣ୍ଟା କାମ କରିବା ସହ ନିମ୍ନମାନର ଖାଦ୍ୟ ଗ୍ରହଣ କରୁଥିଲେ। ସ୍ବାସ୍ଥ୍ୟହାନି ହେଲେ କେହି ଶୁଣିବାକୁ ନ ଥିଲେ। ଜନ୍ମମାଟିରୁ ଦୂରରେ ଥିବା ଏହି ଶ୍ରମିକମାନେ ସାମାଜିକ ଗଣମାଧ୍ୟମର ସହଯୋଗ ନେଇ ରାଜ୍ୟ ପ୍ରଶାସନକୁ ଯୋଗାଯୋଗ କରିଥିଲେ। ସେମାନେ ଫସିଥିବା ଜାଣି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିଥିଲେ। ଏହାପରେ ସିଏମ୍‌ଓ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟର ସହଯୋଗ ନିଆଯାଇ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।
ଏହି ଶ୍ରମିକମାନେ ସୁରକ୍ଷିତଭାବେ ଉଦ୍ଧାର ହେବା ପରେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟ ସଭା ଏମ୍‌ପି ତଥା ପାର୍ଲାମେଣ୍ଟ ବୈଦେଶିକ ମନ୍ତ୍ରଣାଳୟ ପରାମର୍ଶଦାତା କମିଟି ସଦସ୍ୟ ସସ୍ମିତ ପାତ୍ର ଏହି ଶ୍ରମିକମାନଙ୍କୁ ସୁରକ୍ଷିତଭାବେ ଫେରାଇ ଆଣିବା ପାଇଁ ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସ ସହ ପ୍ରତ୍ୟକ୍ଷ ମନିଟରିଂ କରିଥିଲେ। ଶ୍ରମିକମାନଙ୍କୁ ଉଦ୍ଧାର କରିସାରିବା ପରେ ଗଣମାଧ୍ୟମକୁ ସସ୍ମିତ କହିଛନ୍ତି ଯେ, ଯେଉଁ ଠିକାସଂସ୍ଥା ଅଥବା ବ୍ୟକ୍ତିବିଶେଷ ଶ୍ରମିକମାନଙ୍କୁ ନେଇ ଖଟାଉଛନ୍ତି, ଉପଯୁକ୍ତ ପାରିଶ୍ରମିକ, ସ୍ବାସ୍ଥ୍ୟ ସୁବିଧା ଯୋଗାଉ ନାହାନ୍ତି ସେ ସମ୍ପର୍କରେ ଯାଞ୍ଚ କରାଯିବ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ଏହି ଶ୍ରମିକଙ୍କ ଆର୍ଥିକ ଏବଂ ସାମାଜିକ ଉନ୍ନତି ଆଣିବ ବୋଲି ସସ୍ମିତ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ସଂଗଠନ ‘ଓଡ଼ିଶା-ମୋ ପରିବାର’ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରିଥିଲା। ଯୁବ ବିଜେଡି ସଙ୍ଗଠକ ଆଶିଷ ମିଶ୍ର ମଧ୍ୟ ଶ୍ରମିକମାନଙ୍କୁ ଉଦ୍ଧାର ସମ୍ପର୍କିତ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ। ପ୍ରଥମେ ଗତ ୧୧ ତାରିଖ ଦିନ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଶ୍ରମିକମାନେ ହେଉଛନ୍ତି- ଆଶିଷ କୁମାର ମହାରଣା, ପଙ୍କଜ ପ୍ରଧାନ, ବଳରାମ ରାଉତ, ଦେବରାଜ ନାୟକ, ସୁବାସ ପ୍ରଧାନ, ଆନନ୍ଦ ବେହେରା, କବି ଦାସ, ଲକ୍ଷ୍ମୀ ବେହେରା, ଲକ୍ଷ୍ମୀକାନ୍ତ ସାହୁ, ଶିବ ପ୍ରଧାନ ଏବଂ କିଶୋର ତରାଇ। ଏହି ଶ୍ରମିକମାନେ ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବାଣପୁର ଏବଂ ହରିଚନ୍ଦନପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଜନ୍ମମାଟିକୁ ଫେରିବା ପରେ ଶ୍ରମିକମାନେ କହିଛନ୍ତି ଯେ, କେତେକ ଠିକାଦାର ମାସିକ ୬୦,୦୦୦ ଟଙ୍କା ଦରମା ମିଳିବ ବୋଲି କହି ନେଇଥିଲେ। ହେଲେ ସେଠାରେ ୮ ଘଣ୍ଟା ବଦଳରେ ୧୫ରୁ ୧୬ ଘଣ୍ଟା କାମ କରିବାକୁ କୁହାଗଲା ଏବଂ କୁହାଯାଇଥିବା ପାରିଶ୍ରମିକଠାରୁ ଯଥେଷ୍ଟ କମ୍‌ ପାରିଶ୍ରମିକ ଦିଆଗଲା। ରାତିରେ ସମସ୍ତଙ୍କୁ ଗୋଟିଏ କୋଠରିରେ ବନ୍ଦ କରିଦିଆଯାଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ସେମାନେ ଭୋଗୁଥିବା ସମସ୍ୟା ସମ୍ପର୍କିତ ଭିଡିଓ ଭାଇରାଲ ହେବା ଘଟଣା ହିଁ ସେମାନଙ୍କ ମୁକ୍ତିର ବାଟ ଫିଟାଇଥିଲା। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ୧୧ ଜଣ ଓଡ଼ିଆ ଶ୍ରୀଲଙ୍କାର କୁରିନିଆୱାତା ନିକଟସ୍ଥ ଏକ ସ୍ଥାନରେ ଫସିଥିଲେ। ଦୀପକ ସାମନ୍ତରାୟ ଏବଂ ପ୍ରକାଶ ସାମନ୍ତରାୟ ଏହି ଶ୍ରମିକମାନଙ୍କୁ ଶ୍ରୀଲଙ୍କା ଚାଲାଣରେ ମଧ୍ୟସ୍ଥତା କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେଲେ ଭାଜପା ପ୍ରାର୍ଥିନୀ

ଝାରସୁଗୁଡ଼ା ଅଫିସ,୩୧ା୫: ବ୍ରଜରାଜନଗର ଉପନିର୍ବାଚନ ଲାଗି ମଙ୍ଗଳବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଭାଜପା ପ୍ରାର୍ଥିନୀ ରାଧାରାଣୀ ପଣ୍ଡା ବ୍ରଜରାଜନଗର...

ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କ ୧.୦୫ କୋଟିର ସମ୍ପତ୍ତି ଆଟାଚ୍‌

ଭୁବନେଶ୍ୱର,୪।୧୦(ବ୍ୟୁରୋ):ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର କଟକ ଓ ଭୁବନେଶ୍ୱର ଶାଖାରେ ହୋଇଥିବା ଠକେଇ ମାମଲାର ଅର୍ଥ କାରବାର ସଂକ୍ରାନ୍ତରେ ତଦନ୍ତ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ...

ରାଜଧାନୀରେ ବନ୍ଦ ରହିବ କୋଚିଂ ସେଣ୍ଟର

ଭୁବନେଶ୍ୱର,୧୫।୩ (ବ୍ୟୁରୋ): କରୋନା ପାଇଁ ଶୁକ୍ରବାର ସିନେମା ହଲ୍‌, ସୁଇମିଂ ପୁଲ, ଜିମ୍‌ ସେଣ୍ଟରକୁ ବନ୍ଦ କରାଯାଇଥିବାବେଳେ ଶନିବାର ରାଜଧାନୀର ସମସ୍ତ କୋଚିଂ ସେଣ୍ଟର ଓ...

୧୧ବର୍ଷରେ ବିଦ୍ୟୁତ୍‌ ସଂସ୍ପର୍ଶରେ ମରିଛନ୍ତି ୧୧୯ ହାତୀ

ଭୁବନେଶ୍ୱର, ୨୦-୧୧(ବ୍ୟୁରୋ):ରାଜ୍ୟରେ ଗତ ୧୧ବର୍ଷରେ ୧୧୯ ହାତୀଙ୍କ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛିିି। ୨୦୦୯-୧୦ଠାରୁ ୨୦୧୯-୨୦ ମଧ୍ୟରେ ଘଟିଥିବା ଏହି ହାତୀ ମୃତ୍ୟୁରେ କେନ୍ଦୁଝର...

କାଠଯୋଡିରୁ ଉଦ୍ଧାର ହେଲେ ମା’ ଝିଅ

କଟକ ଅଫିସ, ୮।୭-କଟକ ତ୍ରିଶୁଳିଆ ନିକଟସ୍ଥ ସୁଭାସ ଚନ୍ଦ୍ର ବୋଷ ବ୍ରିଜ୍‌ରୁ ବୁଧବାର ଅପରାହ୍ନରେ କାଠଯୋଡ଼ି ନଦୀକୁ ଡେଇଁ ଆମତ୍ହତ୍ୟା ଉଦ୍ୟମ କରିଥିବା ୨ଜଣଙ୍କୁ ଅଗ୍ନିଶମ...

ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ଆଶଙ୍କା

ଭୁବନେଶ୍ୱର,୧୬ା୬(ବ୍ୟୁରୋ): ପୌର ନିର୍ବାଚନ ଭଳି ପଞ୍ଚାୟତ ନିର୍ବାଚନ ମଧ୍ୟ ବିଳମ୍ବ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଏ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୩ ଆକ୍ରାନ୍ତ; ମୋଟ ସୁସ୍ଥଙ୍କ ସଂଖ୍ୟା ୩,୮୬୩

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୧୪୩ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି। ଫଳରେ ଏହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୩,୮୬୩ରେ ପହଞ୍ଚିଛି। ଏ ନେଇ...

ଘରୋଇ ହସ୍ପିଟାଲକୁ ପୁଣି ଚେତାବନୀ

ଭୁବନେଶ୍ୱର, ୧୪ା୫(ବ୍ୟୁରୋ): ଅନେକ ଘରୋଇ ହସ୍ପିଟାଲ ଓ ନର୍ସିଂ ହୋମ୍‌ ରୋଗୀଙ୍କୁ ଚିକିତ୍ସା ନ କରି ଫେରାଇ ଦେଉଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଓଡ଼ିଶା...

Advertisement
Archives

Model This Week