Posted inଜାତୀୟ

ଶ୍ରୀଲଙ୍କାକୁ ୪୫୦ ନିୟୁତ ଡଲାର ଋଣ ଦେବ ଭାରତ

ନୂଆଦିଲ୍ଲୀ,୩୦ା୧୧(ପି.ଟି.): ଶ୍ରୀଲଙ୍କାରେ ଆତଙ୍କବାଦ ଦମନ ଲାଗି ୫୦ ନିୟୁତ ଡଲାର ସମେତ ୪୫୦ ନିୟୁତ ଡଲାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଘୋଷଣା କରିଛନ୍ତି। ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଫଳପ୍ରଦ ଆଲୋଚନା ପରେ ଏହି ଘୋଷଣା କରାଯାଇଛି। ଆଲୋଚନାରେ ଶ୍ରୀଲଙ୍କାର ତାମିଲ ସମ୍ପ୍ରଦାୟଙ୍କ ଆଶା ଆକାଂକ୍ଷା ପୂରଣ ପ୍ରସଙ୍ଗ ସ୍ଥାନ ପାଇଥିଲା। ଏହାବ୍ୟତୀତ ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା, ବାଣିଜ୍ୟ ସମ୍ପର୍କ ଉପରେ ଆଲୋଚନା ହୋଇଥିଲା। ଶ୍ରୀଲଙ୍କାର ଦ୍ରୁତ ବିକାଶ ଲାଗି ଭାରତ ପୂର୍ଣ୍ଣ ସହାୟତା ଯୋଗାଇଦେବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆତଙ୍କବାଦ ଦମନ ଲାଗି ଆପୋସ ସହଯୋଗକୁ ସୁଦୃଢ଼ କରିବା ଉପରେ ମୋଦି ଗୋଟାବାୟାଙ୍କ ସହ ସବିଶେଷ ଆଲୋଚନା କରିଥିଲେ। ଆତଙ୍କବାଦର ମୁକାବିଲା ପାଇଁ ଶ୍ରୀଲଙ୍କାର ପୋଲିସ ଅଫିସରମାନେ ଭାରତୀୟ ପ୍ରଶିକ୍ଷଣ ଅନୁଷ୍ଠାନରେ ତାଲିମ ନେଉଥିବା ମୋଦି କହିଛନ୍ତି।
ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିଥିବା ଗୋଟାବାୟା ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚତ୍ଥିଲେ। ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଶିଖରରେ ପହଞ୍ଚାଇବାକୁ ଚାହାନ୍ତି ବୋଲି ଗୋଟାବାୟା କହିଛନ୍ତି। ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପରେ ଗୋଟାବାୟା ଖବରଦାତାମାନଙ୍କୁ କହିଥିଲେ, ଦୁଇଦେଶର ଲୋକଙ୍କ ସୁରକ୍ଷା ଏବଂ ସାମଗ୍ରିକ କଲ୍ୟାଣ ଲାଗି ନୂଆଦିଲ୍ଲୀ ଓ କଲମ୍ବୋ ଏକାଠି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହୋଇଥିବା ଗୋଟାବାୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ ଆଘାତରେ ମାଙ୍କଡ ଛୁଆ ଆହତ:କୋଳରେ ଧରି ଡାକ୍ତରଖାନାରେ ପହଞ୍ଚିଲା ମା’

ଭୋପାଳ,୬।୧୧: ମଧ୍ୟପ୍ରଦେଶର ସିହୋର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୧ କେଭି ତାରରେ ବାଜି ଏକ ମାଙ୍ଗଡ ଛୁଆ ଆହତ ହେବା ପରେ ତାକୁ...

ଗଙ୍ଗା ପ୍ରଦୂଷଣ: ମୋଦି ସରକାର ଆଣିବେ ନୂଆ ଆଇନ; ୫ ବର୍ଷ ଜେଲ୍‌ ସହିତ ହୋଇପାରେ ୫୦ କୋଟି ଜରିମାନା

ନୂଆଦିଲ୍ଲୀ,୧୭।୧୧: ଗଙ୍ଗା ପ୍ରଦୂଷଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନୂଆ ଆଇନ ଆଣିବେ। ଏନେଇ ଶୀତ ଅଧିବେଶନରେ ପ୍ରସ୍ତାବ ଅଣାଯିବାର ସମ୍ଭାବନା ରହିଛି।...

ଗାନ୍ଦରବଲ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୯: ଜମ୍ମୁ-କଶ୍ମୀର ଗାନ୍ଦରବଲରେ ସୁରକ୍ଷାକର୍ମୀଙ୍କ ଏନ୍‌ କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସ୍ଥାନୀୟ ନାରାନାଦ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀ...

ଭାରତୀୟ ବିମାନ ହାଇଜ୍ୟାକର ଇବ୍ରାହିମଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୮।୩: ଭାରତୀୟ ଏୟାରଲାଇନ୍‌ ଫ୍ଲାଇଟ୍‌ ଆଇସି-୮୧୪କୁ ୧୯୯୯ରେ ଅପହରଣ କରି ନେଇଥିଲେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ(ଜେଇଏମ୍‌)ର ୫ ସଦସ୍ୟ। ଅପହରଣକାରୀଙ୍କ ମଧ୍ୟରେ ଥିବା ମିସ୍ତ୍ରି ଜାହୁର...

ଦିଲ୍ଲୀ ହିଂସା: ହିନ୍ଦୁ କନ୍ୟାଙ୍କ ବିବାହ ସମୟରେ ଘର ବାହାରେ ଜଗି ରହିଥିଲେ ମୁସଲମାନ ପଡୋଶୀ

ନୂଆଦିଲ୍ଲୀ,୨୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ରାଜଧାନୀ ଦିଲ୍ଲୀରେ ଉପୁଜିଥିବା ହିଂସାରେ ଏବେସୁଦ୍ଧା ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାକୁ ଦେଖି ରାଜଧାନୀବାସୀ...

ଗାନ୍ଧୀ ଜୟନ୍ତୀରେ ଭାଜପାକୁ ଟାର୍ଗେଟ କଲେ ସୋନିଆ: ଗାନ୍ଧୀଙ୍କ ନାମ ନେବା ସହଜ,ତାଙ୍କ ପ୍ରଦର୍ଶିତ ରାସ୍ତାରେ ଚାଲିବା କଷ୍ଟକର

ନୂଆଦିଲ୍ଲୀ୨।୧୦: ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ବୁଧବାର ୧୫୦ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ସମଗ୍ର ଭାରତରେ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ...

ନାଇଜେରିଆରେ ଟୁଇଟରର ଜାଗା ନେବ ‘କୁ’

ନୂଆଦିଲ୍ଲୀ,୫।୬: ଆଫ୍ରିକୀୟ ଦେଶ ନାଇଜେରିଆ ଶୁକ୍ରବାର ଟୁଇଟରକୁ ବନ୍ଦ କରିଦେବା ପରେ ଭାରତୀୟ ସୋସିଆଲ ନେଟ୍‌ଓ୍ବର୍କିଂ କମ୍ପାନୀ ‘କୁ’ ଏବେ ସେଠାରେ ପ୍ରବେଶ ଲାଗି ବିଚାର...

କରୋନା ପଜିଟିଭ ହେବା ପରେ ବି ପ୍ରଚାର କରୁଛନ୍ତି ବିଧାୟକ

ପାଟନା,୨୯ ।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ସେଠାରେ ଏକ ପ୍ରକାର ଡେରା...

Advertisement
Archives

Model This Week