Posted inଜାତୀୟ

ଶ୍ରୀଲଙ୍କାକୁ ୪୫୦ ନିୟୁତ ଡଲାର ଋଣ ଦେବ ଭାରତ

ନୂଆଦିଲ୍ଲୀ,୩୦ା୧୧(ପି.ଟି.): ଶ୍ରୀଲଙ୍କାରେ ଆତଙ୍କବାଦ ଦମନ ଲାଗି ୫୦ ନିୟୁତ ଡଲାର ସମେତ ୪୫୦ ନିୟୁତ ଡଲାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଘୋଷଣା କରିଛନ୍ତି। ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଫଳପ୍ରଦ ଆଲୋଚନା ପରେ ଏହି ଘୋଷଣା କରାଯାଇଛି। ଆଲୋଚନାରେ ଶ୍ରୀଲଙ୍କାର ତାମିଲ ସମ୍ପ୍ରଦାୟଙ୍କ ଆଶା ଆକାଂକ୍ଷା ପୂରଣ ପ୍ରସଙ୍ଗ ସ୍ଥାନ ପାଇଥିଲା। ଏହାବ୍ୟତୀତ ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା, ବାଣିଜ୍ୟ ସମ୍ପର୍କ ଉପରେ ଆଲୋଚନା ହୋଇଥିଲା। ଶ୍ରୀଲଙ୍କାର ଦ୍ରୁତ ବିକାଶ ଲାଗି ଭାରତ ପୂର୍ଣ୍ଣ ସହାୟତା ଯୋଗାଇଦେବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆତଙ୍କବାଦ ଦମନ ଲାଗି ଆପୋସ ସହଯୋଗକୁ ସୁଦୃଢ଼ କରିବା ଉପରେ ମୋଦି ଗୋଟାବାୟାଙ୍କ ସହ ସବିଶେଷ ଆଲୋଚନା କରିଥିଲେ। ଆତଙ୍କବାଦର ମୁକାବିଲା ପାଇଁ ଶ୍ରୀଲଙ୍କାର ପୋଲିସ ଅଫିସରମାନେ ଭାରତୀୟ ପ୍ରଶିକ୍ଷଣ ଅନୁଷ୍ଠାନରେ ତାଲିମ ନେଉଥିବା ମୋଦି କହିଛନ୍ତି।
ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିଥିବା ଗୋଟାବାୟା ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚତ୍ଥିଲେ। ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଶିଖରରେ ପହଞ୍ଚାଇବାକୁ ଚାହାନ୍ତି ବୋଲି ଗୋଟାବାୟା କହିଛନ୍ତି। ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପରେ ଗୋଟାବାୟା ଖବରଦାତାମାନଙ୍କୁ କହିଥିଲେ, ଦୁଇଦେଶର ଲୋକଙ୍କ ସୁରକ୍ଷା ଏବଂ ସାମଗ୍ରିକ କଲ୍ୟାଣ ଲାଗି ନୂଆଦିଲ୍ଲୀ ଓ କଲମ୍ବୋ ଏକାଠି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହୋଇଥିବା ଗୋଟାବାୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

‘ସମସ୍ତ ଏମ୍‌ପି ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦରେ ରହିବା ଜରୁରୀ’; ହ୍ବିପ ଜାରି କଲା ଭାଜପା

ନୂଆଦିଲ୍ଲୀ,୧୨।୪: ଭାରତୀୟ ଜନତା ପାର୍ଟି (ଭାଜପା) ଆଗାମୀ ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ସମ୍ପର୍କରେ ଏହାର ସମସ୍ତ ଏମ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛି। ଲୋକ ସଭା ଏବଂ…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଧନୀ-ଦରିଦ୍ର ରାଷ୍ଟ୍ର ମଧ୍ୟରେ ବଢୁଛି ବ୍ୟବଧାନ: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ଜାତିସଂଘ,୧୨ା୪:ଧନୀ ଓ ଦରିଦ୍ର ଦେଶଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧିକ ପ୍ରଶସ୍ତ ହେଉଥିବା ଜାତିସଂଘ ରିପୋର୍ଟରୁ ଜଣାପଡ଼ିଛି। ବ୍ୟବଧାନ କମାଇବା ଦିଗରେ କାର୍ଯ୍ୟ କରିବା ପାଇଁ ବୃହତ୍‌ ବୈଶ୍ୱିକ…

ଆରମ୍ଭ ହେଲା ପାକିସ୍ତାନର ଖରାପ ସମୟ, ଇସଲାମାବାଦରେ ମାଡ଼ ହେବ ମିଶାଇଲ!

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ଆଲୋଚନା ଭାଙ୍ଗିବା କେବଳ ପଶ୍ଚିମ ଏସିଆରେ କ୍ଷେପଣାସ୍ତ୍ର ଏବଂ ବୋମା ଆକ୍ରମଣ ପୁନରାବୃତ୍ତିର…

ଚର୍ଚ୍ଚ କବାଟ ଭାଙ୍ଗି ବୁଲାଇଲେ କଳାକନା : ଥାନାରେ…

ଦାରିଙ୍ଗବାଡି, ୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ଚର୍ଚ୍ଚ ଗୃହର ମୁଖ୍ୟ କବାଟକୁ ତଡାଯାଇ ବହୁ ସାଉଣ୍ଡ ସିଷ୍ଟମର ଯନ୍ତ୍ରପାତି ଚୋରି ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri