ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ନୂଆବର୍ଷରୁ ଜୋର୍‌ ଧରିବ ଉଚ୍ଛେଦ ଅଭିଯାନ

ପୁରୀ ଅଫିସ,୨୭।୧୨: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ସକାଶେ ମେଘନାଦ ପାଚେରିକୁ ଲାଗି ୭୫ ମିଟର ପରିଧି ମଧ୍ୟରେ ସବୁ ନିର୍ମାଣ ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇଛି। ଏହାର କାମ ମଧ୍ୟ ଆରମ୍ଭ ହୋଇଯାଇଛି। ୫ଟି ମଠ, କେତେକ ଘରୋଇ ଓ ବ୍ୟବସାୟିକ କୋଠା ଏବଂ ଭିତର ସେବାୟତ ନିଯୋଗ କାର୍ଯ୍ୟାଳୟ ଭଙ୍ଗାଯାଇଛି। କିନ୍ତୁ ନୂଆବର୍ଷକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବର୍ତ୍ତମାନ ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖାଯାଇଛି। ନୂଆବର୍ଷରେ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ ପୁରୀକୁ ଆସିବେ । ତେଣୁ ଭକ୍ତଙ୍କ ଲାଗି ସୁବିଧା ଏବଂ ସୌନ୍ଦର୍ଯ୍ୟକରଣ ଉପରେ ଏବେ ଫୋକସ ଦେଇଛି ପ୍ରଶାସନ। ଏଥିପାଇଁ ଏକାଧିକ କାମ ମଧ୍ୟ ଜାରି ରହିଛି। ନୂଆବର୍ଷ ପରେ ପୁଣି ସୁରକ୍ଷା ଜୋନରେ ଉଚ୍ଛେଦ ଅଭିଯାନ ଜୋର୍‌ ଧରିବ।
ସୁରକ୍ଷା ଜୋନରେ ଗତ ୨୧ତାରିଖଠାରୁ ଉଚ୍ଛେଦ ବନ୍ଦ ରହିଛି। ତେବେ ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱକୁ ସବୁଜିମା ରୂପ ଦେବା ଲାଗି କୁଣ୍ଡ ସମେତ ରାଜମହେନ୍ଦ୍ରୀ, ବାଙ୍ଗାଲୋରରୁ ଗଛ ଅଣାଯାଇଛି। ବିଶେଷକରି ସିଂହଦ୍ୱାର ସମ୍ମୁଖ ଭାଗକୁ ଅଧିକ ଆକର୍ଷଣୀୟ କରାଯାଉଛି। ଏମାର ମଠ ଉଚ୍ଛେଦ ସ୍ଥଳଠୁ ଆରମ୍ଭ କରି ମଙ୍ଗୁ ମଠ, ଲଙ୍ଗୁଳି ମଠ ଫାଙ୍କା ଜାଗାରେ ଗଛଗୁଡ଼ିକୁ ସଜାଇ ରଖାଯାଇଛି। ସେହିପରି ସିଂହଦ୍ୱାର ଚକଡ଼ା ଦୁଇପାର୍ଶ୍ୱ, ଛାଉଣୀ ମଠଠାରୁ କାକୁଡିଖାଇ ମନ୍ଦିର ପର୍ଯ୍ୟନ୍ତ ମେଘନାଦ ପାଚେରି କଡ଼ରେ ଗଛଗୁଡ଼ିକ ରଖାଯାଇଛି। ଏମାର ମଠ ଚକଡ଼ାରେ ବି ଫୁଲ କୁଣ୍ଡ ଶୋଭା ପାଉଥିବାବେଳେ ନୂଆ ବ୍ୟାରିକେଡ କଡରେ ବଡ ବଡ ଗଛ ରଖାଯାଇଛି। ଏମାର ମଠ ଜାଗାରେ ଦୁଇଚକିଆ ଗାଡ଼ିି ପାର୍କିଂ ବ୍ୟବସ୍ଥା ହୋଇଛି। ମଙ୍ଗୁ ମଠ ଉଚ୍ଛେଦ ସ୍ଥଳକୁ ସମତଳ କରାଯାଇ ଟାଇଲ ବିଛାଯାଇଛି। ସାନଛତା ମଠ ଉଚ୍ଛେଦ ସ୍ଥଳରେ ସ୍ଥାୟୀ ଜୋତା ଷ୍ଟାଣ୍ଡ ପାଇଁ କାମ ଚାଲିଛି। ଶୁକ୍ରବାର ସୁଦ୍ଧା ଏହା ସରିବାର ସମ୍ଭାବନା ଅଛି। ପାନୀୟଜଳ, ଶୌଚାଳୟ, ମୋବାଇଲ ରଖିବା ବ୍ୟବସ୍ଥା ବି କରାଯାଇଛି। ନୂତନ ବ୍ୟାରିକେଡ କାମ ସରି ଶେଡ୍‌ କାମ ଚାଲିଛି। ଶେଡ୍‌ ପ୍ରସ୍ତୁତ ହେବା ପରେ ବ୍ୟାରିକେଡ ଖଞ୍ଜାଯିବ ଏବଂ ତଳେ କାର୍ପେଟ ପଡ଼ିବ। ବରିଷ୍ଠ ନାଗରିକ, ମହିଳା ଏବଂ ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ରହିବ। ନୂତନ ବ୍ୟାରିକେଡକୁ ଲାଗି ମନ୍ଦିର ଆଡକୁ ପ୍ରାୟ ୫୨ ଫୁଟ ଚଉଡା ଏବଂ ୨୭୦ ଫୁଟ ଲମ୍ବର ଝୋଟି ଚିତା ଅଙ୍କାଯାଉଛି। ବକୁଳ ଫାଉଣ୍ଡେଶନର ଚିତ୍ର ଶିଳ୍ପୀମାନେ ଏହି ପାରମ୍ପରିକ ଝୋଟିଚିତା ଆଙ୍କୁଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ସୁରକ୍ଷା ଜୋନରେ ବର୍ତ୍ତମାନ ଉଚ୍ଛେଦ ସାମୟିକ ବନ୍ଦ ରଖାଯାଇଛି। ନୂଆବର୍ଷ ପରେ ପୁନଶ୍ଚ ଏହା ଆରମ୍ଭ କରାଯିବ। ନୂଆବର୍ଷରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ସୌନ୍ଦର୍ଯ୍ୟକରଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri