ଶ୍ରୀମନ୍ଦିର ମାଙ୍କଡ଼ଙ୍କୁ ଦିଆଗଲା ଖାଦ୍ୟ

ପୁରୀ ଅଫିସ, ୧୪ା୪: ପବିତ୍ର ହନୁମାନ ଜୟନ୍ତୀରେ ଶ୍ରୀମନ୍ଦିରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ବଡ଼ଦେଉଳରେ ରହୁଥିବା ମାଙ୍କଡ଼ଙ୍କୁ କଦଳୀ, ବୁଟ, ବିସ୍କୁଟ ଆଦି ଖାଦ୍ୟ ଦିଆଯାଇଛି। କେବଳ ଏହି ଗୋଟିଏ ଦିନ ନୁହେଁ, ଆସନ୍ତା ୩୦ ତାରିଖ ଅର୍ଥାତ୍‌ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ପର୍ଯ୍ୟନ୍ତ ପ୍ରତ୍ୟହ ଶ୍ରୀମନ୍ଦିର ମାଙ୍କଡ଼ଙ୍କୁ ଖାଇବାକୁ ଦିଆଯିବ ବୋଲି ଭୁବନେଶ୍ୱରର ଆଧ୍ୟାତ୍ମିକ ବିଦ୍ୟାପୀଠ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ କରୋନା ପାଇଁ ସବୁଆଡେ ଭିନ୍ନ ପରିସ୍ଥିତି। ବିଶେଷକରି ଖାଦ୍ୟ ପାଇଁ ପଶୁପକ୍ଷୀ ଡହଳବିକଳ ହେଉଛନ୍ତି। ଶ୍ରୀମନ୍ଦିର ମାଙ୍କଡ଼ଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। କୋଇଲି ବୈକୁଣ୍ଠ ସମେତ ମନ୍ଦିର ବେଢା ପରିସର ବିଭିନ୍ନ ଗଛରେ ବହୁ ସଂଖ୍ୟକ ମାଙ୍କଡ଼ ରୁହନ୍ତି । ଭକ୍ତମାନେ ଏମାନଙ୍କୁ ଖାଇବାକୁ ଦେଇଥାନ୍ତି। ଆନନ୍ଦ ବଜାରରେ ପଡ଼ୁଥିବା ପତ୍ରରୁ ବି ଖାଦ୍ୟ ଖାଇଥାନ୍ତି ମାଙ୍କଡ଼। ଅନେକେ ମାନସିକ କରି ମାଙ୍କଡ଼ ପଲଙ୍କୁ ଖାଇବାକୁ ଦେଇଥାନ୍ତି। ତେବେ କରୋନା କଟକଣା ପାଇଁ ଜିଲା ପ୍ରଶାସନ ଗତ ୨୦ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖିଛି। କେବଳ ଠାକୁରଙ୍କ ସେବାପୂଜା ଚାଲିଛି। ବରାଦି ମହାପ୍ରସାଦ ପ୍ରସ୍ତୁତ ହେଉନାହିଁ। ଫଳରେ ମାଙ୍କଡ଼ମାନେ କିଛି ଖାଇବାକୁ ପାଉନାହାନ୍ତି।
ଏହାକୁ ଉପଲବ୍ଧି କରି ଆଧ୍ୟାତ୍ମିକ ବିଦ୍ୟାପୀଠ ପକ୍ଷରୁ ସୋମବାର ମାଙ୍କଡ଼ଙ୍କୁ ଖାଦ୍ୟ ପ୍ରଦାନ କରାଯାଇଛି। ଗୁରୁ ଦିବ୍ୟାନନ୍ଦ ଗିରିଙ୍କ ତତ୍ତ୍ବାବଧାନରେ ସଂଯୋଜକ ପରେଶ ନାୟକ, ସୌମେନ୍ଦ୍ର ଦାଶ, ରାକେଶ ପ୍ରଧାନଙ୍କ ସହଯୋଗରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କରେ ଶୂନ, କ୍ୟାଶ୍‌ବୁକ୍‌ରେ ସୁଧ ସହ ଅପ୍‌ଡେଟ୍‌: ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ

ଅନୁଗୋଳ ଅଫିସ, ୧୫।୯ – ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଟଙ୍କା ଗାଏବ କରାଯାଇଛି। ୨୦୧୭ ଡିସେମ୍ବର ୧୫ରୁ ୨୦୧୮ ମେ ୩୧ ମଧ୍ୟରେ...

ବିରୋଧୀଦଳ ନେତା ହେବା ନେଇ ପ୍ରଦୀପ୍ତଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୧୪।୮(ଡି.ଏନ୍‌.ଏ.): ଭବାନୀପାଟଣା ଭାଜପା ବିଧାୟକ ପ୍ରଦୀପ୍ତ କୁମାର ନାଏକ ବିରୋଧୀ ଦଳର ନେତା ହେବା ପରେ ପ୍ରଥମକରି କଳାହାଣ୍ଡି ଗସ୍ତରେ ଆସିଛନ୍ତି। ଏ ନେଇ କେସିଙ୍ଗା...

ପ୍ରକାଶ ପାଇଲା ବିପିୟୁଟି ପରୀକ୍ଷାଫଳ: ପାସ୍‌ ହାର ୯୩%

ଭୁବନେଶ୍ୱର,୧୩।୮(ବ୍ୟୁରୋ): ପ୍ରକାଶ ପାଇଛି ବିପିୟୁଟିର ବିଟେକ୍‌ ଏବଂ ଏମ୍‌ଏସ୍‌ସି ପରୀକ୍ଷାଫଳ। ଫାଇନାଲ ସେମିଷ୍ଟାରରେ ୯୩% ଛାତ୍ରୀଛାତ୍ର ପାସ୍‌ ହୋଇଛନ୍ତି। ତେବେ ମୋଟ ୧୧ ହଜାର ୭ଶହ...

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ: କ୍ଷତି ପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାଜପଥ ଅବରୋଧ

ପାଟଣା,୧୩।୭(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ରେଙ୍ଗାଳବେଡା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା ଗାଡି...

ରନ୍ଧା ଖାଦ୍ୟ, ମାସ୍କ ବଣ୍ଟନ

ବାଲେଶ୍ୱର ଅଫିସ, ୧୫।୪-ବାଲେଶ୍ୱର ଟାଉନ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ସହର ତଥା ବିଭିନ୍ନ ପଞ୍ଚାୟତରେ ଅସହାୟ ଓ ଗରିବ...

ପ୍ରଶାସନଠୁ ନିରାଶ ପରେ ରାସ୍ତା ମରାମତି ଲାଗି ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

କେନ୍ଦୁଝର,୨୧।୧୦(ସ୍ବ.ପ୍ର.): ପ୍ରଶାସନର ପ୍ରତିଶ୍ରୁତି ବିଫଳ ପରେ ରାସ୍ତା ମରାମତି ଲାଗି ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ସଦର ବ୍ଲକ କବିତ୍ରା...

ପାହାଡ଼ରେ ବେଆଇନ ପଥର ବ୍ଲାଷ୍ଟଂ: ଥରିଲା ଗାଁ

ଖୋର୍ଦ୍ଧା ଅଫିସ,୨୭ା୪ : ଲକ୍‌ଡାଉନ ଖଟକଣାକୁ ଫୁ କରି ବେଆଇନ ଭାବେ ପାହାଡରେ ପଥର ବ୍ଲାଷ୍ଟିଂ ସାଙ୍ଗକୁ କ୍ରଶର ୟୁନିଟ ଚାଲିଛି। ଅନ୍ୟପକ୍ଷେ ପଥର ମାଫିଆମାନେ...

କେନ୍ଦୁଝରର ନୂତନ ଏସ୍‌ପି ଭାବେ କାର୍ଯ୍ୟରେ ଯୋଗଦେଲେ ମିତ୍ରଭାନୁ ମହାପାତ୍ର

କେନ୍ଦୁଝର,୨୫।୮(ସ୍ବ.ପ୍ର.): କେନ୍ଦୁଝରର ନୂତନ ଏସ୍‌ପି ଭାବରେ ମିତ୍ରଭାନୁ ମହାପାତ୍ର ରବିବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଡିଆଇଜି ଜୟନାରାୟଣ ପଙ୍କଜଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି...

Coronavirus Update


Archives

Model This Week

Why Dharitri