ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ

ପୁରୀ ଅଫିସ,୨୦ା୬: ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଚନ୍ଦ୍ରଗ୍ରହଣ ହେଉ ଅବା ସୂର୍ଯ୍ୟୋପରାଗ ସ୍ପର୍ଶ ସମୟରେ କୌଣସି ଦେବଦେବୀ ମନ୍ଦିରରେ ଦେବନୀତି କରାଯାଏ ନାହିଁ। ଶ୍ରୀମନ୍ଦିରରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ। ଯେହେତୁ ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଗ୍ରହରୂପୀ ଜନାର୍ଦ୍ଦନ ତେଣୁ ତାଙ୍କର ଗ୍ରହଣ କିମ୍ବା ପରାଗ ସ୍ପର୍ଶ ପରେ ଦେବନୀତି ଆରମ୍ଭ ହୋଇଥାଏ। ଏହିଦିନ ମହାସ୍ନାନ ଓ ଖଇକୋରା ଭୋଗ ବିଶେଷ ନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ। ୨୧ ତାରିଖ ପୂର୍ବାହ୍ନ ୧୦ଟା ୩୭ ମିନିଟ୍‌ ୫୫ ସେକେଣ୍ଡରେ ପରାଗ ସ୍ପର୍ଶ ପରେ ମହାପ୍ରଭୁଙ୍କର ଗ୍ରହଣ ମହାସ୍ନାନ, ମଇଲମ ଓ ବେଶ, ମଙ୍ଗଳ ଆଳତି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ପରାଗ ସାଦା ବେଶ ପରେ ପରାଗ ଭୋଗ ଓ ଖଇକୋରା ଭୋଗ ଆଦି କରାଯିବା ପାଇଁ ନିର୍ଘଣ୍ଟ ହୋଇଛି।

ଆଜି ରାତି ୧୦. ୩୮ରୁ ପାକତ୍ୟାଗ

ଆସନ୍ତା ୨୧ ତାରିଖ ଆଷାଢ ଅମାବାସ୍ୟା ତିଥିରେ ସଂଘଟିତ ହେବ ରାହୁଗ୍ରସ୍ତ ଚୁଡ଼ାମଣି ଯୋଗ ସୂର୍ଯ୍ୟୋପରାଗ। ରବିବାର ପୂର୍ବାହ୍ନ ୧୦ ଘଣ୍ଟା ୩୭ ମିନିଟ୍‌ ୫୫ ସେକେଣ୍ଡରେ ପରାଗ ସ୍ପର୍ଶ ହୋଇ ୩ ଘଣ୍ଟା ୩୨ ମିନିଟ୍‌ ୭ ସେକେଣ୍ଡ ପର୍ଯ୍ୟନ୍ତ ରହିବ। ମଧ୍ୟାହ୍ନ ୧୨ଟା ୨୫ ମିନିଟ୍‌ ୫୩ ସେକେଣ୍ଡରେ ମୋକ୍ଷ ଆରମ୍ଭ ହୋଇ ଅପରାହ୍ନ ୨ଟା ୯ ମିନିଟ୍‌ ୨ ସେକେଣ୍ଡରେ ସର୍ବମୋକ୍ଷ ହେବ। ତେବେ ପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଶନିବାର ରାତି ୧୦ଟା ୩୭ ମିନିଟ୍‌ ୫୫ ସେକେଣ୍ଡଠାରୁ ରବିବାର ଅପରାହ୍ନ ୨ଟା ୯ ମିନିଟ୍‌ ୨ ସେକେଣ୍ଡ ଗ୍ରହଣ ସର୍ବମୋକ୍ଷ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନଭୋଜନ ଓ ଦେବନୀତି ନିଷେଧ। ବାଳକ, ବୃଦ୍ଧ, ରୋଗୀଙ୍କ ପକ୍ଷେ ନିୟମ ଲଂଘନୀୟ। ଗ୍ରହଣ ସର୍ବମୋକ୍ଷ ପରେ ଦେବଦେବୀମାନଙ୍କର ମହାସ୍ନାନ କରାଯାଇ ପାକ କର୍ମ ଓ ଦେବନୀତି କରଣୀୟ। ମିଥୁନ, କର୍କଟ, କନ୍ୟା, ତୁଳା, ବିଛା ଓ ଧନୁ ଏହି ୬ ରାଶିର ବ୍ୟକ୍ତିମାନଙ୍କ ପାଇଁ ପରାଗ ଦର୍ଶନ ଅଶୁଭ। ଏତଦ୍‌ଭିନ୍ନ ମେଷ, ବୃଷ, ସିଂହ, ମକର, କୁମ୍ଭ, ମୀନ ରାଶିର ବ୍ୟକ୍ତିମାନଙ୍କ ନିମନ୍ତେ ପରାଗ ଦର୍ଶନ ଶୁଭ ବୋଲି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri