ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଅଭିଯାନ: ଶଙ୍କରାଚାର୍ଯ୍ୟ, ସେବାୟତଙ୍କ ପରାମର୍ଶ ନିଅ

ନୂଆଦିଲ୍ଲୀ,୪-୧୦:ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉଚ୍ଛେଦ ପୂର୍ବରୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଓ ବରିଷ୍ଠ ସେବାୟତମାନଙ୍କ ସହ ପରାମର୍ଶ କରିବାକୁ ସର୍ବୋଚ୍ଚ ଅଦାଲତ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା ପୁରାତନ ମଠ ମନ୍ଦିର ଭଙ୍ଗାଯିବା ଠିକ୍‌ ନୁହେଁ ବୋଲି ଜଷ୍ଟିସ୍‌ ଅରୁଣ ମିଶ୍ର, ବିନୀତ ସରନ ଓ ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଅନୁଭବ କରିଛନ୍ତି। ତେଣୁ ଉଚ୍ଛେଦ ଅଭିଯାନ ପୂର୍ବରୁ କେଉଁ ଅଟ୍ଟାଳିକା ଭଙ୍ଗାଯିବ ଓ କାହାକୁ ସଂରକ୍ଷିତ ରଖାଯିବ ସେ ନେଇ ବରିଷ୍ଠ ସେବାୟତଙ୍କ ସହ ସରକାର ବୈଠକ କରିବାକୁ ଖଣ୍ଡପୀଠ କହିଛନ୍ତି।
ପୁରାତନ ମଠ ଓ ମନ୍ଦିରଗୁଡ଼ିକୁ ଧ୍ୱଂସ କରିଦିଆଯାଉଛି। ଏହି କ୍ଷୁଦ୍ର ମନ୍ଦିରଗୁଡିକ ମୁଖ୍ୟ ମନ୍ଦିର ପାଇଁ ବହୁତ ସହାୟକ ଥିଲେ। ଐତିହାସିକ ଓ ଧର୍ମୀୟ ଗୁରୁତ୍ୱ ବହନ କରୁଥିବା ମଠ ମନ୍ଦିରଗୁଡ଼ିକୁ ଏଭଳି ଭାଙ୍ଗିଦିଆଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଯଦି ଆପଣମାନେ ଏହି ସ୍ମାରକସ୍ଥଳୀଗୁଡ଼ିକର ସଂସ୍କୃତି ଓ ଗୁରୁତ୍ୱ ବୁଝିପାରୁନାହାନ୍ତି ତେବେ ଉଚ୍ଛେଦ ଅଭିଯାନ ପୂର୍ବରୁ ଧର୍ମୀୟ ପୂଜକମାନଙ୍କ ସହ ପରାମର୍ଶ କରନ୍ତୁ ବୋଲି ଖଣ୍ଡପୀଠ କହିଛନ୍ତି। ଏହା ଜୀବନ ଜୀବିକାର ପ୍ରଶ୍ନ। ଶହ ଶହ ବର୍ଷ ଧରି ସ୍ଥାନୀୟ ଲୋକେ ଶ୍ରୀମନ୍ଦିର ଚତୁଃପାର୍ଶରୁ ରୋଜଗାର କରିଆସୁଥିଲେ। ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ଶଙ୍କରାଚାର୍ଯ୍ୟ ମଧ୍ୟ ସନ୍ତୁଷ୍ଟ ନୁହନ୍ତି ବୋଲି ଅଦାଲତ କହିଛନ୍ତି।
ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଭଙ୍ଗା ଅଭିଯାନ ସମ୍ପର୍କରେ ଆମିକସ୍‌ କ୍ୟୁରି ରଞ୍ଜିତ୍‌ କୁମାର ଅଦାଲତରେ ରିପୋର୍ଟ ଦାଖଲ କରିଥିଲେ। ସରକାରଙ୍କ ଉଚ୍ଛେଦ ଅଭିଯାନରେ ଆମିକସ୍‌ କ୍ୟୁରି ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନ ଥିବା ରିପୋର୍ଟରେ ଜଣାଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୨ରେ ହେବ। ଶଙ୍କରାଚାର୍ଯ୍ୟ ଓ ବରିଷ୍ଠ ସେବାୟତମାନଙ୍କ ସହ ପରାମର୍ଶ କରି ଉପଯୁକ୍ତ ଉଚ୍ଛେଦ ଯୋଜନା ସହ ଆସିବାକୁ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ କହିଛନ୍ତି। ନଚେତ୍‌ ଅଦାଲତ ଉଚ୍ଛେଦ ଅଭିଯାନର ଅନୁଧ୍ୟାନ ଲାଗି ଉଚ୍ଚ କ୍ଷମତାସମ୍ପନ୍ନ କମିଟି ସହ ପରାମର୍ଶ କରିବେ ବୋଲି ଆବେଦନକାରୀଙ୍କ ଓକିଲ ସୂଚନା ଦେଇଛନ୍ତି। ପୁରୀରେ ଥିବା ଗୁରୁଦ୍ୱାର ଉଚ୍ଛେଦ ବନ୍ଦ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନକାରୀ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଖଣ୍ଡପୀଠ ଏଥିପାଇଁ କୌଣସି ଲିଖିତ ନିର୍ଦ୍ଦେଶନାମା ଦେଇନାହାନ୍ତି। ତେବେ ଉକ୍ତ ଧାର୍ମିକ ପୀଠକୁ ଭଙ୍ଗାଯିବ ନାହିଁ ବୋଲି ଅଦାଲତ ଆବେଦନକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri