ଶ୍ରୀମନ୍ଦିରରେ ହେଲା ଦିବା ପହୁଡ଼: ଦିନରେ ୨ ଘଣ୍ଟା ୧୦ ମିନିଟ୍‌ ଶୋଇଲେ ଠାକୁର

ପୁରୀ ଅଫିସ, ୨୦ା୧୦: ଶ୍ରୀମନ୍ଦିରରେ ଶନିବାର ନିର୍ଘଣ୍ଟ ସମୟରେ ନୀତି ଅନୁଷ୍ଠିତ ହୋଇ ଠାକୁରଙ୍କ ଦିବା ପହୁଡ଼ ସମ୍ପନ୍ନ ହୋଇଛି। ଅପରାହ୍ନ ୩ଟା ୩୫ରେ ପହୁଡ଼ ହୋଇ ୫ଟା ୪୫ରେ ଦ୍ୱାର ଫିଟା ଯାଇଥିଲା। ଫଳରେ ମହାପ୍ରଭୁ ଦିନରେ ୨ ଘଣ୍ଟା ୧୦ ମିନିଟ୍‌ ଶୋଇଥିଲେ। ଏହି ସମୟରେ ଦର୍ଶନ ବନ୍ଦ ରହିଥିଲା। ଶ୍ରୀମନ୍ଦିରରେ ଠାକୁରଙ୍କ ଦିବା ପହୁଡ଼ ନୀତି ରହିଛି। କିନ୍ତୁ କୌଣସି କାରଣକୁ ନେଇ ଯଦି ନୀତି କାନ୍ତି ବିଳମ୍ବ ହୁଏ କିମ୍ବା ଭକ୍ତଙ୍କ ଅଧିକ ଗହଳି ଥାଏ ତେବେ ଦିବା ପହୁଡ଼ ହୋଇ ନ ଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ତ୍ତିକ ମାସ ବାଳ ଧୂପ ନୀତି ଲାଗି ହୋଇଥିବା ସ୍ବତନ୍ତ୍ର ନୀତି ନିର୍ଘଣ୍ଟରେ ଦିବା ପହୁଡ଼ କରାଯିବା ଲାଗି ଧାର୍ଯ କରାଯାଇଛି। ଅପରାହ୍ନ ୩ଟାରୁ ୫ଟା ଦିବା ପହୁଡ଼ ଲାଗି ସ୍ଥିର ହୋଇଥିଲେ ମଧ୍ୟ ଭକ୍ତଙ୍କ ଗହଳି ଯୋଗୁ ଏହା ସମ୍ଭବ ହେଉ ନ ଥିଲା। କିନ୍ତୁ ଶନିବାର ନୀତିକାନ୍ତି ନିର୍ଘଣ୍ଟ ଅନୁସାରେ ଚାଲିଥିବାରୁ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିିଥିଲେ। ଫଳରେ ଗହଳି ଜଣାପଡି ନ ଥିଲା। ତେଣୁ ଦିବା ପହୁଡ଼ କରାଯାଇଥିବା ଶ୍ରୀମନ୍ଦିରର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି। ସୂଚନାଥାଉ କି, ଶନିବାର ଭୋର ୪ଟା ୧୦ରେ ଦ୍ୱାର ଫିଟା ଯାଇଥିବାବେଳେ ମଧ୍ୟାହ୍ନ ୧୨ଟା ୨୫ରେ ଭୋଗମଣ୍ଡପ ବଢ଼ିଥିଲା। ସାଢେ ଗୋଟାଏରେ ମଧ୍ୟାହ୍ନ ଧୂପ ସରିଥିବା ବେଳେ ଅପରାହ୍ନ ୩ଟାରେ ଦ୍ୱିତୀୟ ଭୋଗ ମଣ୍ଡପ ବଢ଼ିଥିଲା। ଏହାପରେ ୩ଟା ୩୫ରେ ଦିବା ପହୁଡ଼ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚୋରା ଲୁହାପଥର ଟ୍ରକ ସହିତ କାର ଜବତ: ୫ ଗିରଫ

ଲହୁଣୀପଡା, ୧।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ରାଜାମୁଣ୍ଡା ଛକରୁ ଗୁରୁବାର ଭୋର ଏକ ଚୋରା ଲୁହାପଥର ବୋଝେଇ ଚଉଦ ଚକିଆ ଟ୍ରକ...

କାର୍ଟୁନ ଗୋଦାମରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବାରିପଦା ଅଫିସ,୧୭।୧୨: ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧାସ୍ଥିତ ଏକ କାର୍ଟୁନ ଗୋଦାମରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବିଭାଗର ୩ଟି...

ଉପରେ ପିଆଜ ବସ୍ତା, ତଳେ ଗଞ୍ଜେଇ

ମନମୁଣ୍ଡା, ୧୯।୫ (ଡି.ଏନ.ଏ.)-ବୌଦ୍ଧ ଜିଲା ଅଧୀନ କଣ୍ଟାମାଳରୁ ଏକ ଟ୍ରକ ଯୋଗେ ମନମୁଣ୍ଡା ଦେଇ ଚୋରାଚାଲାଣ ହେଉଥିବା ୧୧ କୁଇଣ୍ଟାଲ ଗଞ୍ଜେଇ ଓ ୩୫ ବସ୍ତା...

୩ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଟକ୍କର

ପିପିଲି/ଡେଲାଙ୍ଗ, ୨୬।୯(ସ୍ବ.ପ୍ର./ଡି.ଏନ୍‌.ଏ.): ପିପିଲି ଉପନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପିିପିଲି, ଡେଲାଙ୍ଗ ଅଞ୍ଚଳରେ ରାଜନୈତିକ ଦଳଗୁଡ଼ିକର ଜୋରସୋରରେ ପ୍ରଚାର, ସଭା ଚାଲିଛି। ହେଭିଓ୍ବେଟ ତଥା...

ଭଦ୍ରକରେ ୧୭୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୧୯ା୮: ଭଦ୍ରକ ଜିଲାରେ ବୁଧବାର ୪୭ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩୪ରେ ପହଞ୍ଚିଛି।...

ଲଗାଣ ବର୍ଷା: ବଢୁଛି ମହାନଦୀ ଜଳସ୍ତର; ବନ୍ୟା ଆଶଙ୍କାରେ ନଦୀକୂଳିଆ ଗ୍ରାମବାସୀ

ଗଣିଆ,୮ା୯ (ଡି.ଏନ.ଏ.): ଗତ ୩ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ହୀରାକୁଦ ନଦୀବନ୍ଧରୁ ବନ୍ୟାଜଳ ପ୍ରବାହିତ...

କାର୍ତ୍ତିକ ଓଡ଼ିଶା ଟପ୍ପର

ସୋନପୁର,୩୦।୫(ନି.ପ୍ର.): ୟୁପିଏସ୍‌ସି ପକ୍ଷରୁ ସୋମବାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି। ସର୍ବ ଭାରତୀୟ ସ୍ତରରେ ଶ୍ରୁତି ଶର୍ମା ଟପ୍ପର ହୋଇଥିବା ବେଳେ ଓଡ଼ିଶାର...

ନିର୍ବାଚନ ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ

ଭୁବନେଶ୍ୱର,୧୦।୪(ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ। ଏନେଇ ସେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ବନ୍ଧୁଗଣ, ମୁଁ କୋଭିଡ୍‌ ପଜିଟିଭ୍‌...

Advertisement
Archives

Model This Week