ଶ୍ରୀମନ୍ଦିରରେ ହେଲା ଦିବା ପହୁଡ଼: ଦିନରେ ୨ ଘଣ୍ଟା ୧୦ ମିନିଟ୍‌ ଶୋଇଲେ ଠାକୁର

ପୁରୀ ଅଫିସ, ୨୦ା୧୦: ଶ୍ରୀମନ୍ଦିରରେ ଶନିବାର ନିର୍ଘଣ୍ଟ ସମୟରେ ନୀତି ଅନୁଷ୍ଠିତ ହୋଇ ଠାକୁରଙ୍କ ଦିବା ପହୁଡ଼ ସମ୍ପନ୍ନ ହୋଇଛି। ଅପରାହ୍ନ ୩ଟା ୩୫ରେ ପହୁଡ଼ ହୋଇ ୫ଟା ୪୫ରେ ଦ୍ୱାର ଫିଟା ଯାଇଥିଲା। ଫଳରେ ମହାପ୍ରଭୁ ଦିନରେ ୨ ଘଣ୍ଟା ୧୦ ମିନିଟ୍‌ ଶୋଇଥିଲେ। ଏହି ସମୟରେ ଦର୍ଶନ ବନ୍ଦ ରହିଥିଲା। ଶ୍ରୀମନ୍ଦିରରେ ଠାକୁରଙ୍କ ଦିବା ପହୁଡ଼ ନୀତି ରହିଛି। କିନ୍ତୁ କୌଣସି କାରଣକୁ ନେଇ ଯଦି ନୀତି କାନ୍ତି ବିଳମ୍ବ ହୁଏ କିମ୍ବା ଭକ୍ତଙ୍କ ଅଧିକ ଗହଳି ଥାଏ ତେବେ ଦିବା ପହୁଡ଼ ହୋଇ ନ ଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ତ୍ତିକ ମାସ ବାଳ ଧୂପ ନୀତି ଲାଗି ହୋଇଥିବା ସ୍ବତନ୍ତ୍ର ନୀତି ନିର୍ଘଣ୍ଟରେ ଦିବା ପହୁଡ଼ କରାଯିବା ଲାଗି ଧାର୍ଯ କରାଯାଇଛି। ଅପରାହ୍ନ ୩ଟାରୁ ୫ଟା ଦିବା ପହୁଡ଼ ଲାଗି ସ୍ଥିର ହୋଇଥିଲେ ମଧ୍ୟ ଭକ୍ତଙ୍କ ଗହଳି ଯୋଗୁ ଏହା ସମ୍ଭବ ହେଉ ନ ଥିଲା। କିନ୍ତୁ ଶନିବାର ନୀତିକାନ୍ତି ନିର୍ଘଣ୍ଟ ଅନୁସାରେ ଚାଲିଥିବାରୁ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିିଥିଲେ। ଫଳରେ ଗହଳି ଜଣାପଡି ନ ଥିଲା। ତେଣୁ ଦିବା ପହୁଡ଼ କରାଯାଇଥିବା ଶ୍ରୀମନ୍ଦିରର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି। ସୂଚନାଥାଉ କି, ଶନିବାର ଭୋର ୪ଟା ୧୦ରେ ଦ୍ୱାର ଫିଟା ଯାଇଥିବାବେଳେ ମଧ୍ୟାହ୍ନ ୧୨ଟା ୨୫ରେ ଭୋଗମଣ୍ଡପ ବଢ଼ିଥିଲା। ସାଢେ ଗୋଟାଏରେ ମଧ୍ୟାହ୍ନ ଧୂପ ସରିଥିବା ବେଳେ ଅପରାହ୍ନ ୩ଟାରେ ଦ୍ୱିତୀୟ ଭୋଗ ମଣ୍ଡପ ବଢ଼ିଥିଲା। ଏହାପରେ ୩ଟା ୩୫ରେ ଦିବା ପହୁଡ଼ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri