ଶ୍ରୀଦେବୀଙ୍କ ପ୍ରଥମ ଆତ୍ମଜୀବନୀ ଲେଖିଲେ ଓଡ଼ିଆ ଯୁବକ: ଉନ୍ମୋଚନ ବେଳେ କାନ୍ଦି ପକାଇଲେ ବୋନି କପୁର

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ଚିରସବୁଜ ଅଭିନେତ୍ରୀ ସ୍ବର୍ଗୀୟା ଶ୍ରୀଦେବୀଙ୍କ ଜୀବନୀ ଉପରେ ପ୍ରଥମ ପୁସ୍ତକ ଲେଖି ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଆ ଲେଖକ ସତ୍ୟାର୍ଥ ନାୟକ। ଦିଲ୍ଲୀରେ ଅନୁଷ୍ଠିତ ‘ଟାଇମ୍ସ ଲିଟ୍‌ ଫେଷ୍ଟ୍‌’ରେ ରବିବାର ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଦ୍ୱାରା ଏହି ପୁସ୍ତକ ଉନ୍ମୋଚିତ ହୋଇଥିବାବେଳେ ଏହାକୁ ନେଇ ବିଭିନ୍ନ ମହଲରେ ସତ୍ୟାର୍ଥଙ୍କୁ ପ୍ରଶଂସା କରାଯାଇଛି। ‘ଶ୍ରୀଦେବୀ: ଗର୍ଲ ଓ୍ବିମ୍ୟାନ୍‌ ସୁପରଷ୍ଟାର୍‌’ ନାମକ ଏହି ପୁସ୍ତକରେ ଶ୍ରୀଦେବୀଙ୍କ ଜୀବନ କାହାଣୀ ସହ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ କିଭଳି ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ସେ ସମ୍ପର୍କରେ ଉଲ୍ଲେଖ ରହିଛି। ସେହିଭଳି ଜଣେ ମହିଳା ହୋଇ ମଧ୍ୟ ବଲିଉଡ୍‌ ଭଳି ପୁରୁଷ ପ୍ରାଧାନ୍ୟ ଇଣ୍ଡଷ୍ଟ୍ରିର ଚିରାଚରିତ ଧାରାକୁ ଭାଙ୍ଗି ଶ୍ରୀଦେବୀ କିଭଳି ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିପାରିଥିଲେ, ତାହାକୁ ଏଥିରେ ବର୍ଣ୍ଣନା କରାଯାଇଛି। ପୁସ୍ତକ ଉନ୍ମୋଚନ ସମୟରେ ମଞ୍ଚରେ ଶ୍ରୀଦେବୀଙ୍କ ସ୍ବାମୀ ତଥା ପ୍ରଯୋଜକ ବୋନୀ କପୁର ଉପସ୍ଥିତ ଥିବାବେଳେ ତାଙ୍କୁ ଭାବବିହ୍ବଳ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହି ପୁସ୍ତକ ଲେଖିବାକୁ ସତ୍ୟାର୍ଥଙ୍କୁ ଅନୁମତି ଦେଇଥିବା ବୋନି ନିଜ କୋହ ସମ୍ଭାଳି ନ ପାରି ମଞ୍ଚ ଉପରେ କାନ୍ଦି ପକାଇଥିଲେ।
ଏହି ଆତ୍ମଜୀବନୀ ପୁସ୍ତକ ଶ୍ରୀଦେବୀଙ୍କ ଉପରେ ଲିଖିତ ପ୍ରଥମ ପୁସ୍ତକ ହୋଇଥିବାବେଳେ ଏହାକୁ ଲେଖିବାକୁ ଲେଖକଙ୍କୁ ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିଥିଲା। ବୋନି କପୁରଙ୍କ ସହ କପୁର ପରିବାରରୁ ତାଙ୍କୁ ପୂର୍ଣ୍ଣ ସମର୍ଥନ ମିଳିଥିବାବେଳେ ଶ୍ରୀଦେବୀଙ୍କ ସମ୍ପର୍କରେ ଅଧିକ ଜାଣିବାକୁ ସେ ତାଙ୍କ ବନ୍ଧୁ ପରିଜନ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହ ଆଲୋଚନା କରିଥିଲେ। ଫଳରେ ସେ ଶ୍ରୀଦେବୀଙ୍କ ସମ୍ପର୍କରେ ଅନେକ ଅଜଣା କଥା ଜାଣିବାର ସୁଯୋଗ ପାଇଥିଲେ। ଶ୍ରୀଦେବୀଙ୍କ ସହ କାମ କରିଥିବା ଓ ତାଙ୍କ ନିକଟତର ଥିବା କମଲ ହାସନ, ଚିରଞ୍ଜିବୀ, ରଜନୀକାନ୍ତ, ନାଗାର୍ଜୁନ, ଅନିଲ କପୁର, ଋଷି କପୁର, ସୁବାସ ଘାଇ, ଗୌରୀ ସିନ୍ଧେ, କରନ ଜୋହର, ମନୀଷ ମାଲହୋତ୍ରା, ଲତା ମଙ୍ଗେସ୍‌କର, ଓ୍ବାହିଦା ରେହମାନ ଓ ଜାଭେଦ ଅଖତରଙ୍କ ଭଳି ବହୁ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ, କଣ୍ଠଶିଳ୍ପୀଙ୍କଠାରୁ ସେ ଶ୍ରୀଦେବୀଙ୍କ ସହ ଜଡ଼ିତ ବହୁ ସ୍ମୃତିକୁ ପୁସ୍ତକରେ ସ୍ଥାନିତ କରିଛନ୍ତି। ଜଣେ ସାମ୍ବାଦିକ ଭାବେ କାର୍ଯ୍ୟରତ ସତ୍ୟାର୍ଥ ନାୟକ ୨୦୧୪ରେ ପ୍ରଥମ ନୋବେଲ ‘ଦି ଏମ୍ପୋରର୍ସ ରିଡ୍‌ଲ୍‌ସ’ ଲେଖି ଚର୍ଚ୍ଚାକୁ ଆସିଥିଲେ। ଏହାସହ ସୋନୀ ଚ୍ୟାନେଲରେ ପ୍ରସାରିତ ଟିଭି ସିରିଜି ‘ପୋରସ୍‌’ର ସ୍କ୍ରିନ୍‌-ପ୍ଲେ ଲେଖିଥିବା ସତ୍ୟାର୍ଥଙ୍କ ଏହି ନୂଆ ପୁସ୍ତକ ଉନ୍ମୋଚନ ହେବାର ମାତ୍ର କିଛି ଘଣ୍ଟାରେ ଆମାଜନ୍‌ରେ ବହୁଳ ବିକ୍ରି ହୋଇଥିବା ପୁସ୍ତକ ମଧ୍ୟରେ ସ୍ଥାନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜଠାରୁ ୧୪ ବର୍ଷ ବଡ଼ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ ଗାୟିକା, ବର୍ଷେ ପରେ ଘଟିଥିଲା ଏମିତି…

ମୁମ୍ବାଇ: ଆଜି ବଲିଉଡ୍‌ର ସଫଳ ଗାୟିକା ସୁନିଧି ଚୌହାନଙ୍କ ଜନ୍ମଦିନ। ୧୯୮୩ ମସିହାରେ ସୁନିଧି ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଫିଲ୍ମରେ ଗୀତ ଗାଇ ସେ...

ନୀଲ୍‌ ନୀତିନ୍‌ ମୁକେଶ ୩୮ ବର୍ଷରେ: ସୋନମ୍‌ଙ୍କ ସହିତ ୩୦ ଥର କିସିଂ ସିନ୍‌ ଦେଇଥିଲା ପରିଚିତି

ମୁମ୍ବାଇ: ବଲିଉଡ୍‌ ଷ୍ଟାର ନୀଲ୍‌ ନୀତିନ୍‌ ମୁକେଶ ବୁଧବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୨ ଜାନୁୟାରୀ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନୀଲଙ୍କ...

କାରଗିଲ ବିଜୟ ଦିବସ ପାଇଁ ପୁଣି ଥରେ ରିଲଜ୍‌ ହେବ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍‌’

ମୁମ୍ବାଇ: କାରଗିଲ ବିଜୟ ଦିବସ ଅର୍ଥାତ୍‌ ୨୬ ଜୁଲାଇରେ ମହାରାଷ୍ଟ୍ରରେ ରିଲିଜ୍‌ ହେବ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍‌’। ଏଥିରେ ମୁଖ୍ୟ ଭୂମିକାରେ ବିବେକ କୌଶଲ...

ବିହାରୀ ଯୁବକଙ୍କୁ ବିବାହ କରିବାକୁ ଚାହାନ୍ତି କଙ୍ଗନା

ପାଟ୍‌ନା: ଭଲ ବିହାରୀ ପୁଅଟିଏ ମିଳିଲେ ବିବାହ କରିବି। ଏଭଳି କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ପଙ୍ଗା ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ପାଟ୍‌ନାରେ ଆୟୋଜିତ ଫିଲ୍ମ...

ସ୍ୱାମୀଙ୍କ ସହ ମିଶି ଫିଲ୍ମ ତିଆରି କରିବେ ସୋନମ

ମୁମ୍ବାଇ: ବଲିଉଡ୍ ବିୟୁଟି ସୋନମ କପୁର ଏବେ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ମିଶି ଫିଲ୍ମ ନିର୍ମାଣ କରିବେ ବୋଲି ଜଣାପଡିଛି । କିଛିଦିନ...

ସ୍ତ୍ରୀଙ୍କ ନାଇଟ୍‌ ପିନ୍ଧି ଚର୍ଚ୍ଚାରେ କମେଡି କିଙ୍ଗ୍‌

ଛୋଟ ପରଦାରେ ଦ କପିଲ ଶର୍ମା ଶୋ’ ବେଶ୍‌ ଚର୍ଚ୍ଚିତ। ଲକ୍‌ଡାଉନ୍‌ ପରେ ପୁଣି ଆରମ୍ଭ ହୋଇଥିବା ଏହି ଶୋ’ ଲୋକଙ୍କ ମୁହଁରେ ହସ ଫୁଟାଇବାରେ...

ବିଗ୍‌ ବସ୍‌ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର

ମୁମ୍ବାଇ,୨୨।୫: ଟେଲିଭିଜନର ସବୁଠାରୁ ବଡ଼ ରିୟାଲଟି ଶୋ’ ‘ବିଗ୍‌ ବସ୍‌’ରେ ବହୁ ବର୍ଷରୁ ସଲମାନ ଖାନ ହୋଷ୍ଟ କରି ଆସୁଛନ୍ତି। ସବୁ ଥର ଭଳି ସିଜନ...

ଏହି ଅଭିନେତାଙ୍କୁ ଲୋକେ ସ୍ବୟଂ ଭଗବାନ ଭାବି କରୁଥିଲେ ପୂଜା

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁଣି ଥରେ ଟିଭିରେ ପ୍ରସାରିତ ହେଉଛି। ଏଥିରେ କୁଶ ଭୂମିକାରେ ଅଭିନୟ କରିଥିବା ଅଭିନେତା ମଧ୍ୟ ‘ଶ୍ରୀକୃଷ୍ଣ’ ସିରିଏଲରେ ଶ୍ରୀକୃଷ୍ଣ...

Play 250+ Trending Games
Archives

Model This Week

Why Dharitri