ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ: ଉପଶାସ୍ତ୍ରୀ, ଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶ

ପୁରୀ ଅଫିସ,୩୦ା୫: ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ୨୦୧୯ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ତୃତୀୟ ବର୍ଷ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ଫଳାଫଳ ବୁଧବାର ପ୍ରକାଶ ପାଇଛି। କୁଳପତି ପ୍ରଫେସର ରାଧାମାଧବ ଦାଶ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ଶାସ୍ତ୍ରୀରେ ୧୦୧ଟି ପରୀକ୍ଷା କେନ୍ଦ୍ରରେ ୧୪୪ଟି ମହାବିଦ୍ୟାଳୟର ୪୭୧୭ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୦୦୮ଜଣ ପାସ୍‌ କରିଛନ୍ତି। ୯ଜଣ କପି କରି ଧରାପଡ଼ିଛନ୍ତି। ୭ଶହ ଜଣ ଫେଲ୍‌ ହୋଇଛନ୍ତି। ପାସ୍‌ହାର ୮୪.୯୬ ପ୍ରତିଶତ ରହିଛି। ଗତ ୨୦୧୮ ମସିହାରେ ୪୮୯୯ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୪୩୪୧ ଜଣ ପାସ୍‌ କରିଥିଲେ। ସେମାନଙ୍କ ମଧ୍ୟରୁ ୫୩୦ ଜଣ ଫେଲ ହୋଇଥିଲେ। ପାସ୍‌ହାର ୮୮.୬୦ ପ୍ରତିଶତ ରହିଥିଲା। ଚଳିତ ବର୍ଷ ଫେଲ୍‌ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଫଳାଫଳ ଗତ ବର୍ଷ ତୁଳନାରେ ୪ପ୍ରତିଶତ କମ୍‌ ହୋଇଛି।
ସେହିପରି ଚଳିତବର୍ଷ ଶାସ୍ତ୍ରୀ ଏକ୍ସ-ରେଗୁଲାରରେ ୩୫୩ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୨୫୧ଜଣ ପାସ୍‌ କରିଛନ୍ତି। ୧୦୨ ଜଣ ଫେଲ୍‌ ହୋଇଛନ୍ତି। ପାସ୍‌ହାର ୭୧.୧୦ ପ୍ରତିଶତ ରହିଛି। ଗତ ୨୦୧୮ରେ ୪୯୦ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୫୮ଜଣ ପାସ୍‌ ଏବଂ ୧୨୫ଜଣ ଫେଲ ହୋଇଥିଲେ। ପାସ୍‌ହାର ୭୩.୦୬ ପ୍ରତିଶତ ରହିଥିଲା।
ସେହିପରି ଉପଶାସ୍ତ୍ରୀ ରେଗୁଲାରରେ ୯୪୫୪ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୯୫୦ଜଣ ଅନୁପସ୍ଥିତ ରହିଥିଲେ। ୨ଜଣ କପି ଧରି ଧରାପଡ଼ିିଥିଲେ। ୧୩୨୫ ଜଣ ପ୍ରଥମ, ୪୮୬୦ ଜଣ ଦ୍ୱିତୀୟ ଓ ୧୧୧୪ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ୬୯ ଜଣ କମ୍ପାର୍ଟମେଣ୍ଟାଲରେ ପାସ୍‌ କରିଛନ୍ତି। ମୋଟ ୭୩୬୮ ପରୀକ୍ଷାର୍ଥୀ ପାସ କରିଥିବାବେଳେ ୧୧୩୪ ଜଣ ଫେଲ ହୋଇଛନ୍ତି। ପାସ୍‌ହାର ୮୬.୬୬ ପ୍ରତିଶତ ରହିଛି। ଅନ୍ୟପଟେ ୨୦୧୮ରେ ୯୦୦୪ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ୬୧୪୭ ଜଣ ପାସ କରିଥିଲେ। ସେମାନଙ୍କ ମଧ୍ୟରୁ ୭୦୨ ପ୍ରଥମ, ୪୩୬୨ଦ୍ୱିତୀୟ ଓ ୯୭୮ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଥିଲେ। ୧୮୫୭ଜଣ ଫେଲ ହୋଇଥିଲେ। ପାସ୍‌ହାର ୭୬.୭୯ ପ୍ରତିଶତ ରହିଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ୍‌ହାର ୧୦ପ୍ରତିଶତ ବୃଦ୍ଧି ପାଇଛି। କୁଳପତି ଦାଶ କହିଛନ୍ତି ଯେ, ଏହି ଦୁଇ ପରୀକ୍ଷା ସିସିଟିଭି ସର୍ଭିଲାନ୍ସରେ କରାଯାଇଥିଲା।
ଜୁଲାଇରେ ତତ୍କାଳ ପରୀକ୍ଷା : ଚଳିତ ବର୍ଷ ଉପଶାସ୍ତ୍ରୀ ପରୀକ୍ଷାରେ ଏଗ୍ରିଗେଟ୍‌ ମାର୍କରେ ପାସ୍‌ କରି ଗୋଟିଏ ବିଷୟରେ ଫେଲ ହୋଇଥିବା ଛାତ୍ରୀଛାତ୍ର ଆସନ୍ତା ଜୁଲାଇ ମାସରେ ହେବାକୁ ଥିବା ତତ୍କାଳ ପରୀକ୍ଷା (ଇନଷ୍ଟାଣ୍ଟ ଏକଜ୍‌ାମ) ଦେଇପାରିବେ। ସେଥି ନିମନ୍ତେ ୬୪୭ଜଣ ଛାତ୍ରୀଛାତ୍ର ଯୋଗ୍ୟ ବିବେଚିତ ହୋଇଛନ୍ତି। ତତ୍କାଳ ପରୀକ୍ଷା ସମ୍ପର୍କରେ ସୂଚନା ବିଶ୍ୱବିଦ୍ୟାଳୟ ୱେବସାଇଟ ତଥା ବିଜ୍ଞାପନ ମାଧ୍ୟମରେ ଜଣାଇ ଦିଆଯିବ। ସେହିଭଳି ପ୍ରକାଶିତ ଦୁଇ ପରୀକ୍ଷାର ମାର୍କସିଟ୍‌, ପ୍ରୋଭିଜିନାଲ ପାସ୍‌ ସାର୍ଟିଫିକେଟ, ମାଇଗ୍ରେସନ ସାର୍ଟିଫିକେଟ ପ୍ରଭୃତି ଆସନ୍ତା ଜୁନ୍‌ ୬ତାରିଖଠାରୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରୁ କଲେଜ କତ୍ତୃପକ୍ଷ ସଂଗ୍ରହ କରିପାରିବେ।
ଠିକ୍‌ ସମୟରେ ବାହାରିଛି ପରୀକ୍ଷା ଫଳ: ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଧୁସୂଦନ ମିଶ୍ର କହିଛନ୍ତି ଯେ, ମାର୍ଚ୍ଚ ୭ରୁ ୧୫ତାରିଖ ପର୍ଯ୍ୟନ୍ତ ସମସ୍ତ କଲେଜରେ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ପରୀକ୍ଷା ହୋଇଥିଲା। ପରୀକ୍ଷା ଶେଷ ହେବା ପରେ ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ପୁରୀ ତିନୋଟି ମୂଲ୍ୟାଙ୍କନ କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାଙ୍କନ କରାଯାଇଥିଲା। ବାତ୍ୟା ‘ଫନୀ’ ପ୍ରଭାବରେ ବିଶ୍ୱବିଦ୍ୟାଳୟର ବ୍ୟାପକ କ୍ଷତି ଘଟିଥିଲା। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଏହି ଦୁଇ ପରୀକ୍ଷାର ଫଳାଫଳ ଏକସଙ୍ଗରେ ପ୍ରକାଶ କରାଯାଇଛି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହରିହର ହୋତା ଏବଂ ରେଜିଷ୍ଟ୍ରାର ଡ. ସଚ୍ଚିଦାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶଥାଉ କି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରି ନ ଥିବା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଦ୍ଧାରିତ ସମୟରେ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି।
ଫଳାଫଳ ଶତ ପ୍ରତିଶତ ରହିଛି
ଚଳିତ ବର୍ଷର ଶାସ୍ତ୍ରୀ ପରୀକ୍ଷାରେ ବିଭିନ୍ନ ବିଭାଗରେ ଫଳାଫଳ ଶତ ପ୍ରତିଶତ ହୋଇଛି। ଅଦୈତ୍ୱ ବେଦାନ୍ତରେ ୯୧.୧୫%, ଧର୍ମଶାସ୍ତ୍ରରେ ୯୩.୯୩%, ସର୍ବଦର୍ଶନରେ ୯୪.୪୪%, ଜ୍ୟୋତିଷରେ ୧୦୦%, କର୍ମକାଣ୍ଡରେ ୮୩.୩୩%, ନ୍ୟାୟରେ ୮୬%, ସାହିତ୍ୟରେ ୮୩.୮୯%, ବ୍ୟାକରଣରେ ୮୪.୭୦%, ପୁରାଣରେ ୮୦% ଏବଂ ବେଦରେ ୬୪.୨୮% ପ୍ରତିଶତ ରହିଛି ବୋଲି କୁଳପତି ପ୍ରଫେସର ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri