ଶ୍ରମିକ ବସିଛନ୍ତି, ଜେସିବି ଖୋଳୁଛି ବନ୍ଧ

ଦଶମନ୍ତପୁର,୧୪ା୬( ଡ଼ି.ଏନ.ଏ.)- ଶ୍ରମିକଙ୍କ ଜୀବିକା ନିର୍ବାହ ଲାଗି ସରକାର ବିଭିନ୍ନ ଯୋଜନାରେ କାର୍ଯ୍ୟ ଯୋଗାଇ ଦେବାକୁ ଉଦ୍ୟମ ଜାରି ରଖିଛନ୍ତି। ମାତ୍ର କୋରାପୁଟ ଜିଲା ଦଶମନ୍ତପୁରରେ ସରକାରଙ୍କ ନିୟମକୁ ଉଲ୍ଲଂଘନ କରାଯାଉଛି। ଶ୍ରମିକଙ୍କ ବଦଳରେ ଠିକାଦାରମାନେ ଜେସିବି ମେଶିନ ଲଗାଇ କାର୍ଯ୍ୟ କରୁଛନ୍ତି। ଫଳରେ ଶ୍ରମିକମାନେ କାମ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏପରି ଦେଖିବାକୁ ମିଳିଛି ଦଶମନ୍ତପୁର ବ୍ଲକ ଗାଦିଆଗୁଡ଼ା ପଞ୍ଚାୟତର ପରଜାଗଦ୍ରି ଗ୍ରାମରେ। ଗ୍ରାମରେ ୬୦ ପରିବାର ବସବାସ କରନ୍ତି। ଲକ୍‌ଡାଉନ୍‌ ଯୋଗୁ କୌଣସି କାର୍ଯ୍ୟ ନ ପାଇ ଶ୍ରମିକମାନେ ହଇରାଣ ହେଉଥିଲେ। ପ୍ରଶାସନ ଏହା ଜାଣିବା ପରେ ସେହି ଗ୍ରାମରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଗ୍ରାମରେ ୨ଟି ବନ୍ଧ ଖୋଳିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଫଳରେ ଏହାଦ୍ୱାରା ଶ୍ରମିକମାନେ କାର୍ଯ୍ୟ ପାଇବା ସହ ପରବର୍ତ୍ତୀ ସମୟରେ ବନ୍ଧରେ ମାଛଚାଷ କରି ଜୀବିକା ନିର୍ବାହ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ଲକ୍ଷ ରଖାଯାଇଥିଲା। ଗୋଟିଏ ବନ୍ଧ ଖୋଳିବା ଲାଗି ଦେଢଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ୨ଟି ଯାକ ବନ୍ଧ ଖୋଳିବା ପାଇଁ ଗ୍ରାମର ଡମ୍ବରୁଧର ଜାନି ଏବଂ ଲୁକୁ ଡଙ୍ଗ୍ରି ଠିକା ନେଇଥିଲେ। ଏହି କାର୍ଯ୍ୟ ଯେଉଁ ସ୍ଥାନରେ ହେବାକୁ ସ୍ଥିର ହୋଇଥିଲା ସେଠାରେ ନ କରି ସେମାନେ ଗ୍ରାମଠାରୁ ୨ କି.ମି. ଦୂର ପାହାଡ଼ ତଳେ ଥିବା ଲିଟିଝୋଲାଠାରେ ରହିଥିବା ପୁରୁଣା ବନ୍ଧରେ ଶ୍ରମିକ ନ ଲଗାଇ ଜେସିବି ମେଶିନରେ ବନ୍ଧ ଖନନ କରୁଛନ୍ତି। ଏନେଇ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ମଧ୍ୟ ନୀରବ ରହିଛନ୍ତି। ଏବେ ବନ୍ଧ ଖନନର ଅଧା ବିଲ୍‌ କରି ଅର୍ଥ ଉଠାଇଥିବା ଜାଣିବାକୁ ମିଳିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସେହିପରି ଦଶମନ୍ତପୁର ବ୍ଲକର କେତେକ ପଞ୍ଚାୟତରେ ଶ୍ରମିକଙ୍କ ବଦଳରେ ଜେସିବିରେ ବନ୍ଧ ଖୋଳା ଯାଉଥିବା ଦେଖିବାକୁ ମିଳୁଛି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଆଗାମୀ ଦିନରେ ଏ ସମ୍ପର୍କରେ ଜିଲାପାଳ ଏବଂ ଦୁର୍ନୀତି ନିବାରଣ ବିଭାଗ ନିକଟରେ ଅଭିଯୋଗ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି। ଏନେଇ ମୃତ୍ତିକା ସଂରକ୍ଷଣ ବିଭାଗ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଡ଼ାକୁଆଙ୍କୁ ପଚାରିବାରୁ ସେ କହିଲେ ଯେ, ମୁଁ ସେଠାରେ ଥିବା ବେଳେ ଠିକାଦାର କାମ ଠିକ୍‌ କରୁଛନ୍ତି। ଚାଲିଆସିବା ପରେ ଜେଶିବି ଲଗାଇ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଉଭୟ ଠିକାଦାରଙ୍କୁ ପଚାରିବାରୁ ସେମାନେ ଆମ ନିଜ ଦାୟିତ୍ୱରେ ଜେସିବିରେ ଏହି ବନ୍ଧ ନିର୍ମାଣ କରୁଛୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୬ ଘଣ୍ଟା ଜାତୀୟ ରାଜପଥ…

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri