ଶୋଇବା ପୂର୍ବରୁ ପିଅନ୍ତୁ ଏକ ଗ୍ଲାସ୍‌ ଉଷୁମ ପାଣି

ଶରୀରରେ ଜଳୀୟଅଂଶର ମାତ୍ରା ନିୟନ୍ତ୍ରଣରେ ରଖିବା ଲାଗି ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ। ଏହାଦ୍ୱାରା ବିଷାକ୍ତ ପଦାର୍ଥ ଶରୀରରୁ ବାହାରିଯାଇଥାଏ। ତେବେ କ’ଣ ଆପଣ ଜାଣନ୍ତି ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ ପାଣି ପିଇବା ଦେହ ପାଇଁ ଖୁବ୍‌ ଭଲ।

ଏହାର  ଉପକାର ସମ୍ବନ୍ଧରେ ଜାଣନ୍ତୁ:

– ଶରୀରରୁ ପାଣିର ମାତ୍ରା କମ୍‌ ହେଲେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜେ। ଧୀରେ ଧୀରେ ବିଷାଦଗ୍ରସ୍ତ ହେବା ପରି ମନେହୁଏ। ଯାହାକି ନିଦ୍ରାହୀନତାର କାରଣ ପାଲଟେ। ଏଣୁ ଶୋଇବା ପୂର୍ବରୁ ଉଷୁମ୍‌ ପାଣି ପିଇବା ଉଚିତ।

-ଉଷୁମ ପାଣି ଶରୀରର ତାପମାତ୍ରା ବଢ଼ାଇଥାଏ। ଏହାକୁ ପିଇବା ପରେ ଝାଳ ବାହାରିଥାଏ। ଏହାଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ। ଫଳରେ ରକ୍ତ ସଞ୍ଚାଳନ ତ୍ୱରାନ୍ବିତ ହୋଇଥାଏ। ରକ୍ତ ସଞ୍ଚାଳନ ତ୍ୱରାନ୍ବିତ ହେବା ଦ୍ୱାରା ମାଂସପେଶୀ ଏବଂ ଶିରାପ୍ରଶିରା ଉପରେ ଭଲ ପ୍ରଭାବ ପଡେ।

-ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ଦ୍ୱାରା ପାଚନତନ୍ତ୍ର ମଜଭୁତ ହୋଇଥାଏ।

-ଉଷୁମ ପାଣି ତ୍ୱଚାର କୋଷଗୁଡ଼ିକୁ ନଷ୍ଟ ହେବାକୁ ଦିଏନାହିଁ। ଫଳରେ ଏହାକୁ ପିଇଲେ ବୟସର ଛାପ ଜଣାପଡ଼ି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ମାଛ ରଖିବା କେତେ ଶୁଭ!

ଆକ୍ୱାରିୟମ୍‌ରେ ମାଛ ଖୁସିରେ ପହଁରୁଥିବାର ଦେଖିଲେ ଭାରାକ୍ରାନ୍ତ ମନକୁ ଖୁବ୍‌ ଶାନ୍ତି ମିଳିଥାଏ। କୁହାଯାଏ, ମାଛମାନେ ଯେମିତି ଚଳଚଞ୍ଚଳ, ସେମାନଙ୍କୁ ଘରେ ରଖିଲେ ଘରର ବାତାବରଣ...

ଏହି ରାଶିର ମହିଳାଙ୍କ ପ୍ରେମରେ ଶୀଘ୍ର ପଡ଼ିଥାନ୍ତି ଯୁବକ; ହେଲେ ସ୍ବାମୀଙ୍କ ଉପରେ ହୁକୁମ୍‌ ଚଲାଇବାକୁ…

ଆଜିର ରାଶି ସମ୍ବନ୍ଧୀୟ ଆଲୋଚନାରେ ବିଛା ରାଶିର ମହିଳାଙ୍କ ବିଷୟରେ ଆଲୋଚନା କରିବା। ଏମାନେ ବହୁତ ମହତ୍ୱାକାଂକ୍ଷୀ ହୋଇଥାନ୍ତି। ଜୀବନରେ ଯାହାକୁ ହାସଲ କରିବାକୁ ଏମାନେ...

ଏପରି କ’ଣ କଲେ ଯେକୌଣସି ବ୍ୟକ୍ତି ହୋଇପାରିବେ ଧନୀ, ଚାଣକ୍ୟ କହିଲେ ଏମିତି

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତ ଶାସ୍ତ୍ରରେ ଏପରି ପଦକ୍ଷେପ ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହା ସାହାଯ୍ୟରେ ଯେକୌଣସି ବ୍ୟକ୍ତି ଧନୀ ହୋଇପାରିବେ।  ଜାଣନ୍ତୁ ସେ ସମ୍ପର୍କରେ...

ସକାଳ ଜଳଖିଆରେ ସାମିଲ କରନ୍ତୁ ଇଡ୍‌ଲି

ଇଡ୍‌ଲି ଖାଇବାକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ। ଅନେକଙ୍କ ଘରେ ଇଡ୍‌ଲିକୁ ସକାଳର ଜଳଖିଆ ଭାବେ ଗ୍ରହଣ କରାଯାଇଥାଏ। ଇଡ୍‌ଲି ସହ...

ଫ୍ରିଜ୍‌ରେ ମାଛ ରଖି ଖାଉଛନ୍ତି କି….

ମାଛ ଖାଇବାକୁ ପ୍ରାୟ ଅନେକ ଲୋକ ଭଲପାଆନ୍ତି। ସ୍ବାସ୍ଥ୍ୟପାଇଁ ଏହା ମଧ୍ୟ ଉପକାରୀ । ମାତ୍ର ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବଜାରରେ ମାଛ...

ମଧୁମେହ ଲାଗି ହଳଦୀ ରାମବାଣ ସଦୃଶ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମଧୁମେହରେ ଆକ୍ରାନ୍ତ ହେଉଛନ୍ତି। ଏହା ପରିବର୍ତ୍ତିତ ଜୀବନଶୈଳୀ ଲାଗି ହେଉଥିବା ସ୍ବାସ୍ଥ୍ୟ ସମସ୍ୟାରୁ ଅନ୍ୟତମ। ଏହି ରୋଗରେ ରକ୍ତ ସର୍କରାକୁ...

ସୂର୍ଯ୍ୟ ରାଇଜର ଝଡ଼

ଆମର ତାରା ସୂର୍ଯ୍ୟ ପୃଥିବୀରେ ସକଳ ଶକ୍ତିର ଆଧାର । ମାତ୍ର ସୂର୍ଯ୍ୟ ବେଳେବେଳେ ଅଶାନ୍ତ ହୋଇ ଅତି ସକ୍ରିୟ ହୋଇଉଠେ। ସୂର୍ଯ୍ୟପୃଷ୍ଠରେ ଶକ୍ତିଶାଳୀ ଝଡ଼ମାନ...

ଏସବୁ କୁଅଭ୍ୟାସ ଥିଲେ ହୋଇପାରନ୍ତି ମୋଟା

ଖାଲି ଖାଦ୍ୟ ଯୋଗୁ ଯେ ଲୋକେ ମୋଟା ହୁଅନ୍ତି ତାହା ନୁହେଁ, ଏକ ଗବେଷଣାରୁ ଜଣାପଡ଼ିଛି, କେତେକ ଖରାପ ଅଭ୍ୟାସ ଯୋଗୁ ଲୋକେ ଖୁବ୍‌ଶୀଘ୍ର ମୋଟା...

Advertisement
Archives

Model This Week