Posted inUncategorized

ଶୋଇଥିବା ବେଳେ ୨ ଭାଇଙ୍କୁ କାମୁଡ଼ିଲା ଚିତି: ମା’ କୋଳ ଖାଲି

ଦେବଗଡ଼,୨୫।୭: (ଶଶାଙ୍କ ଶେଖର ଝାଙ୍କର ): ସାପ କାମୁଡାରେ ମଙ୍ଗଳବାର ସକାଳେ ୨ ଭାଇଙ୍କ ମୃତ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପୌରାଞ୍ଚଳର ୱାର୍ଡ ନଂ.-୯ ରେ ଥିବା ଜାଙ୍ଗିଲିକୁଦର ଠାରେ । ମୃତ ୨ ନାବାଳକ ହେଲେ ସର୍ବେଶର ଦେହୁରୀଙ୍କ ବଡ଼ ପୁଅ ଗୌରାଙ୍ଗ (୧୪) ଓ ସାନ ପୁଅ ସୌଭାଗ୍ୟ(୮) । ଖବର ମୁତାବକ ସୋମବାର ରାତିରେ ଖାଇ ସାରି ପରିବାର ସଦସ୍ୟଙ୍କ ସହିତ ୨ ଭାଇ ଶୋଇଥିବା ବେଳେ ବିଷାକ୍ତ ଚିତି ସାପ ଗୌରାଙ୍ଗ ଓ ସୌଭାଗ୍ୟଙ୍କୁ କାମୁଡି ଦେଇଥିଲା । ବାପା ସର୍ବେଶର ସେମାନଙ୍କୁ ସାପ କାମୁଡି ଥିବା ଜାଣିବା ପରେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସାନଭାଇ ସୌଭାଗ୍ୟଙ୍କୁ ଡାକ୍ତର ମତ୍ୟୁ ଘୋଷଣା କରିଥିବା ବେଳେ ବଡ ଭାଇ ଗୌରାଙ୍ଗର ଚିକିତ୍ସାଧୀନ ଅବସ୍ଥାରେ ମୃତ ଘଟିଥିଲା । ଖବରପାଇ ଦେବଗଡ଼ ଥାନା ପୋଲିସ ମୃତ ଦେହ ଜବତ କରିବା ସହିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ଭିତରେ ଷ୍ଟାଲିନଙ୍କ ନକଲ କଲେ ମୁଖ୍ୟମନ୍ତ୍ରୀ ବିଜୟ, ତାଳିରେ କମ୍ପିଲା ଗୃହ, ଦେଖନ୍ତୁ VIDEO

ଚେନ୍ନାଇ,୨୩।୬: ତାମିଲନାଡୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଭାଷଣର ଶେଷ ଭାଗ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥିଲା, ଯେତିକି ତାଙ୍କର ସମ୍ପୂର୍ଣ୍ଣ ସମ୍ବୋଧନ ଥିଲା। ଭାଷଣ…

ମାତ୍ର ୫୦ ଟଙ୍କା ନିବେଶ କଲେ ମିଳିବ ୩୫ ଲକ୍ଷର ଦମଦାର୍‌ ରିଟର୍ନ; ଆପଣଙ୍କୁ ଧନୀ କରିବ ପୋଷ୍ଟ ଅଫିସର ଏହି ଯୋଜନା

ଭୁବନେଶ୍ୱର, ୨୩।୬: ମାସ ଶେଷରେ ଦରମା ବା ପାରିଶ୍ରମିକ ଯାହା ବି ହେଉ ନା କାହିଁକି, ସଞ୍ଚୟ କରିବା ନିହାତି ଜରୁରୀ ଯେପରି ଭବିଷ୍ୟତରେ ଆବଶ୍ୟକତା ସମୟରେ…

ଜିଲାପାଳ ପରାମର୍ଶ କ୍ରମେ ଜୋର୍‌ ସୋରରେ ଚାଲିଛି ସଫେଇ ଅଭିଯାନ, ସାମିଲ ହେଲେ…

ଗଞ୍ଜାମ,୨୩।୬(ବିଦ୍ୟାଧର ସାହୁ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହୱାନ ଓ ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନଙ୍କ ପରାମର୍ଶ କ୍ରମେ ଜିଲାର ବିଭିନ୍ନ ସ୍ଥାନରେ ସଫେଇ ଅଭିଯାନ…

ବିଶ୍ୱକପ୍‌ରେ ମେସିଙ୍କ ରେକର୍ଡ, ନକ୍‌ଆଉଟ୍‌ରେ ପହଞ୍ଚିଲା ଆର୍ଜେଣ୍ଟିନା

ଆର୍ଲିଟନ,୨୩ା୬: ଲିଓନେଲ ମେସିଙ୍କ ରେକର୍ଡ ଡବଲ ଗୋଲ ବଳରେ ଖେଳାଯାଇଥିବା ଗ୍ରୁପ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୦ ଗୋଲରେ ଅଷ୍ଟ୍ରିଆକୁ ପରାସ୍ତ କରିଛି। ଏହି ବିଜୟ ସହ ଡିଫେଣ୍ଡିଂ…

ହତ୍ୟା ରହସ୍ୟ ଉନ୍ମୋଚିତ: ଏହି କାରଣରୁ ମହିଳାଙ୍କୁ ଜୀବନରୁ ମାରିଦେଇଥିଲେ ରମାକାନ୍ତ

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଶମ ପ୍ରଶାଖା ଛକ କେନାଲ ଘାଟ ନିକଟର ରବିବାର ଉଦ୍ଧାର ହୋଇଥିବା ମୃତ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇଛି। ମୃତ…

ଚନ୍ଦ୍ରିକା ମୃତ୍ୟୁ ମାମଲା: ୨ ଦିନିଆ ରିମାଣ୍ଡରେ ଗଲେ ବୟଫ୍ରେଣ୍ଡ ଭୀମସେନ

ବାରଙ୍ଗ,୨୩।୬: ବାରଙ୍ଗ ଥାନା ପୋଲିସ ମଙ୍ଗଳବାର ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଗିରଫ OAS ବୟଫ୍ରେଣ୍ଡ ଭୀମସେନ ଟୁଡୁଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିଛି। ପୋଲିସ ଭୀମସେନଙ୍କୁ ୩…

ଆକ୍ସନ ମୋଡ୍‌ରେ ପୋଲିସ: ବିପୁଳ ଦେଶୀମଦ ଜବତ

ଦାରିଙ୍ଗବାଡି, ୨୩।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପୋଲିସ ପକ୍ଷରୁ ବସଷ୍ଟାଣ୍ଡ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ଜବତ ଓ ତାକୁ…

ଘର କାମ କରୁଥିଲେ ଶୋଭାରାଣୀ, ଲାଗିଲା କରେଣ୍ଟ୍‌: ଆଉ ତା’ପରେ..

ଖଇରା,୨୩।୬(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ମହାତିପୁର ପଞ୍ଚାୟତ ଅଧୀନ ଚକ ଗ୍ରାମର ବୈକୁଣ୍ଠ ସାମଲ (୩୫)ଙ୍କ ପତ୍ନୀ ଶୋଭାରାଣୀ ମଙ୍ଗଳବାର ବିଦ୍ୟୁତ ସଂସ୍ପର୍ଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri