Posted inଜାତୀୟ

ଶେଷରେ ଘରକୁ ବାହୁଡିଲେ ଅଜିତ ପାଓ୍ବାର, କୋଳାଗ୍ରତ କଲେ ସୁପ୍ରିୟା

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏନସିପି ନେତା ଅଜିତ ପାଓ୍ବାର ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେଉଥିବା ବେଳେ ସବୁ ବିଧାୟକ ଗୃହରେ ପହଞ୍ଚିଛନ୍ତି। ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କ କନ୍ୟା ତଥା ଏମପି ସୁପ୍ରିୟା ସୁଲେ ଗୃହ ବାହାରେ ବିଧାୟକଙ୍କୁ ସ୍ବାଗତ କରିଛନ୍ତି। ବଡ ଭାଇ ତଥା ଏନସିପି ବିଧାୟକ ଅଜିତ ପାଓ୍ବାର ଗୃହରେ ପ୍ରବେଶ କରିବା ପୂର୍ବରୁ ତାଙ୍କୁ କୋଳାଗ୍ରତ କରିଥିଲେ ସୁପ୍ରିୟା। ଦୁହିଁଙ୍କ ମୁହଁରେ ହସ ଦେଖି ଉପସ୍ଥିତ ବିଧାୟକ ମଧ୍ୟ ବେଶ୍‌ ଖୁସି ନଜର ଆସିଥିଲେ। ଏହାସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ସହ ମଧ୍ୟ ସୁଲେ ହାତ ମିଳାଇଥିଲେ। ସୂଚନାଯୋଗ୍ୟ, ନଭେମ୍ବର ୨୩ରେ ପଡନବିସ ଏବଂ ଅଜିତ ପାଓ୍ବାର ଯଥାକ୍ରମେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ସରକାର ୮୦ ଘଣ୍ଟା ବି ପୂରଣ କରିପାରି ନ ଥିଲା। ପରେ ଦୁହେଁ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ନି ଲିଓନି କଲେଜ ଟପ୍ପର

କୋଲକତା,୨୮।୮: କୋଲକାତାର ଏକ କଲେଜରେ ଅନ୍‌ଲାଇନ ଆଡମିଶନ ପ୍ରକ୍ରିୟାବେଳେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଆଶୁତୋଷ କଲେଜର ବିଏରେ ଆଡମିଶନ ପାଇଁ ୱେବସାଇଟରେ ପ୍ରକାଶିତ...

ବ୍ରିଟେନରେ କରୋନାର ନୂଆ ରୂପକୁ ଦେଖି ପ୍ରସ୍ତୁତ ହେଲାଣି ଭାରତ!

ନୂଆଦିଲ୍ଲୀ,୨୧ ।୧୨: ଗୋଟିଏ ପଟେ ଖୁବଶୀଘ୍ର କରୋନା ଭ୍ୟାକ୍ସିନ ଆସିବା କଥା ଜଣାପଡିବା ପରେ ଦେଶବାସୀ ଉତ୍ସାହିତ ଥିବା ବେଳେ ଅନ୍ୟପଟେ କରୋନାର ନୂଆ ରୂପ...

ଶିଶୁଙ୍କ ପର୍ନୋଗ୍ରାଫିକୁ ପ୍ରୋତ୍ସାହିତ କରି ୪୧ ଅଟକ

କୋଚୀ,୨୮ା୧୨- ଶିଶୁଙ୍କ ପର୍ନୋଗ୍ରାଫିକୁ ପ୍ରୋତ୍ସାହିତ କରୁଥିବା ଏକ ର଼୍ୟାକେଟ ଧରାପଡ଼ିଛି। କେରଳ ପୋଲିସର ସାଇବର ଓ୍ବିଙ୍ଗ୍‌ ସୋମବାର ଆଇଟି ଫ୍ରୋଫେଶନାଲଙ୍କ ସମେତ ୪୧ ଜଣଙ୍କୁ ଅଟକ...

କରୋନା ସଂକ୍ରମିତଙ୍କ ମୃତ୍ୟୁରେ ସହାୟତା ରାଶି ପାଇଁ ଆବଶ୍ୟକ ନାହିଁ କୌଣସି ଗାଇଡ୍‌ଲାଇନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୮: କରୋନା ସଂକ୍ରମଣ ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୧ ଲକ୍ଷ ଅତିକ୍ରମ କରି ସାରିଥିବା ବେଳେ ମୃତକଙ୍କ...

ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ସ୍ତ୍ରୀ ଗୁରୁତର

ଚଣ୍ଡିଗଡ଼,୨୬।୫: କିମ୍ବଦନ୍ତୀ ଆଥ୍‌ଲେଟ ମିଲ୍‌ଖା ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ଆଇସିୟୁରୁ ବାହାରକୁ ନିଆଯାଇଛି। ସେ କୋଭିଡ୍‌ ନିମୋନିଆ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସିତ...

ଭାଜପାରୁ ପ୍ରାର୍ଥୀ ହେବା ସନ୍ନିଙ୍କର ଭଲ ନିଷ୍କତ୍ତି: ହେମା ମାଳିନୀ

ମୁମ୍ବାଇ,୨୯।୪: ପଞ୍ଜାବ ଗୁରୁଦାସପୁର ଆସନରୁ ଭାଜପା ପ୍ରାର୍ଥୀ ଭାବେ ବଲିଉଡ୍‌ ନାୟକ ସନ୍ନି ଦେଓଲ ପ୍ରାର୍ଥିପତ୍ର ଦାଖଲ କରିବା ପରେ ଏହାକୁ ନେଇ ମତ ରଖିଛନ୍ତି...

ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ମଞ୍ଜୁରୀ

ନୂଆଦିଲ୍ଲୀ,୨୪।୧: ଦିଲ୍ଳୀ-ଏନ୍‌ସିଆର୍‌ରେ ଚାଲିଥିବା କୃଷକ ଆନ୍ଦୋଳନ ଦୁଇ ମାସ ପୂରଣ ହେବାକୁ ଯାଉଛି। ଏହି ଅବସରରେ ଆଗାମୀ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଦିଲ୍ଲୀର...

ମଦ ପିଆଇ ୨ ଭଉଣୀଙ୍କୁ ଗଣବଳାତ୍କାର

ଇଟାଓ୍ବା,୧୩।୯: ଉତ୍ତରପ୍ରଦେଶର ଇଟାଓ୍ବା ଜିଲାରେ ୨ ଭଉଣୀଙ୍କୁ ଗଣବଳାତ୍କାର କରାଯାଇଛି। ୨ ଭଉଣୀଙ୍କୁ ୩ ଜଣ ଲୋକ ଅପହରଣ କରି ଗଣବଳାତ୍କାର କରିଥିବା ସୋମବାର ଅଭିଯୋଗ...

Advertisement


Archives

Model This Week