Posted inଖେଳ

ଶୁବମନ ଗିଲ୍‌ଙ୍କ ପାଇଁ ସତର୍କ ଘଣ୍ଟି

ଡୋମିନିକା,୧୭।୭: ୱେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଇନିଂସ ଏବଂ ୧୪୧ ରନ୍‌ରେ ବିଜୟୀ ହୋଇ ସିରିଜ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିବା ଯଶାସ୍ବ ଜୟସ୍ବାଲ ୧୭୧ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ। ଯଶସ୍ବୀଙ୍କ ଇନିଂସ ଅଧିନାୟକ ରୋହିତ ଶର୍ମାଙ୍କୁ ନିଶ୍ଚିତ ଭାବେ ଆରାମ ଦେଇଛି, କିନ୍ତୁ ଏହି ଟେଷ୍ଟ ମ୍ୟାଚରେ ଶୁବମନ ଗିଲଙ୍କ ପ୍ରଦର୍ଶନ ଯୋଗୁ ଟିମ ଇଣ୍ଡିଆର ଟେନସନ ନିଶ୍ଚିତ ଭାବେ ବୃଦ୍ଧି ପାଇଛି।
୨୦୨୩ରେ ଏପର୍ଯ୍ୟନ୍ତ ନିଜ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିବା ଗିଲ ଟେଷ୍ଟ ଫର୍ମାଟରେ ଏସିଆ ବାହାରେ ଗତ ୬ ଇନିଂସରେ ବହୁତ ଖରାପ ରେକର୍ଡ କରିଛନ୍ତି। ଗିଲ ଏପର୍ଯ୍ୟନ୍ତ ଏସିଆ ବାହାରେ ୭ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ କେବଳ ୨ ଅର୍ଦ୍ଧଶତକୀୟ ଇନିଂସ ସ୍କୋର କରିବାରେ ସଫଳ ହୋଇଛନ୍ତି। ଗିଲ ଏପର୍ଯ୍ୟନ୍ତ ଟେଷ୍ଟ ଫର୍ମାଟରେ ୨ ଶତକ ଅର୍ଜନ କରିଛନ୍ତି।
ଟେଷ୍ଟ କ୍ରିକେଟରେ ଗିଲ ୨୦୨୦-୨୧ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ମେଲବୋର୍ନ ଗ୍ରାଉଣ୍ଡରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ଏହା ପରେ ସିରିଜର ଦ୍ୱିତୀୟ ଟେଷ୍ଟରେ ଗିଲଙ୍କ ବ୍ୟାଟ ସହିତ ଅର୍ଦ୍ଧଶତକୀୟ ଇନିଂସ ଦେଖିବାକୁ ମିଳିଥିଲା। ଏଥି ସହିତ ବ୍ରିସବେନ ଟେଷ୍ଟ ମ୍ୟାଚର ଶେଷ ଇନିଂସରେ ଗିଲ ୯୧ ରନ ସ୍କୋର କରିଥିଲେ। ସେବେଠାରୁ ଏସିଆ ବାହାରେ ତାଙ୍କ ବ୍ୟାଟିଂ ରେକର୍ଡ ବହୁତ ଖରାପ ଥିଲା।
ଯଦି ଗିଲଙ୍କ ଏସିଆ ବାହାରେ ଶେଷ ୬ ଟେଷ୍ଟ ଇନିଂସକୁ ଦେଖାଯାଏ, ତେବେ ସେ ୬, ୧୮, ୧୩, ୪, ୧୭, ୮ ଏବଂ ୨୮ ରନ ସ୍କୋର କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଗିଲ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ କାରଣ ଏହା ପରେ ଦଳକୁ ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତରେ ପରବର୍ତ୍ତୀ ଟେଷ୍ଟ ସିରିଜ ଖେଳିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

୨ ଚୋରି ମାମଲାର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

ଖଜୁରୀପଡ଼ା,୧୫।୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଚୋରି ମାମଲାର ତଦନ୍ତ କରି ପୋଲିସ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

୧୧ କେଭି ତାର ନେଲା ୭ ମଇଁସିଙ୍କ ଜୀବନ: ଉତ୍ତେଜନା ରାସ୍ତାରୋକୋ

ଖଣ୍ଡପଡ଼ା/ନୟାଗଡ଼(ଅଜୟ କୁମାର ମହାରଣା/ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଡ଼ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମରେ ସୋମବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି।…

ନାଳରୁ ୧୬ଫୁଟର କୁମ୍ଭୀର ଉଦ୍ଧାର, ଜାଲ ପକାଇ ଧରିଲେ….

ରାଜନଗର,୧୫।୬(ଭାସ୍କର ରାଉତରାୟ): ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ କୁମ୍ଭୀର ଉଦ୍ଧାର କରାଯାଇଛି । ବନବିଭାଗ ଟିମ ୧୬ଫୁଟର…

ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ: ଘରୁ ଡ଼ାକି ନେଇ ଯୁବତୀଙ୍କୁ ବଳାତ୍କାର, ତାପରେ….

ପାଟଣାଗଡ଼ ୧୫।୬ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ୪ ଜଣ…

ସରକାରଙ୍କ ବଡ଼ ପ୍ରସ୍ତୁତି, ଖୁବଶୀଘ୍ର ଶସ୍ତା ହେବ ପେଟ୍ରୋଲ୍-ଡିଜେଲ୍‌! ଏତିକି ଟଙ୍କା କମିବ

ନୂଆଦିଲ୍ଲୀ,୧୫।୬: ଆମେରିକା-ଇରାନ ଚୁକ୍ତିନାମା ଘୋଷଣା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ, ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ୪% ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri