ଶୀତଦିନେ କେଶର ଯତ୍ନ

ଶୀତଦିନରେ ଶରୀର ସହିତ ନିଜର କେଶର ଯତ୍ନ ନେବା ମଧ୍ୟ ଜରୁରୀ। ସାଧାରଣତଃ ଶୀତଦିନରେ କେଶରେ ଅଧିକ ରୁକ୍ଷତା ଦେଖିବାକୁ ମିଳେ। ତେବେ ଏହି ସମୟରେ କେଶର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ। ସେଥିପାଇଁ ନିମ୍ନୋକ୍ତ
ଟିପ୍ସକୁ ଆପଣେଇ ପାରନ୍ତି….

ତ୍ୱଚା ପରି କେଶକୁ ମଧ୍ୟ ପୋଷଣ ଆବଶ୍ୟକତା ରହିଛି। ଏକ ଭଲ ସ୍କାଲ୍ପ ରହିବା ଦ୍ୱାରା କେଶ ଭଲଭାବେ ବଢ଼ିଥାଏ। ଶୀତଦିନରେ ହେଉଥିବା ପବନ କେଶକୁ ଡ୍ରାଏ କରିଥାଏ। ଫଳରେ ଏହାଦ୍ୱାରା କେଶ ଭଲଭାବେ ବଢ଼ିପାରି ନ ଥାଏ।
କେଶ କୁଣ୍ଡାଇବା ସମୟରେ ଯେଉଁ ହେୟାର ବ୍ରଶ ବ୍ୟବହାର କରୁଛନ୍ତି ତାହା ପ୍ଲାଷ୍ଟିକ୍‌ ହୋଇଥିବା ଆବଶ୍ୟକ। ସବୁବେଳେ କେଶ ଧୋଇବା ସମୟରେ ନଖ ଉଷୁମ ପାଣି ବ୍ୟବହାର କରନ୍ତୁ।
ଶୀତଦିନରେ ଥଣ୍ଡା ପବନ କାରଣରୁ କେଶମୂଳ କୁଣ୍ଡାଇ ହୁଏ। ବାୟୁମଣ୍ଡଳରେ ଆର୍ଦ୍ରତା ଯୋଗୁ ଆପଣଙ୍କ ସ୍କାଲ୍ପ ଶୁଖିଯାଏ। କେଶରେ ଯେଉଁ ତେଲ ଲଗାଉଛନ୍ତି ସେଥିରେ ଲେମ୍ବୁ ରସ ମିଶାଇ ତାକୁ ମୁଣ୍ଡର ପ୍ରତିଟି ଶିରାରେ ମାଲିସ୍‌ କରନ୍ତୁ। ଏହା ପରେ ଏହାକୁ ଏକଘଣ୍ଟା ପାଇଁ ଛାଡି ଦିଅନ୍ତୁ ଏବଂ ପରେ ଏହାକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ଶୀତଦିନରେ କେଶ ରୁକ୍ଷ ହେବା ସାଧାରଣ କଥା। ଏହି ଦିନରେ କେଶ ନିଜର ଚମକ ହରାଇଥାଏ ଓ କେଶର ରଙ୍ଗ କମ୍‌ ଦେଖିବାକୁ ମିଳେ। ଯାହାଦ୍ୱାରା ଆପଣଙ୍କ କେଶରେ ଜୀବନ ନ ଥିଲା ଭଳି ଲାଗିଥାଏ। କେଶକୁ ଭଲଭାବେ କୁଣ୍ଡାଇ ଜଟା ଛଡାଇ ପାରିବେ। ଏହାପରେ କେଶରେ ମହୁ ଲଗାନ୍ତୁ। ମହୁ ଲଗାଇବା ପରେ ମୁଣ୍ଡକୁ ଏକ ଟାଓ୍ବେଲରେ ମୁଣ୍ଡକୁ ଅଧଘଣ୍ଟା ପର୍ଯ୍ୟନ୍ତ କଭର କରି ରଖନ୍ତୁ। ଏହାପରେ କେଶକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କେଶରେ ଚମକ ଆସିବ।
ଶୀତଦିନରେ ଝଡିବାକୁ ଲାଗେ। ଏହାକୁ କମାଇବାକୁ ହେଲେ କେଶରେ ତେଲ ଲଗାନ୍ତୁ। ଧ୍ୟାନ ରଖନ୍ତୁ ଆପଣ ଯେଉଁ ତେଲ ଲଗାଉଛନ୍ତି ତାହା ତେଲିଆ ହୋଇ ନ ଥିବ। କଣ୍ଡିଶନର ସହିତ ମିଶାଇ ଆପଣ ଏହାକୁ କଣ୍ଡିଶନିଂ ପରି ଲଗାଇ ପାରିବେ।
ଶୀତଦିନରେ କେଶ ଶୁଖାଇବାକୁ ଅଧିକ ସମୟ ଲାଗିଥାଏ। ଆପଣ ଦେଖିଥିବେ ସକାଳେ ଧୋଇଥିବା କେଶ ଶୁଖି ନ ଥାଏ। ଯେଉଁ କାରଣରୁ ଆପଣ ଅଧିକ ଚିନ୍ତିତ ରହିଥାନ୍ତି। ଏମିତି ହେବା ଦ୍ୱାରା କେଶ ସମ୍ବନ୍ଧିତ କେତେକ ସମସ୍ୟା ଦେଖିବାକୁ ମିଳେ। ଯେମିତିକି ରୁପି,ଉକୁଣି,କେଶ ଝଡ଼ିବା । କେଶକୁ ଶୁଖାଇବା ଲାଗି ବ୍ଲୋଓର ବ୍ୟବହାର କରନ୍ତୁ। ଯଦିି ଆପଣଙ୍କ ପାଖରେ ହେୟାର ବ୍ଲୋଓର ନାହିଁ ତେବେ ଏହାକୁ ପ୍ରାକୃତିକ ଉପରେ ଶୁଖାଇ ପାରିବେ।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

୪-୬ ମାସ ମଧ୍ୟରେ ମିଳିପାରେ ଖୁସି ଖବର: କରୋନା ପ୍ରତିଷେଧକ ଟୀକାର ପ୍ରୟୋଗ ପ୍ରାଣୀଙ୍କଠାରେ ଆରମ୍ଭ !

ନୂଆଦିଲ୍ଲୀ,୮।୪: କରୋନା ବିରୋଧରେ ଲଢ଼େଇ କରିବା ଲାଗି ଭାରତ ଅଣ୍ଟା ଭିଡ଼ିଛି। କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ପ୍ରତିଷେଧକ ଟୀକା ପ୍ରସ୍ତୁତି ଉପରେ ଭାରତରେ...

ମା’ଙ୍କୁ ଡରନ୍ତି ୧୦ ଲକ୍ଷ ଟଙ୍କା ଚାର୍ଜ କରୁଥିବା ଏହି ଲୋକପ୍ରିୟ ଅଭିନେତ୍ରୀ

  ଭୋଜପୁରୀ ସିନେମାର ଅଭିନେତ୍ରୀ ଆମ୍ରାପାଲି ଦୁବେ ବର୍ତ୍ତମାନ ଚର୍ଚ୍ଚାରେ । ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ନିରହୁଆ ହିନ୍ଦୁସ୍ତାନୀ’ ସହିତ ଦର୍ଶକଙ୍କ ହୃଦୟ ଜିତିଥିଲେ।...

ଏହି ଶାଗ ଉଚ୍ଚ ରକ୍ତଚାପ, ଡାଇବେଟିସ କରିଥାଏ ଦୂର

ଶୀତଦିନରେ ବଜାରରେ ବିଭିନ୍ନ ଶାଗ ମିଳିଥାଏ। ଶାଗ ଖାଇଲେ ନାନା ରୋଗ ଦୂର ହୋଇଥାଏ। ଶାଗଗୁଡ଼ିକ ମଧ୍ୟରୁ ମେଥି ଶାଗ ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ।...

କରୋନା ଓ ମାତୃତ୍ୱ

”ହର୍ମୋନରେ ପରିବର୍ତ୍ତନ କାରଣରୁ ଗର୍ଭଧାରଣ ସମୟରେ ମହିଳାମାନଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ ଏବଂ ଏହାର ପ୍ରଭାବରେ ଚାପ, ଉନ୍ମାଦନା, ଅବସାଦ, ରାଗ, ମନ ବଦଳିବା...

‘ଗୁଣ ଦେଖିବେ ନା ରୂପ’; କିଭଳି ବାଛିବେ ଜୀବନସାଥୀ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ...

ଭୁଲାପଣ ସମସ୍ୟାରୁ ଦୂରେଇ ରହିବା ଲାଗି ଆପଣାନ୍ତୁ ଏହି ସହଜ ଉପାୟ…

ସାନ୍‌ ଫ୍ରାନ୍ସିସ୍‌କୋ, ୨୬।୭: ପରିବର୍ତ୍ତିତ ଜୀବନ ଶୈଳୀରେ କେତେକଙ୍କଠାରେ ଭୁଲାପଣ ସମସ୍ୟା ଦେଖାଦେଇଥାଏ। ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଜଣକ କୌଣସି କଥା ମନେ ରଖିପାରନ୍ତି ନାହିଁ।...

ହାର୍ଟଆଟାକ୍‌ ଓ ମେଦବହୁଳତାରୁ ଦୂରେଇ ରହିବା ପାଇଁ ସପ୍ତାହରେ ଏଥିରୁ ୨ ଥର…

ଛତୁରେ ବହୁ ମାତ୍ରାରେ ପୋଷକତ୍ବ ରହିଛି। ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ। ଛତୁ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ସପ୍ତାହରେ...

ସ୍ବାମୀଙ୍କ ସହ ଜଡିତ ଏହି ସବୁ କଥା କହୁଛନ୍ତି କି ଅନ୍ୟକୁ, ବେଳହୁଁ ସାବଧାନ

ମହିଳାଙ୍କ ମଧ୍ୟରେ ସବୁଠୁ ଗୁପ୍ତ କଥା ହେଲା ସେମାନଙ୍କ ସ୍ବାମୀଙ୍କ ବିଷୟରେ କଥାବାର୍ତ୍ତା। ତେବେ ଅନେକ ସମୟରେ ସେମାନେ ଅଧିକ ଭାବପ୍ରବଣ ହୋଇ ସ୍ବାମୀଙ୍କ ସମନ୍ଧିତ...

Advertisement
Archives

Model This Week