ଶୀଘ୍ର ସ୍ବାଭାବିକ ହେବ ସାଧାରଣ ପରିବହନ ବ୍ୟବସ୍ଥା

ନୂଆଦିଲ୍ଲୀ,୭।୫: ଦେଶର ସାଧାରଣ ପରିବହନ ବ୍ୟବସ୍ଥା ଶୀଘ୍ର ସ୍ବାଭାବିକ ହେବାକୁ ଯାଉଛି। ଅର୍ଥାତ୍‌ ବସ୍‌, ଟ୍ରେନ୍‌ ପୁଣି ଥରେ ପୂର୍ବବତ ପରିଚାଳିତ ହେବ ବୋଲି ସୂଚନା ରହିଛି। ସରକାର ବର୍ତ୍ତମାନ ଏ ଦିଗରେ ନୂଆ ଗାଇଡ୍‌ଲାଇନ ପ୍ରସ୍ତୁତ କରୁଛନ୍ତି। ଗମନାଗମନ ବେଳେ କିଭଳି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ ସେ ଦିଗରେ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ସରକାର ବିଚାର କରୁଛନ୍ତି। କରୋନା ଭାଇରସ୍‌ ଏହାର କାୟାବିସ୍ତାର କରି ଚାଲୁଥିବା ବେଳେ ଏହାକୁ ରୋକିବା ଦିଗରେ ସାମାଜିକ ଦୂରତ୍ୱ ନିୟମ ଯେଭଳି ଲାଗୁ ହେବ ତାକୁ ମଧ୍ୟ ଧ୍ୟାନରେ ରଖାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ୍‌ ଗଡ୍‌କରୀ ମଙ୍ଗଳବାର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ହ୍ୟାଣ୍ଡଓ୍ବାସ୍‌, ସାନିଟାଇଜର, ଫେସ୍‌ଓ୍ବାସ୍‌ ମାସ୍କ ଭଳି ସୁରକ୍ଷା ପଦକ୍ଷେପ ସହ ସାମାଜିକ ଦୂରତ୍ୱ ନିୟମକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ପରିବହନ ଶିଳ୍ପର ସମସ୍ୟା ସମ୍ପର୍କରେ ସରକାର ଅବଗତ ରହିଛନ୍ତି। ଏଥିଲାଗି ବିିଭିନ୍ନ ସହାୟତା ମଧ୍ୟ ସରକାର ପ୍ରଦାନ କରିବେ। କୋଭିଡ୍‌-୧୯ ପ୍ରଭାବ ଯୋଗୁ ଅର୍ଥ ବ୍ୟବସ୍ଥା ଉପରେ ଆସିଥିବା ପ୍ରଭାବକୁ କମ୍‌ କରିବା ଦିଗରେ ସରକାର ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ଏ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନିର୍ମଳା ସୀତାରାମନଙ୍କ ସହ ସବୁବେଳେ ସମ୍ପର୍କରେ ରହିଥିବା ଗଡ୍‌କରୀ ପ୍ରକାଶ କରିଛନ୍ତି। ବିଶ୍ୱ ବଜାରରେ ଏକ ପ୍ରମୁଖ ଅଂଶୀଦାର ହେବା ନେଇ ସେ ଅଂଶୀଦାର ଏବଂ କମ୍ପାନୀଗୁଡିକୁ ଆହ୍ବାନ ଜଣାଇଛନ୍ତି।
ଭାରତ ବଜାର ଉପରେ କରୋନା ପ୍ରଭାବକୁ କମ୍‌ କରିବା ଲାଗି ସବୁ ଅଂଶୀଦାର ମିଳିତ ହୋଇ କାମ କରିବାକୁ ଆହ୍ବାନ ଜଣାଇଛନ୍ତି। ଚାଇନା ପ୍ରତି ବିଶ୍ୱ ସ୍ତରର ନିବେଶକଙ୍କ ମନରେ ଏକ ଆଶଙ୍କା ପ୍ରକାଶ ପାଇଛି। ଏହାର ଲାଭ ଭାରତ ନେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦେଶର ଶିଳ୍ପଜଗତ ମାନ୍ଦାବସ୍ଥା ଏବଂ କରୋନା ବିରୋଧରେ ଲଢ଼େଇ ଜାରି କରିବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri