ଶୀଘ୍ର ବିବାହ କରିବି: କାଜଲ ଅଗ୍ରଓ୍ବାଲ

ବମ୍ବେ: ବିବାହ କରିବାକୁ ମନ ବଳାଇଲେଣି ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ। କଥାଟି ଏମିତି କହୁନାହୁଁ, ବରଂ ନିକଟରେ ଏକ ଶୋ’ରେ ସାକ୍ଷାତକାର ଦେବା ସମୟରେ ସେ ଏହା କହିଛନ୍ତି। ବିବାହକୁ ନେଇ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଲେଣି। ଏଣୁ ଖୁବ୍‌ଶୀଘ୍ର ପ୍ରଶଂସକମାନେ କାଜଲଙ୍କୁ ଏହି ଖୁସି ଖବର ଶୁଣିବାକୁ ପାଇବେ ବୋଲି ଚର୍ଚ୍ଚା ହେଉଛି। ହେଲେ ସେ କିଏ ଏବଂ କେବେ ଏହି ବିବାହ ହେବ ସେ ନେଇ କାଜଲ କିଛି ସ୍ପଷ୍ଟ କରି ନାହାନ୍ତି। କାଜଲଙ୍କ କଥାରୁ ଏକଥା ଜଣାପଡ଼ିଛି ଯେ ତାଙ୍କ ଜୀବନରେ ସାଥୀ ନିଶ୍ଚୟ ଆସି ସାରିଛନ୍ତି।

ଶୋ’ରେ କାଜଲଙ୍କୁ କିଭଳି ଜୀବନସାଥୀଟିଏ ଖୋଜୁଛନ୍ତି ସେ ନେଇ ପ୍ରଶ୍ନ ପଚରାଯାଇଥିଲା। ଏହାର ଜବାବରେ ସେ କହିଥିଲେ, ସେ ପୋଜେସିଭ୍‌ ହେବା ସହ ସ୍ନେହୀ ଏବଂ ଭଗବାନଙ୍କ ଉପରେ ବିଶ୍ୱାସ ରଖୁଥିବା ଆବଶ୍ୟକ। ଏପରିକି ସେ ଚଳଚ୍ଚିତ୍ର ଜଗତରୁ ନ ହେଲେ ବହୁତ ଭଲ ବୋଲି କହିଛନ୍ତି। ଏହାପରେ କାଜଲ ବ୍ୟବସାୟୀଙ୍କୁ ଡେଟ୍‌ କରୁଥାଇପାରନ୍ତି ବୋଲି ଆଲୋଚନା ହେଉଛି।

କାମ ବିଷୟରେ ଯଦି କଥା ହେବା ତାହେଲେ କାଜଲ ତାମିଲ ସୁପରଷ୍ଟାର କମଲ ହାସନଙ୍କ ବିପକ୍ଷରେ ଚଳଚ୍ଚିତ୍ର ‘ଇଣ୍ଡିଆନ୍‌-୨’ରେ ନଜର ଆସିବେ। ଏଥିରେ ସେ ଜଣେ ବୁଢ଼ୀ ମହିଳାଙ୍କ ଚରିତ୍ର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜର୍ସି’ର ହିନ୍ଦୀ ରିମେକ୍‌: କ୍ରିକେଟର ଚରିତ୍ରରେ ନଜର ଆସିବେ ଶାହିଦ

ବଲିଉଡ୍‌ ଫିଲ୍ମ ‘କବୀର ସିଂହ’ ବକ୍ସ ଅଫିସ୍‌ର ସଫଳ ହେବା ପରେ ଅଭିନେତା ଶାହିଦ କପୁର ଏବେ ପୁଣିଥରେ ତେଲୁଗୁ ଫିଲ୍ମର ହିନ୍ଦୀ ରିମେକ୍‌ରେ ନଜର...

ଝିଅକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁନୀଲ

ମୁମ୍ବାଇ: ବଲିଉଡ୍ ଷ୍ଟାରକିଡ୍ ଆଥିୟା ସେଟ୍ଟି ୨୮ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ...

ହାଇକୋର୍ଟ ଗଲେ ରକୁଲ

ନୂଆଦିଲ୍ଲୀ, ୧୭ ।୯: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଡ୍ରଗ୍ସ ମାମଲା ଯୋଡି ହୋଇଯିବା ପରେ ଏବେ କେତେଜଣ ସେଲିବ୍ରିଟି...

ରାଗିଲେ ଅମୃତା ଫଡନବିଶ

ମୁମ୍ବାଇ,୫।୯: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ବିଭିନ୍ନ ସମୟରେ ଆସୁଛନ୍ତି ଚର୍ଚ୍ଚାକୁ। ଏହି ମାମଲାକୁ...

ଫୋବ୍ସ ତାଲିକା: ସର୍ବାଧିକ ରୋଜଗାର କରିଥିବା ଭାରତୀୟ ସେଲିବ୍ରିଟି ଅକ୍ଷୟ, ଶୀର୍ଷରେ କାଇଲି ଜେନେର

ବମ୍ବେ: ବଲିଉଡ୍‌ର ସର୍ବାଧିକ ରୋଜଗାର କରିଥିବା ସେଲିବ୍ରିଟି ପାଲଟିଛନ୍ତି ଖିଲାଡ଼ି କିଙ୍ଗ ଅକ୍ଷୟ କୁମାର। ଫୋବ୍ସ ମାଗାଜିନ୍‌ ପକ୍ଷରୁ ଜାରି କରାଯାଇଥିବା ୨୦୨୦ର ତାଲିକାରେ ୫୨ତମ...

ଏକ୍ସ ବୟଫ୍ରେଣ୍ଡଙ୍କ ସହ ଫଟୋ ଶେୟାର କଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ପଦ୍ମାବତ ଫେମ୍‌ ଦୀପିକା ପାଦୁକୋନ ଆଜିକାଲି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଛନ୍ତି। ଅବଶ୍ୟ ପୂର୍ବରୁ ସେ ଯେତିକି ଆକ୍ଟିଭ ଥିଲେ ଲକ୍‌ଡାଉନ...

୪୨ ବର୍ଷରେ ‘ଡନ୍‌’

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଡନ୍‌’କୁ ପୂରଣ ହୋଇଛି ୪୨ ବର୍ଷ। ଏହି ଅବସରରେ ପୁରୁଣା ସ୍ମୃତିକୁ ମନେପକାଇଛନ୍ତି ବିଗ୍‌ ବି।...

ନେହା ଆଉଟ୍‌, ବିଦିଶା ଇନ୍‌ !

ବମ୍ବେ: ଅନେକ ବର୍ଷ ଧରି ଛୋଟ ପରଦାରେ ରାଜ କରିଆସୁଛି ‘ଭାବି ଜି ଘର ପେ ହୈ’। ମଝି ମଝିରେ କିଛି କଳାକାର ଶୋ’ ଛାଡ଼ୁଥିଲେ...

Advertisement
Archives

Model This Week