Posted inଫୁରସତ

ଶିଶୁପୁତ୍ର ସହ ଭୂତ ଶୋଇଥିବା ଦେଖି ଡରିଗଲେ ମା’, ସୋସିଆଲ ମିଡିଆରେ ଫଟୋ ଶେୟାର କରି କହିଲେ ସମ୍ପୂର୍ଣ୍ଣ ଘଟଣା

ଭୂତ, ପ୍ରେତକୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ରଖିଥାନ୍ତି। କେହି ଏହାର ଅସ୍ଥିତ୍ୱକୁ ନେଇ ବିଶ୍ୱାସ କରୁଥିଲେ ମଧ୍ୟ କେହି କେହି ବିଶ୍ୱାସ କରି ନ ଥାନ୍ତି। ତେବେ ଏହା ଉପରେ ଏପରି କିଛି ସୂଚନା ନାହିଁ କି ଜଣେ ଦୃଢ଼ତାର ସହ କହି ପାରିବ ଭୂତ ପ୍ରେତ ଅଛନ୍ତି, କିମ୍ବା ନାହାନ୍ତି। ତେବେ କିଛି ଘଟଣା ଏପରି ଅଛି ଯାହା ଆମକୁ ଭାବିବାକୁ ବାଧ୍ୟ କରେ ଭୂତ ପ୍ରେତ ଉପରେ ବିଶ୍ୱାସ କରିବା କଥା କି ନୁହେଁ। ଅନ୍ୟପକ୍ଷେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଫଟୋରେ ଜଣେ ଛୋଟ ପିଲା ଶୋଇଥିବା ବେଳେ ତା’ ପାଖରେ ଅନ୍ୟ ଏକ ଛୋଟ ପିଲା ଶୋଇଥିବା ଦେଖାଯାଉଛି। ଫଟୋଟିକୁ ଦେଖିଲେ ଲାଗୁଛି ଯେପରି ପିଲା ପାଖରେ ଭୂତ ଶୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ଆମେରିକାର ଇଲିନୋଇସ ଅଞ୍ଚଳରେ। ଆମେରିକା ନ୍ୟୁଜ ଚ୍ୟାନେଲ ରିପୋର୍ଟ ଅନୁଯାୟୀ, ସେଠାରେ ରହୁ ଥିବା ମାର୍ତ୍ତିଜା ସିବାଲସ ରାତିରେ ଶୋଇବାକୁ ଯାଉଥିବା ସମୟରେ ଅନ୍ୟ ଏକ କୋଠରିରେ ଶୋଇଥିବା ତାଙ୍କର ୧୮ ମାସର ଶିଶୁପୁତ୍ର ଭଲରେ ଶୋଇଛି କି ନାହିଁ ଦେଖିବାକୁ ଯାଇ ପୁଅର ରୁମ୍‌ରେ ଲାଗିଥିବା ସିସିଟିଭି ଫୁଟେଜ ଦେଖି ତାଙ୍କ ପାଦତଳୁ ମାଟି ଖସିଗଲା। ଏହି ଫଟୋକୁ ସେ ସୋସିଆଲ ମିଡିିଆରେ ଶେୟାର କରି ଲେଖିଥିଲେ ଗତ ରାତିରେ ମୋ’ ପୁଅ ପାଖରେ ଭୂତ ଛୁଆ ଶୋଇଥିବା ଦେଖିଥିଲି। ପରେ ଲାଇଟ୍‌ ନେଇ ସେଠାକୁ ଯିବା ପରେ ମୋତେ କିଛି ମିଳି ନ ଥିଲା।


ଏହି ଘଟଣାକୁ ନେଇ ମର୍ତ୍ତିଜା ତାଙ୍କର ଅନୁଭବ ବାଣ୍ଟିଛନ୍ତି। ସେ କିଛି ସମୟ ତାଙ୍କ ଆଖିକୁ ବିଶ୍ୱାସ କରିପାରି ନାହାନ୍ତି। ସେ ସୋସିଆଲ ମିଡିଆରେ ଛାଡିଥିବା ଫଟୋଟି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୩ ଲକ୍ଷ ଶେୟାର, ୫ ଲକ୍ଷ ପ୍ରତିକ୍ରିୟା ମିଳିସାରିଲାଣି। ଏବେ ଏହି ଘଟଣା ପଛର ସତ୍ୟତା ସାମ୍ନାକୁ ଆସିଛି। ମର୍ତ୍ତିଜାଙ୍କ ପୁଅ ଶୋଇଥିବା ଘର ଯାଞ୍ଚ କରିବା ସମୟରେ ବେଡ୍‌ ଉପରେ ପଡିଥିବା ଚାଦର ତଳୁ ଏକ ଷ୍ଟିକର ପାଇଥିଲେ, ଯାହାକୁ ସେ ସିସିଟିଭିରେ ଦେଖିଥିଲେ। ତାଙ୍କ ଅଜାଣତରେ ସ୍ବାମୀ ପୁଅର ଗଦି ବଦଳେଇ ଦେଇଥିଲେ। ଯେଉଁଥିରେ ଛୋଟ ଶିଶୁର ଫଟୋ ଥିଲା ଯାହାକୁ ସେ ଭୂତ ଛୁଆ ଭାବିଥିଲେ। ଏହା ଜାଣିବା ପରେ ସେ ପୁଣି ସୋସିଆଲ ମିଡିଆରେ ସତ କଥାକୁ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଙ୍କାଠାରୁ ବି ଅଧିକ ରାଗ ଏହି ଆଇସ୍‌କ୍ରିମ୍‌

ଚାଇନାର ଲୋକମାନେ ସେମାନଙ୍କ ଅଜବ ଖାଦ୍ୟ ଏବଂ ପରୀକ୍ଷା ନିରୀକ୍ଷା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବାଦୁଡିର ସୁପ୍‌ ପିଇବା ଠାରୁ ଆରମ୍ଭ କରି ଭିନ୍ନ...

ବ୍ରିଫ୍‌କେସ୍‌କୁ ବିବାହ କଲେ ଏହି ଯୁବତୀ: ପ୍ରେମକାହାଣୀ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଅନେକ ରୋଚକ ପ୍ରେମ କାହାଣୀ ବିଷୟରେ ଆପଣ ଜାଣିଥିବେ ଏବଂ ଶୁଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଥିବା ଏହି ପ୍ରେମ କାହାଣୀ ସମ୍ପୂର୍ଣ୍ଣ...

ମିଠା ଫୁଲ: ଦିଶେ ସତସତିକା, ହେଲେ…

ଫୁଲ କାହାକୁ ବା ଭଲ ନ ଲାଗେ? ଫୁଲକୁ ଦେଖିଲେ ମନ ପ୍ରସନ୍ନ ହୋଇଯାଏ। ଏଠାରେ ଥିବା ସୁନ୍ଦର ଫୁଲଗୁଡ଼ିକୁ ଦେଖି ମଧ୍ୟ ଭାବୁଥିବେ ସତରେ...

୧୪୮ ବର୍ଷ ପରେ ଶନି ଜୟନ୍ତୀରେ ସୂର୍ଯ୍ୟପରାଗ: ସୌଭାଗ୍ୟ ପ୍ରାପ୍ତି ପାଇଁ କରନ୍ତୁ ଏପରି…

ନୂଆଦିଲ୍ଲୀ,୯।୬: ଜୁନ୍‌ ୧୦ରେ ଜ୍ୟେଷ୍ଠମାସ ଅମାବାସ୍ୟ ତିଥିରେ ବୃଷ ରାଶିରେ ରାଶିରେ ଅନୁଷ୍ଠିତ ହେବ। ଦୀର୍ଘ ୧୪୮ ବର୍ଷ ପରେ ଶନି ଜୟନ୍ତୀରେ ସୂର୍ଯ୍ୟପରାଗ ଗୁରୁବାର...

ବ୍ୟକ୍ତିତ୍ୱ: ଜାଭେଦ ଅଖତର; ଭାରତୀୟ ଗୀତି ସାହିତ୍ୟରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ତାଙ୍କ ନାମ

ଜାଭେଦ ଅଖତର କହିଲେ ହୁଏତ ଆମ ଆଖିରେ ଜଣେ ସୁପରହିଟ୍‌ ଗୀତର ଗୀତିକାରଙ୍କ ଚେହେରା ନାଚି ଉଠିପାରେ। ମାତ୍ର ଜାଭେଦ ଅଖତରଙ୍କ ପରିଚୟ ସେତିକିରେ ସୀମିତ...

ମାତାପିତାଙ୍କ ଆକାଉଣ୍ଟରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଘରୁ ଫେରାର ହୋଇଯାଇଥିଲେ ଏହି ଯୁବତୀ, ଜାଣନ୍ତୁ କାରଣ

ଲଣ୍ଡନ,୨୦ା୧୧: ବ୍ରିଟେନର ଜଣେ ଯୁବତୀ ତାଙ୍କ ମାତାପିତାଙ୍କ ସଞ୍ଚିତ ଅର୍ଥରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଘରୁ ଲୁଚି ପଳାଇଥିଲେ। ଯାହାକି ପରେ ଏହି...

ଏମିତି ଗାଁ ଯେଉଁଠାରେ କେହି କରନ୍ତି ନାହିଁ ନିଶା ସେବନ

ବର୍ତ୍ତମାନ ସମୟରେ ନିଶା ସେବନ ଅନେକଙ୍କ ଅଭ୍ୟାସରେ ପରିଣତ ହେଲାଣି। କମ୍‌ ବୟସ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ନିଶା ସେବନ...

ରୋବୋଟ୍‌ ପ୍ରେମରେ ପଡିଛନ୍ତି ମହିଳା

ଲିଲି ନାମରେ ଏକ ଫ୍ରେଞ୍ଚ ମହିଳା ଥ୍ରୀ ଡି ପ୍ରିଣ୍ଟେଡ୍‌ ରୋବୋଟ୍‌ ପ୍ରେମରେ ଏମିତି ପଡିଯାଇଛନ୍ତି ଯେ, ସେ ତାଙ୍କୁ ବିବାହ କରିବାକୁ ମନସ୍ଥ ମଧ୍ୟ...

Advertisement
Archives

Model This Week