Posted inଫୁରସତ

ଶିଶୁପୁତ୍ର ସହ ଭୂତ ଶୋଇଥିବା ଦେଖି ଡରିଗଲେ ମା’, ସୋସିଆଲ ମିଡିଆରେ ଫଟୋ ଶେୟାର କରି କହିଲେ ସମ୍ପୂର୍ଣ୍ଣ ଘଟଣା

ଭୂତ, ପ୍ରେତକୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ରଖିଥାନ୍ତି। କେହି ଏହାର ଅସ୍ଥିତ୍ୱକୁ ନେଇ ବିଶ୍ୱାସ କରୁଥିଲେ ମଧ୍ୟ କେହି କେହି ବିଶ୍ୱାସ କରି ନ ଥାନ୍ତି। ତେବେ ଏହା ଉପରେ ଏପରି କିଛି ସୂଚନା ନାହିଁ କି ଜଣେ ଦୃଢ଼ତାର ସହ କହି ପାରିବ ଭୂତ ପ୍ରେତ ଅଛନ୍ତି, କିମ୍ବା ନାହାନ୍ତି। ତେବେ କିଛି ଘଟଣା ଏପରି ଅଛି ଯାହା ଆମକୁ ଭାବିବାକୁ ବାଧ୍ୟ କରେ ଭୂତ ପ୍ରେତ ଉପରେ ବିଶ୍ୱାସ କରିବା କଥା କି ନୁହେଁ। ଅନ୍ୟପକ୍ଷେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଫଟୋରେ ଜଣେ ଛୋଟ ପିଲା ଶୋଇଥିବା ବେଳେ ତା’ ପାଖରେ ଅନ୍ୟ ଏକ ଛୋଟ ପିଲା ଶୋଇଥିବା ଦେଖାଯାଉଛି। ଫଟୋଟିକୁ ଦେଖିଲେ ଲାଗୁଛି ଯେପରି ପିଲା ପାଖରେ ଭୂତ ଶୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ଆମେରିକାର ଇଲିନୋଇସ ଅଞ୍ଚଳରେ। ଆମେରିକା ନ୍ୟୁଜ ଚ୍ୟାନେଲ ରିପୋର୍ଟ ଅନୁଯାୟୀ, ସେଠାରେ ରହୁ ଥିବା ମାର୍ତ୍ତିଜା ସିବାଲସ ରାତିରେ ଶୋଇବାକୁ ଯାଉଥିବା ସମୟରେ ଅନ୍ୟ ଏକ କୋଠରିରେ ଶୋଇଥିବା ତାଙ୍କର ୧୮ ମାସର ଶିଶୁପୁତ୍ର ଭଲରେ ଶୋଇଛି କି ନାହିଁ ଦେଖିବାକୁ ଯାଇ ପୁଅର ରୁମ୍‌ରେ ଲାଗିଥିବା ସିସିଟିଭି ଫୁଟେଜ ଦେଖି ତାଙ୍କ ପାଦତଳୁ ମାଟି ଖସିଗଲା। ଏହି ଫଟୋକୁ ସେ ସୋସିଆଲ ମିଡିିଆରେ ଶେୟାର କରି ଲେଖିଥିଲେ ଗତ ରାତିରେ ମୋ’ ପୁଅ ପାଖରେ ଭୂତ ଛୁଆ ଶୋଇଥିବା ଦେଖିଥିଲି। ପରେ ଲାଇଟ୍‌ ନେଇ ସେଠାକୁ ଯିବା ପରେ ମୋତେ କିଛି ମିଳି ନ ଥିଲା।


ଏହି ଘଟଣାକୁ ନେଇ ମର୍ତ୍ତିଜା ତାଙ୍କର ଅନୁଭବ ବାଣ୍ଟିଛନ୍ତି। ସେ କିଛି ସମୟ ତାଙ୍କ ଆଖିକୁ ବିଶ୍ୱାସ କରିପାରି ନାହାନ୍ତି। ସେ ସୋସିଆଲ ମିଡିଆରେ ଛାଡିଥିବା ଫଟୋଟି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୩ ଲକ୍ଷ ଶେୟାର, ୫ ଲକ୍ଷ ପ୍ରତିକ୍ରିୟା ମିଳିସାରିଲାଣି। ଏବେ ଏହି ଘଟଣା ପଛର ସତ୍ୟତା ସାମ୍ନାକୁ ଆସିଛି। ମର୍ତ୍ତିଜାଙ୍କ ପୁଅ ଶୋଇଥିବା ଘର ଯାଞ୍ଚ କରିବା ସମୟରେ ବେଡ୍‌ ଉପରେ ପଡିଥିବା ଚାଦର ତଳୁ ଏକ ଷ୍ଟିକର ପାଇଥିଲେ, ଯାହାକୁ ସେ ସିସିଟିଭିରେ ଦେଖିଥିଲେ। ତାଙ୍କ ଅଜାଣତରେ ସ୍ବାମୀ ପୁଅର ଗଦି ବଦଳେଇ ଦେଇଥିଲେ। ଯେଉଁଥିରେ ଛୋଟ ଶିଶୁର ଫଟୋ ଥିଲା ଯାହାକୁ ସେ ଭୂତ ଛୁଆ ଭାବିଥିଲେ। ଏହା ଜାଣିବା ପରେ ସେ ପୁଣି ସୋସିଆଲ ମିଡିଆରେ ସତ କଥାକୁ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri