ଶିଳ୍ପ ସଂସ୍ଥା ଉପରେ ୩୨୨୫ କୋଟି ଜଳକର ବାକି: ଅଦାଲତରେ ଗଡୁଛି ମାମଲା

ଭୁବନେଶ୍ୱର,୨।୧୨(ବ୍ୟୁରୋ): ରାଜ୍ୟରେ ଗଢି ଉଠିଥିବା ଶିଳ୍ପ ସଂସ୍ଥାଗୁଡିକ ଦୈନିକ କେତେ ଜଳ ବ୍ୟବହାର କରିବେ, ସେଥିପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି। ଶିଳ୍ପ ସଂସ୍ଥାର ଆବଶ୍ୟକତା ଦେଖି ଜଳ ବ୍ୟବହାର କରିବାକୁ ଜଳସମ୍ପଦ ବିଭାଗ ଏବଂ ସମୃକ୍ତ ଶିଳ୍ପସଂସ୍ଥା ମଧ୍ୟରେ ଚୁକ୍ତି ହୋଇଥାଏ। ଆଉ ଜଳ ପରିମାଣ ଅନୁମତି ଅନୁଯାୟୀ ଜଳକର ଦେବାକୁ ପଡ଼ିଥାଏ। ଯଦି କୌଣସି କାରଣରୁ ଶିଳ୍ପ ସଂସ୍ଥା ଅଧିକ ଜଳ ବ୍ୟବହାର କରିଥାଆନ୍ତି, ତେବେ ତାଙ୍କୁ ଧାର୍ଯ୍ୟ ଦରର ୬ଗୁଣ ଦେୟ ପୈଠ ମଧ୍ୟ କରିବାକୁ ପଡ଼ିଥାଏ। ସେମାନେ କେତେ ପରିମାଣର ଜଳ ବ୍ୟବହାର କରନ୍ତି, ସେଥିପାଇଁ ‘ଫ୍ଲୋ ମିଟର’ ବ୍ୟବସ୍ଥା ରହିଛି। ଏତେସବୁ ନିୟମ ରହିଥିଲେ ମଧ୍ୟ ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ ଜଳକର ବାବଦକୁ ପ୍ରାୟ ୩୨୨୫ କୋଟି ୪୭ ଲକ୍ଷ ଟଙ୍କା ବକେୟା ପଡ଼ି ରହିଛି।
ବକେୟା ଅର୍ଥ ଆଦାୟ ପାଇଁ ସରକାର ଚେଷ୍ଟା ଚଳାଇ ଥିବାବେଳେ କିଛି ଶିଳ୍ପସଂସ୍ଥା ଏହି ପ୍ରସଙ୍ଗରେ ଅଦାଲତରେ ଆଶ୍ରୟ ନେଇ ମାମଲାକୁ ଗଡ଼ାଇ ଚାଲିଛନ୍ତି। ତେଣୁ ମହରଗରୁ ଯାଇ କାନ୍ତାରରେ ପଡ଼ିବା ନ୍ୟାୟରେ ରାଜ୍ୟ ସରକାର କର ଅସୁଲ କରିବା ପରିବର୍ତ୍ତେ ଅଦାଲତ ମାମଲାରେ ଛନ୍ଦି ହେଉଛନ୍ତି। ଏ ବାବଦରେ ମଧ୍ୟ ସରକାରଙ୍କ ତହବିଲରୁ ଅର୍ଥଶ୍ରାଦ୍ଧ ହୋଇ ଚାଲିଛି। ସର୍ବମୋଟ ୩୨୨୫ କୋଟି ୪୭ ଲକ୍ଷ ଟଙ୍କା ମଧ୍ୟରୁ ପ୍ରାୟ ୨୪୬୧ କୋଟି ୫୭ ଲକ୍ଷ ଟଙ୍କା ସମ୍ପର୍କିତ ମାମଲା ଅଦାଲତରେ ପଡ଼ି ରହିଛି। ଏଭଳି ସ୍ଥିତିରେ ସରକାର ସମ୍ପୂର୍ଣ୍ଣ ଜଳକର ଆଦାୟ କଥା ଚିନ୍ତା କରୁନାହାନ୍ତି। କୌଣସିମତେ ମାମଲା ରୁଜୁ କରିଥିବା ସଂସ୍ଥାଗୁଡ଼ିକଠାରୁ ବକେୟା ଜଳକର ପରିମାଣର ଅର୍ଦ୍ଧେକ ଅର୍ଥାତ୍‌ ୫୦ ପ୍ରତିଶତ ଅସୁଲ ପାଇଁ ରାଜ୍ୟ ସରକାର ମିସ୍‌ କେସ୍‌ ଫାଇଲ କରିଛନ୍ତି। ଓଡ଼ିଶାରେ କାର୍ଯ୍ୟରତ କେନ୍ଦ୍ର/ରାଜ୍ୟ ସରକାରଙ୍କ ଅଧୀନ ସରକାରୀ ଉଦ୍ୟୋଗ (ପିଏସ୍‌ୟୁ)ଗୁଡ଼ିକ ଉପରେ ୨୦୩ କୋଟି ୯୪ ଲକ୍ଷ ଟଙ୍କାର ବକେୟା ରହିଛି। ନିକଟରେ ଜଳସମ୍ପଦ ବିଭାଗ ପକ୍ଷରୁ ସାର୍ବଜନୀନ କରାଯାଇଥିବା ତଥ୍ୟ ଅନୁଯାୟୀ, ଏମ୍‌ସିଏଲ୍‌ର ୭ ୟୁନିଟ୍‌ ଓ ନାଲ୍‌କୋର ୨ ୟୁନିଟ୍‌ ବାବଦ ବକେୟା ଜଳକର ମାମଲା ସମାଧାନ ହୋଇଛି। ଏହି ୨ ସଂସ୍ଥାର ଜଳକର ବକେୟା ଯେଉଁ ସର୍ତ୍ତାବଳୀ ଆଧାରରେ ସମାଧାନ ହୋଇଛି, ସେହି ଆଧାରରେ ଅନ୍ୟ ସଂସ୍ଥାର ସମାଧାନ ପାଇଁ ଚେଷ୍ଟା କରାଯାଉଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ-୧୯୬୨ ଅନୁଯାୟୀ ବକେୟା ଆଦାୟ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟର ୧୦ଟି ପ୍ରମୁଖ ନଦୀରୁ ବିଭିନ୍ନ ଶିଳ୍ପସଂସ୍ଥା ଜଳ ନେଉଛନ୍ତି। କେବଳ ଭୂପୃଷ୍ଠ ଜଳ(ସରଫେସ୍‌) ବାବଦକୁ ୨୪୫ ଶିଳ୍ପସଂସ୍ଥାକୁ ୧୯୯୭.୪୪୮ କ୍ୟୁସେକ ଜଳ ପ୍ରଦାନ କରାଯାଉଛି, ତନ୍ମଧ୍ୟରୁ ୧୦୮୬.୦୯୭ କ୍ୟୁସେକ୍‌ ଜଳ ଏଯାବତ୍‌ ଉତ୍ତୋଳନ କରାଯାଇଛି। ଅନୁରୂପଭାବେ ବେସିନ୍‌ୱାରୀ ଛୋଟବଡ଼ ହୋଇ ୭୯୪ ଶିଳ୍ପ ସଂସ୍ଥାକୁ ୩୮.୦୨୬ କ୍ୟୁସେକ୍‌ ଜଳ ଆବଣ୍ଟନ କରାଯାଇଛି, ଏବେ ସୁଦ୍ଧା ତନ୍ମଧ୍ୟରୁ ୩୫.୨୭୨ କ୍ୟୁସେକ୍‌ ଜଳ ଉତ୍ତୋଳନ କରାଯାଇଛି। ଜଳ ପ୍ରଦାନ କରୁଥିବା ନଦୀଗୁଡିକ ହେଉଛି- ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ବଂଶଧାରା, ବୁଢ଼ାବଳଙ୍ଗ, ଇନ୍ଦ୍ରାବତୀ, କୋଲାବ, ନାଗାବଳୀ, ରୁଷିକୁଲ୍ୟା ଏବଂ ସୁବର୍ଣ୍ଣରେଖା। ବଂଶଧାରା ନଦୀ ବେସିନ୍‌ରୁ ୯୧ଟି ଶିଳ୍ପ ସଂସ୍ଥା ଭୂପୃଷ୍ଠଜଳ ନେଉଛନ୍ତି। ସେହିପରି ମହାନଦୀ ଭୂତଳ ଜଳ ବେସିନ୍‌ରୁ ଛୋଟବଡ଼ ୪୩୬ ଶିଳ୍ପସଂସ୍ଥା ଜଳ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri