ଶିଳ୍ପ କ୍ଷେତ୍ର ଉତ୍ପାଦନ ହ୍ରାସ ଧାରା ଜାରି

ନୂଆଦିଲ୍ଲୀ,୧୩-୧୨: ମାନ୍ଦାବସ୍ଥା ଦେଶର ଅର୍ଥ ବ୍ୟବସ୍ଥାକୁ ଏବେ ମଧ୍ୟ ଜାବୁଡି ଧରିଛି। ଏହାର ପ୍ରଭାବରେ ଲଗାତର ତୃତୀୟ ମାସ ଲାଗି ଦେଶର ଉଦ୍ୟୋଗଗୁଡିକର ଉତ୍ପାଦନ ଖସିଛି। ଚଳିତ ବର୍ଷ ଅକ୍ଟୋବରରେ ଦେଶର ଔଦ୍ୟୋଗିକ ଉତ୍ପାଦନ ୩.୮% କମିଛି। ମାନୁଫାକଚରିଂ, ଖଣି, ବିଦ୍ୟୁତ ଶକ୍ତି ଭଳି କ୍ଷେତ୍ରରେ ଉତ୍ପାଦନ କମିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଗୁରୁବାର ପ୍ରକାଶିତ ସରକାରୀ ଡାଟାରୁ ସାମ୍ନାକୁ ଆସିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ତଥ୍ୟ ମୁତାବକ ସେପ୍ଟେମ୍ବରରେ ଦେଶର ଫ୍ୟାକ୍ଟ୍ରିଗୁଡିକରୁ ଉତ୍ପାଦନ ୪.୩% ହ୍ରାସ ହୋଇଛି। ସେହିଭଳି ଅଗଷ୍ଟରେ ଏଥିରେ ୧.୪% ହ୍ରାସ ହୋଇଥିଲା। ଅପରପକ୍ଷରେ ଏହା ଜୁଲାଇରେ ୪.୯% ବୃଦ୍ଧି ହୋଇଥିଲା। ଫ୍ୟାକ୍ଟ୍ରିଗୁଡିକର ଉତ୍ପାଦନକୁ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି)ରେ ଆକଳନ କରାଯାଉଥିବା ବେଳେ ଏହା ୨୦୧୮ ଅକ୍ଟୋବରରେ ୮.୪% ବଢିଥିଲା।
ଚଳିତ ବର୍ଷ ଏପ୍ରିଲରୁ ଅକ୍ଟୋବର ସମୟ ମଧ୍ୟରେ ଆଇଆଇପି ଅଭିବୃଦ୍ଧି ୦.୫% ରହିଛି। ଯାହା ଆଖି ଦୃଶିଆ ନୁହେଁ। ଗତବର୍ଷ ଏହି ସମୟରେ ଆଇଆଇପି ୫.୭% ଥିଲା। ଅକ୍ଟୋବରରେ ଦେଶର ମାନୁଫାକଚରିଂ ଅଭିବୃଦ୍ଧି ୨.୧% କମିଛି। ଏହା ଗତବର୍ଷ ସମାନ ସମୟରେ ୮.୨% ବଢିଥିଲା। ଚଳିତ ବର୍ଷ ଅକ୍ଟୋବରରେ ଶକ୍ତି କ୍ଷେତ୍ରରେ ଉତ୍ପାଦନ ୧୨.୨% ହ୍ରାସ ହୋଇଛି। ଯାହା ଗତ ବର୍ଷ ୧୦.୮% ରହିଥିଲା। ଖଣି କ୍ଷେତ୍ର ଉତ୍ପାଦନ ୮% ଖସିଯାଇଛି। ଏହା ଗତ ବର୍ଷ ୭.୩% ଥିଲା। ଏହାବାଦ କ୍ୟାପିଟାଲ ଗୁଡ୍‌ସ ଉତ୍ପାଦନ ୨୧.୯% କମିଛି। ଯାହା ଗତବର୍ଷ ସମାନ ସମୟରେ ୧୬.୯% ବଢିଥିଲା। ଏହାବାଦ ପ୍ରାଥମିକ ସାମଗ୍ରୀ ଅଭିବୃଦ୍ଧି (-)୬%, ମାଧ୍ୟମିକ ସାମଗ୍ରୀ ଅଭିବୃଦ୍ଧି ୨୨.୨% ଏବଂ ଭିତ୍ତିଭୂମି ନିର୍ମାଣ ସାମଗ୍ରୀ ଅଭିବୃଦ୍ଧି (-) ୯.୨% ରହିଛି। କଞ୍ଜ୍ୟୁମର ଡ୍ୟୁରେବଲ୍ସ ଏବଂ କଞ୍ଜ୍ୟୁମର ନନ୍‌ ଡ୍ୟୁରେବଲ୍ସ କ୍ଷେତ୍ରରେ ଏହା ଯଥାକ୍ରମେ (-) ୧୮% ଏବଂ (-) ୧.୧% ରହିଛି। ମାନୁଫାକଚରିଂର ମୋଟ ୨୩ ଶିଳ୍ପଗ୍ରୁପ ମଧ୍ୟରୁ ୧୮ଟିର କାର୍ଯ୍ୟକଳାପ ନକାରାତ୍ମକ ରହିଛି।
କମ୍ପ୍ୟୁଟର, ଇଲେକଟ୍ରୋନିକ୍ସ ଏବଂ ଅପ୍ଟିକାଲ ପ୍ରଡକ୍ଟ ମାନୁଫାକଚରିଂ ସର୍ବାଧିକ ନକାରାତ୍ମକ ଅଭିବୃଦ୍ଧି (-)୩୧.୩% ସ୍ତରରେ ରହିଛି। ଏହାବାଦ ମୋଟର ଭେଇକିଲ, ଟ୍ରେଲର, ସେମିଟ୍ରେଲର ମାନୁଫାକଚରିଂ କ୍ଷେତ୍ର ଏହା ପରେ ନିମ୍ନରେ ରହିଛି। ଏହି କ୍ଷେତ୍ରରେ ନକାରାତ୍ମକ ଅଭିବୃଦ୍ଧି (-) ୨୭.୯% ରହିଛି। ଏହି ସମୟ ମଧ୍ୟରେ କେମିକାଲ ପ୍ରଡକ୍ଟ କ୍ଷେତ୍ରରେ ସର୍ବାଧିକ ୩୧.୮% ଅଭିବୃଦ୍ଧି ହୋଇଛି। ସେହିଭଳି ବେସିକ୍‌ ମେଟାଲ କ୍ଷେତ୍ରରେ ଅଭିବୃଦ୍ଧି ୯.୪% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri