ଶିଳ୍ପୀଙ୍କ ରଙ୍ଗ, ତୂଳୀ ବଖାଣିଲା ମହାପ୍ରଭୁଙ୍କ ଗାଥା

ପୁରୀ ଅଫିସ,୧୧ା୭: ଶିଳ୍ପୀର ପରିକଳ୍ପନା ବାସ୍ତବିକ ନିଆରା। କେତେବେଳେ କାନ୍‌ଭାସ ଉପରେ ତା’ ମନର ଭାବକୁ ଫୁଟାଇଥାଏ ତ ପୁଣି କେତେବେଳେ ତୋଳି ଧରେ ଅନ୍ୟର କଥା ଓ ଭାଷାକୁ। ତା’ ହାତର ସ୍ପର୍ଶରେ ଏଠି ରଙ୍ଗ, ତୂଳୀ କଥା କୁହନ୍ତି। ସବୁକିଛି ଲାଗେ ଜୀବନ୍ତ ଆଉ ବାସ୍ତବ। ଏମିତି ଏକ ନିଆରା ମୂହୁର୍ତ୍ତ ସୃଷ୍ଟି ହୋଇଥିଲା ଭକ୍ତ ସାଲବେଗ ସ୍ମୃତି ପୀଠରେ। ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ, ପୁରୀ ଆନୁକୂଲ୍ୟରେ ଦୁଇ ଦିନ ଧରି ଚାଲିଥିବା ଜାତୀୟ ଚିତ୍ରକଳା କର୍ମଶାଳା ଓ ଚିତ୍ର ପ୍ରଦର୍ଶନୀ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶା, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶରୁ ୧୮ଜଣ ଶିଳ୍ପୀ ଯୋଗଦେଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡ଼ଦାଣ୍ଡକୁ କାନ୍‌ଭାସ୍‌ ଉପରେ ରଙ୍ଗ, ତୂଳୀରେ ସଜାଇଥିଲେ ଶିଳ୍ପୀମାନେ। ସେମାନଙ୍କ କଳା, ଚାତୁରୀ ସମସ୍ତଙ୍କ ମନ ଛୁଇଁଥିଲା। ସମସ୍ତଙ୍କ ଚିତ୍ର ମହାପ୍ରଭୁଙ୍କ ବିଭିନ୍ନ ଲୀଳାଖେଳାକୁ ପ୍ରତିପାଦିତ କରିଥିଲା। ଶ୍ରୀକ୍ଷେତ୍ର ମାଟିର ଗୌରବ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ନାରାୟଣ ମହାରଣା ତାଙ୍କ କାନଭାସ୍‌ରେ ମହାପ୍ରଭୁଙ୍କ ପ୍ରତି ଚୈତନ୍ୟ ଦେବଙ୍କ ଅପୂର୍ବ ଭକ୍ତିଭାବକୁ କାନ୍‌ଭାସରେ ସଜାଇଥିଲେ। ଚକାନୟନ ବେଶ୍‌ ମନୋଲୋଭା ହୋଇଥିଲା। ସେହିପରି ଶ୍ରୀକୃଷ୍ଣ ବଂଶୀ ଧରି ଯମୁନା କୂଳରେ ବୁଲୁଥିବା ଚିତ୍ର ଅଙ୍କନ କରିଥିଲେ ଦିଲ୍ଲୀର ଜଣେ ଚିତ୍ରଶିଳ୍ପୀ। ସେ କୁହନ୍ତି, ଯିଏ ଜଗନ୍ନାଥ ସେ ବି କୃଷ୍ଣ । ତେଣୁ ମହାପ୍ରଭୁଙ୍କୁ କୃଷ୍ଣ ରୂପରେ ଦେଖାଇବା ଲାଗି ମୋର ଏହି ଚିତ୍ରକଳା। ଉତ୍ତରପ୍ରଦେଶର ଯୁବ ଚିତ୍ରଶିଳ୍ପୀ ସଙ୍ଗମ ସାଗର ରତ୍ନସିଂହାସନ ଉପରେ ସିଂହାରୀ ସେବକ ଚତୁର୍ଦ୍ଧାବିଗ୍ରହଙ୍କୁ ବେଶ କରିବା, ରଥଯାତ୍ରା ଏବଂ ଶ୍ରୀମନ୍ଦିରକୁ ରଙ୍ଗ, ତୂଳୀରେ ବାସ୍ତବତାର ରୂପ ଦେବାକୁ ଚେଷ୍ଟା କରିଛନ୍ତି। ଅମୀୟ ପଟ୍ଟନାୟକଙ୍କ ଚିତ୍ର ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ଉପରେ ପର୍ଯ୍ୟବସିତ ଥିଲା। ଶ୍ରୀକ୍ଷେତ୍ରକୁ ଇସ୍କନ ଭକ୍ତମାନେ ବହୁ ସଂଖ୍ୟାରେ ଆସି ବଡ଼ଦାଣ୍ଡରେ ହରେକୃଷ୍ଣ, ହରେରାମ ଗାଇ ଭକ୍ତି ଭାବରେ ଭିଜି ଯାଉଛନ୍ତି।ଏହାଦ୍ୱାରା ଦେଶ ବିଦେଶରେ ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ହେଉଛି। ନୀଳଚକ୍ର ପତିତପାବନ ବାନା କିପରି ସେମାନଙ୍କୁ ଆଶୀର୍ବାଦ ଦେଉଛି ତାହାକୁ ଚିତ୍ରରେ ଦେଖାଇଥିଲେ ମୀନକେତନ। ବଡଦାଣ୍ଡ ମାଟିରେ ମହାପ୍ରଭୁଙ୍କ ଚିତ୍ର କରିବାର ସୁଯୋଗ ପାଇଥିବାରୁ ଶିଳ୍ପୀମାନେ ବେଶ୍‌ ଖୁସି ହୋଇଛନ୍ତି। ଏହି ଶିବିରକୁ ଅନୁଷ୍ଠାନର ଅଧ୍ୟକ୍ଷ ଚିତ୍ରଶିଳ୍ପୀ ଦୁର୍ଗାମାଧବ କର ପରିଚାଳନା କରିଥିବାବେଳେ ଉଦ୍‌ଯାପନୀ ଦିବସରେ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri