ଶିଳ୍ପବିହୀନ ଜିଲାରେ ରୋଜଗାର ଚିନ୍ତା

ବଲାଙ୍ଗୀର ଅଫିସ, ୧୫ା୬:  କରୋନା ସଂକ୍ରମଣ ସମସ୍ୟା ଠୁ ବି ଅଧିକ ଚର୍ଚ୍ଚାରେ ରହିଛି ବଲାଙ୍ଗୀର ଜିଲାର ପ୍ରବାସୀ ଶ୍ରମିକ ସମସ୍ୟା। କରୋନା ମହାମାରୀ ଅନେକ ସରକାରୀ ତଥ୍ୟ ଉପରୁ ପର୍ଦ୍ଦା ହଟାଇ ଦେଇଛି। ଜିଲାରୁ ପ୍ରତିବର୍ଷ ଲକ୍ଷାଧିକ ଦାଦନ ଶ୍ରମିକ ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିଲେ ମଧ୍ୟ ଜିଲା ଶ୍ରମ ବିଭାଗ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଉଥିଲା। ଚଳିତବର୍ଷ ଜିଲାରୁ ମାତ୍ର ୧୧ ହଜାର ୫ ଶହ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଇଥିବା ସରକାରୀ ତଥ୍ୟ କହୁଛି। ଅନ୍ୟପକ୍ଷେ କରୋନା ପରେ ବାହାର ରାଜ୍ୟରେ ଥିବା ଜିଲାର ପ୍ରାୟ ଦେଢ଼ଲକ୍ଷ ପ୍ରବାସୀ ଫେରିବାକୁ ପଞ୍ଜୀକରଣ କରିଛନ୍ତି। କରୋନା ସରକାରୀ ମିଥ୍ୟା ତଥ୍ୟକୁ ଉଜାଗର କରିଦେଇଛି। ଏ ପର୍ଯ୍ୟନ୍ତ ଶ୍ରମିକ ସ୍ପେଶାଲ ଟ୍ରେନ୍‌, ଯାତ୍ରୀବାହୀ ବସ୍‌, ଅନ୍ୟାନ୍ୟ ଯାନବାହନ, ବ୍ୟକ୍ତିଗତ ଉଦ୍ୟମରେ ଜିଲାକୁ ପ୍ରାୟ ୮୫ ହଜାର ଶ୍ରମିକ ଫେରିଥିବା ଜଣାପଡିଛି। ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଅନେକ ସରକାରୀ କ୍ୱାରାଣ୍ଟାଇନ୍‌ ଅବଧି ପୂରା କରିବା ପରେ ହୋମ୍‌ ଆଇସୋଲେଶନ୍‌ରେ ରହିଛନ୍ତି। କେତେକ ସମ୍ପୂର୍ଣ୍ଣ କ୍ୱାରାଣ୍ଟାଇନ୍‌ ଅବଧି ପୂରଣ କରିସାରିଛନ୍ତି। ଜିଲାକୁ ଫେରିବା ପରେ ଶୂନ୍ୟହସ୍ତ ହୋଇ ଫେରିଥିବା ଏହି ଶ୍ରମିକମାନେ ଏବେ କ’ଣ କରିବେ ତାହା ଚିନ୍ତାର ବିଷୟ ପାଲଟିଛି।
ବଲାଙ୍ଗୀର ଜିଲାରେ ଶିଳ୍ପ ନାହିଁ। ଏକମାତ୍ର କୃଷିଭିତ୍ତିକ ଶିଳ୍ପ କାରଖାନା ଦେଓଗାଁସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳ ଦୀର୍ଘ ୭/୮ ବର୍ଷ ହେଲା ବନ୍ଦ ପଡିଛି। ଜିଲାରେ ମାତ୍ର ୩ ପ୍ରତିଶତ ନିଶ୍ଚିତ ଜଳସେଚନ ସୁବିଧା ରହିଛି। ଏଭଳି ସ୍ଥିତିରେ ଜିଲାରେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇବାର ବିକଳ୍ପ ରାସ୍ତା ସୀମିତ। କ୍ୱାରାଣ୍ଟାଇନ୍‌ ଅବଧି ପୂରଣ କରିବା ପରେ ଏତେ ସଂଖ୍ୟକ ପ୍ରବାସୀ ଶ୍ରମିକ କିଭଳି ନିୟୋଜିତ ହେବେ ତାହା ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଦୀର୍ଘ ୨୦ବର୍ଷର ସ୍ଥିର ଶାସନ ରାଜ୍ୟରେ ରହିଥିଲେ ମଧ୍ୟ ବଲାଙ୍ଗୀର ଜିଲାର ଦାଦନ ଓ ପ୍ରବାସୀ ଶ୍ରମିକ ସମସ୍ୟାର ସମାଧାନ ବାଟ ବାହାରି ପାରିନାହିଁ। ନୂଆ ଶିଳ୍ପ ତ ପ୍ରତିଷ୍ଠା ହୋଇପାରିଲା ନାହିଁ ଚାଲିଥିବା ଚିନିକଳ ବି ବନ୍ଦ ହୋଇଗଲା। ଏଭଳି ସ୍ଥିତିରେ ସରକାରଙ୍କ ପାଖରେ କର୍ମନିୟୋଜନର ବିକଳ୍ପ ପନ୍ଥା କ’ଣ ରହିଛି ଏହା ଏବେ ବଡ ପ୍ରଶ୍ନ ହୋଇ ଉଭାହୋଇଛି। ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଶ୍ରମିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏହା ନୂଆ ସମସ୍ୟା ସୃଷ୍ଟି କରୁଛି।
କରୋନା ମହାମାରୀ ସମୟରେ ଜିଲାରେ ଶ୍ରମିକଙ୍କ ପାଇଁ ସାହାଭରସା ପାଲଟିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌। ଏହି ଯୋଜନାରେ ଜିଲାର ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। ଶନିବାର ଗୋଟିଏ ଦିନରେ ୧ଲକ୍ଷ ୧୯ହଜାର ପର୍ଯ୍ୟନ୍ତ ଶ୍ରମିକ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରିଛନ୍ତି ା ଶ୍ରମିକମାନେ ୯୯.୨୩ ପ୍ରତିଶତ ମଜୁରି ଠିକଣା ସମୟରେ ପାଉଥିବା ସୂଚନା ଦିଆଯାଇଛି। ତେବେ କରୋନା ସମୟରେ ରାଜ୍ୟ ବାହାରୁ ଆସିଥିବା ପ୍ରବାସୀ ଓ ଜିଲା ଭିତର ଶ୍ରମିକଙ୍କୁ ଏହି ଗୋଟିଏ ଯୋଜନାରେ କେତେ ନିୟୋଜିତ କରାଯାଇପାରିବ ତାହା ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି। ବିଶେଷକରି ବାହାର ରାଜ୍ୟରେ ରହି କାମ କରୁଥିବା ଅର୍ଦ୍ଧକୁଶଳୀ, ଅଣକୁଶଳୀ ଶ୍ରମିକଙ୍କୁ କିଭଳି ନିଯୁକ୍ତି ଯୋଗାଯିବ ଏହା ମଧ୍ୟ ବଡ଼ ପ୍ରଶ୍ନ। ଏ ସମ୍ପର୍କରେ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ପଚାରିବାରୁ ପ୍ରବାସୀ ଶ୍ରମିକମାନଙ୍କୁ ଏମଜିଏନ୍‌ଆରଇଜିଏ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଛି। ଯେଉଁ ଶ୍ରମିକମାନେ ରାଜ୍ୟ ବାହାରେ ବିଭିନ୍ନ ଦକ୍ଷତା ନେଇ କାର୍ଯ୍ୟ କରୁଥିଲେ ସେମାନଙ୍କର ଦକ୍ଷତା ଚିହ୍ନଟ(ସ୍କିଲମ୍ୟାପିଂ) ଅଭିଯାନ ଚାଲିଛି। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri