ଶିମିଳିପାଳରୁ ୩ ଶିକାରୀ ଗିରଫ

ଖୁଣ୍ଟା,୧୧ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଡୁକୁରା ୱାଇଲ୍ଡ ଲାଇଫ୍‌ ରେଞ୍ଜ ଅଧୀନ ଶିମିଳିପାଳ ଜଙ୍ଗଲରୁ ରବିବାର ୩ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛିି। ଅଭିଯୁକ୍ତମାନେ ହେଲେ ଗୋମେଇଘାଟି ଗ୍ରାମର ସୁଜିତ ସିଂ ଓ ସଞ୍ଜୟ ସିଂ ଏବଂ ସୁର୍ଣମଞ୍ଜରୀ ଗ୍ରାମର ରବୀନ୍ଦ୍ର ସିଂ। ରାତି ପ୍ରାୟ ୮ଟା ସମୟରେ ଅଭିଯୁକ୍ତମାନେ ଶିକାର ସାରି ଫେରୁଥିବା ବେଳେ କମ୍ପାର୍ଟମେଣ୍ଟ ସଞ୍ଜ-୫ ସିଜୁପାଣି ନିକଟରେ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କ ନିକଟକୁ ୨ଟି ବ୍ୟାଗରେ ଥିବା ୩ଟି ମୃତ ବେଲେରା ମୂଷା, ଟର୍ଚ୍ଚ, ମୋବାଇଲ ଗୋଟିଏ ବାଟୁଳି ଓ ତାର ଗୋଲି, ଗୋଟିଏ କଟୁରି, ଗୋଟିଏ କୁରାଢ଼ୀ, ୨ଟି ଧନୁ ଓ ତୀର ଇତ୍ୟାଦି ଜବତ ହୋଇଛି। ଅଭିଯୁକ୍ତମାନଙ୍କୁ ଡୁକୁରା ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତ ୩ ଭାଇ ଗଲେ ଜେଲ

ଦିଗପହଣ୍ଡି୨୮।୫(ଡି.ଏନ୍‌.ଏ.): ଦିଗପହଣ୍ଡି ପୋଲିସ ମଙ୍ଗଳବାର ଚକପଡ଼ା ଗ୍ରାମର ୩ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରଘୁନାଥ ପ୍ରଧାନ, ସୀତାରାମ ଓ...

ହଣ୍ଡପା ରେଞ୍ଜରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ

ବଇଣ୍ଡା,୯।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଜାମ୍ବୁନାଳୀ, ଅଶ୍ରୁବାହାଳ, ନାଗାଝରଣ, ଗୋଳାସର, ମଧପୁର ଆଦି ଗ୍ରାମ ଗୁଡ଼ିକରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ହାତୀମାନେ...

ତୀରବିଦ୍ଧ ମୃତ ବାର୍‌ହା ଜବତ, ଜଣେ କୋର୍ଟ ଚାଲାଣ

ଠାକୁରମୁଣ୍ଡା,୨୫।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଚମ୍ପାଝର ଫରେଷ୍ଟ ବିଟ୍‌ ଅଞ୍ଚଳରୁ ବନବିଭାଗ ଏକ ତୀରବିଦ୍ଧ ବାର୍‌ହାର ମୃତଦେହ ଜବତ କରିଥିବାବେଳେ ଏହି ଘଟଣାରେ...

ନାଭିଗୟାରେ ପିଣ୍ଡଦାନ କଲେ ଲକ୍ଷାଧିକ ଭକ୍ତ

ଯାଜପୁର ଟାଉନ,୨୯।୯(ଡି.ଏନ.ଏ.)- ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ଅଷ୍ଟାଦଶ ଶକ୍ତିପୀଠରୁ ଅନ୍ୟତମ ଶକ୍ତିପୀଠଭାବେ ସାରା ବିଶ୍ୱରେ ପରିଚିତ। ଏହି ଶକ୍ତିପୀଠରେ ନାଭିଗୟାକ୍ଷେତ୍ର ଅବସ୍ଥିତ। ତ୍ରିଗୟା...

ମଦଭାଟି ବନ୍ଦ ପାଇଁ ମହିଳାଙ୍କ ଦାବି

ସୋନପୁର, ୩।୧୨(ନି.ପ୍ର.) ସୁବର୍ଣ୍ଣପୁର ଜିଲା ତରଭା ବ୍ଲକର ମରାଡୁଗୋଛା ମଦଭାଟି ବନ୍ଦ ପାଇଁ ପଞ୍ଚାୟତର ଲୋକପ୍ରତିନିଧି ଓ ମହିଳାମାନେ ସୋମବାର ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିକଟରେ...

କରୋନା ଡର: କେରଳଫେରନ୍ତା ଶ୍ରମିକଙ୍କୁ ଦେଖି ଛାନିଆ

ଜୟପୁର,୧୩।୩ (ଡି.ଏନ୍‌.ଏ.) – କୋରାପୁଟ ଜିଲାର ଅନେକ ଲୋକ କେରଳରେ ଶ୍ରମିକ ଭାବେ କାମ କରୁଛନ୍ତି। ଏହି ଶ୍ରମିକମାନେ ବର୍ତ୍ତମାନ ନିଜ ଗ୍ରାମକୁ ଫେରୁଥିବା ବେଳେ...

କୋଭିଡ ତଦାରଖ କାର୍ଯ୍ୟରେ ନିୟୋଜିତ ହେଲେ ୬୨ ଶିକ୍ଷକ

ଜି. ଉଦୟଗିରି, ୧୫।୪(ଡି.ଏନ୍‌.ଏ.): ଜି.ଉଦୟଗିରି ବ୍ଲକରେ କୋଭିଡ୍‌ ନିୟନ୍ତ୍ରଣ ତଦାରଖ କାର୍ଯ୍ୟରେ ୬୨ ଜଣ ଶିକ୍ଷକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ନିୟୋଜିତ କରାଯାଇଛି ବୋଲି ଜି.ଉଦୟଗିରି...

ଅବ୍ୟବସ୍ଥା ଦେଇ ଗତି କରୁଛି ବାରିପଦା ଜଗନ୍ନାଥ ମନ୍ଦିର: ଡିସେମ୍ବର ପହିଲାରୁ ସମୂହ ଇସ୍ତଫା ଦେବେ ସେବାୟତ

ବାରିପଦା ଅଫିସ,୧୯ା୧୧- ବାରିପଦା ସ୍ଥିତ ଜଗନ୍ନାଥ ମନ୍ଦିରର ସ୍ବାତନ୍ତ୍ର୍ୟ ରହିଛି। ଦେବୋତ୍ତର ବିଭାଗ ଦ୍ୱାରା ଏହା ପରିଚାଳିତ ହେଉଥିବା ବେଳେ ସବୁବେଳେ ବିଭିନ୍ନ ଅବ୍ୟବସ୍ଥା ଦେଇ...

Coronavirus Update

Archives

Model This Week

Why Dharitri