ଶିମିଳିପାଳରୁ ଶିକାରୀ ଗିରଫ

ଖୁଣ୍ଟା,୨୫ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟର ଡୁକୁରା ୱାଇଲ୍ଡ ଲାଇଫ୍‌ ରେଞ୍ଜ ଅଞ୍ଚଳରୁ ସୋମବାର ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି। ଗିରଫ ଶିକାରୀ ଜଣକ ହେଲେ ନୂଆଗାଁ ଗ୍ରାମର ଚନ୍ଦ୍ର ମୋହନ ହେମ୍ବ୍ରମ। ଭୋର ସମୟରେ ବିଭିନ୍ନ ଶିକାର ସରଞ୍ଜାମ ଧରି ଚନ୍ଦ୍ର ମୋହନ ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ପଶିଥିବା ବେଳେ ବ୍ୟାଘ୍ର ପ୍ରକଳ୍ପର କେନ୍ଦୁଚୁଆ ନାଳ ନିକଟରେ ବନ କର୍ମଚାରୀଙ୍କ ହାବୁଡ଼ରେ ପଡିଥିଲେ। ବନ କର୍ମଚାରୀମାନେ ତାଙ୍କ ନିକଟରୁ ଧନୁ, ତୀର ,କଟୁରି କୁରାଢ଼ୀ,ଟର୍ଚ୍ଚ ଲାଇଟ ଓ ରନ୍ଧା ଖାଦ୍ୟ ଇତ୍ୟାଦି ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି ରେଞ୍ଜ କାର୍ଯ୍ୟାଳୟକୁ ନେଇ ଯାଇଥିଲେ। ପଚରା ଉଚରା ସମୟରେ ବ୍ୟାଘ୍ର ପ୍ରକଳ୍ପ ଅଧୀନ ମାରୁଆଡି ବନ୍ଧ ନିକଟରେ ଜଙ୍ଗଲ ସଫାକରି ଏକ ମଞ୍ଚା ବାନ୍ଧି ଶିକାର ଉଦ୍ଦେଶ୍ୟରେ ଯାଉଥିଲେ ବୋଲି ଚନ୍ଦ୍ର ମହନ ସ୍ବୀକାର କରିଥିବା ବନ ବିଭାଗ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ ଜିଲା: ୧୦୦ରେ ୩୧ ଝିଅ କରୁଛନ୍ତି ବାଲ୍ୟବିବାହ

ନୟାଗଡ଼ ଅଫିସ,୧।୮: ବିିଭିନ୍ନ ସମୟରେ ଜିଲାରେ ବାଲ୍ୟବିବାହ ହେଉଥିବା ଘଟଣା ନୟାଗଡ ଜିଲାକୁ ନିନ୍ଦିତ କରୁଛି। ତେଣୁ ଏହାର ନିରାକରଣ ଓ ଲୋକମାନଙ୍କୁ ସଚେତନ କରାଇବା...

ଆଶାକର୍ମୀଙ୍କ ପୁଅକୁ ପିଟିଲେ ସରପଞ୍ଚ

ଏରସମା,୭ା୬(ସ୍ବ.ପ୍ର.): ଏରସମା ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତ ସରପଞ୍ଚ ଜଣେ ଆଶାକର୍ମୀଙ୍କ ପୁଅକୁ ପିଟିଥିବା ଶନିବାର ରାତିରେ ଏରସମା ଥାନାରେ ଅଭିଯୋଗ ହୋଇଥିଲା। ରବିବାର ଏରସମା...

ମୋବାଇଲ୍‌ ଟର୍ଚ୍ଚରେ ଚିକିତ୍ସା

କାମାକ୍ଷାନଗର, ୧୭।୩(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଚିକିତ୍ସାଳୟରୁ ସମସ୍ୟା ପିଛା ଛାଡୁନି। ଖାଲି ପଡ଼ିଥିବା ଡାକ୍ତର, ବିଶେଷଜ୍ଞ ପଦବୀ ସ୍ବାସ୍ଥ୍ୟସେବାକୁ ପ୍ରଭାବିତ କରୁଥିବାବେଳେ ଆନୁଷଙ୍ଗିକ ଭିତ୍ତିଭୂମିର...

ଦୂର ହେଉନି ରୀନାଙ୍କ ଦୁଃଖ

ଆଠମଲ୍ଲିକ, ୧ା୬(ଡି.ଏନ.ଏ.)  ଭିନ୍ନକ୍ଷମ ବୋଲି ଚିହ୍ନଟ କରିଛି ପ୍ରଶାସନ। ପ୍ରମାଣପତ୍ର ମଧ୍ୟ ଦେଇଛି ତାଙ୍କୁ। ହେଲେ ସେ କେମିତି ସରକାରୀ ଯୋଜନାରେ ସାମିଲ ହୋଇ ଉପକୃତ ହେବେ...

କୋହଳ ହେଲା ଉକ୍‌ଡାଉନ ନିୟମ: ଜବରଦଖଲରେ ଥିବା ଦୋକାନ ବନ୍ଦ ରହିବ

ଜଗତ୍‌ସିଂହପୁର ଅଫିସ, ୨୭ା୪: ନିକଟରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ନିୟମରେ କେତେକ କୋହଳ କରିଛନ୍ତି। ବିଶେଷକରି କେତେକ ଦୋକାନ, ବଜାର ଖୋଲା ରଖିବା ସଂକ୍ରାନ୍ତରେ ଘୋଷଣା...

ପୁରୀ ବେଳାଭୂମି ଖାଲିକଲା ପୋଲିସ

ପୁରୀ ଅଫିସ,୧୬।୩: ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଯାଇଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ପୁରୀ ବେଳାଭୂମିକୁ ଖାଲିକରିଛି ପୋଲିସ। ବେଳାଭୂମିକୁ...

କରୋନା ଯୋଦ୍ଧାଙ୍କ ଉପରେ ପୁଷ୍ପବୃଷ୍ଟି କରାଗଲା

ବନ୍ତ,୬।୫(ଡି.ଏନ୍‌.ଏ.)-କରୋନା ଲଢେଇରେ ଦିନରାତି ଏକ କରି ଲୋକ ମାନଙ୍କୁ ସେବା ଯୋଗାଇ ଆସୁଥିବା ଯୋଦ୍ଧା ମାନଙ୍କ ଉପରେ ମହାସଂଘର ମହିଳା ମାନେ ପୁଷ୍ପବୃଷ୍ଟି କରିଛନ୍ତି। ବୁଧବାର...

ସରକାରଙ୍କୁ ଶ୍ରୀଜଗନ୍ନାଥ ସେନାର ପ୍ରସ୍ତାବ: କରୋନା ଭୟ ଥିଲେ ବିନା ଭକ୍ତରେ ହେଉ ରଥଯାତ୍ରା

ପୁରୀ ଅଫିସ,୨୦।୪: ଜୁନ୍‌ ୨୩ରେ ମହାପ୍ରଭୁଙ୍କ ରଥଯାତ୍ରା। ଏହାକୁ ନେଇ ଏବେ ବି ଅନିଶ୍ଚିତତା ଲାଗିରହିଛି। କରୋନାର ଭୟାବହତାକୁ ଦେଖି ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି...

Coronavirus Update

Archives

Model This Week

Why Dharitri