ଶାହରୁଖ୍‌ଙ୍କ ସିକ୍ରେଟ୍‌ ଖୋଲିଲେ ଗୌରୀ

ବଲିଉଡ୍‌ର ବାଦ୍‌ଶାହ ଶାହରୁଖ ଖାଁ ଏବଂ ସ୍ତ୍ରୀ ଗୌରୀ ଖାନ ଇଣ୍ଡଷ୍ଟ୍ରୀର ସବୁଠୁ ଷ୍ଟାଇଲିସ୍‌ କପଲ୍‌ ଭାବେ ଜଣାଶୁଣା। କୌଣସି ପାର୍ଟିରେ ହେଉ କି ଇଭେଣ୍ଟ ଉଭୟଙ୍କୁ ଷ୍ଟାଇଲିସ୍‌ ଲୁକ୍‌ରେ ଦେଖିବାକୁ ମିଳେ। ଶାହରୁଖଙ୍କୁ କୌଣସି ସ୍ଥାନକୁ ଯିବାକୁ ହେଲେ ପ୍ରସ୍ତୁତ ହେବାକୁ ତାଙ୍କୁ ଗୌରୀଙ୍କଠାରୁ ଅଧିକ ସମୟ ଲାଗିଥାଏ। ଏକଥା କହିଛନ୍ତି ଗୌରୀ। ଏକ ସାକ୍ଷାତକାରରେ ସେ କହିଛନ୍ତି, କୌଣସି ସ୍ଥାନକୁ ଯିବାକୁ ହେଲେ ଏଥିପାଇଁ ପ୍ରସ୍ତୁତ ହେବାକୁ ମୋତେ ପାଞ୍ଚ ମିନିଟ ସମୟ ଲାଗୁଥିବାବେଳେ ସେ ପାଞ୍ଚ ଘଣ୍ଟା ନେଇଥାନ୍ତି। ଗୌରୀଙ୍କ ଏହି କଥାର ଉତ୍ତରରେ ଶାହରୁଖ କହିଛନ୍ତି, ମୁଁ ପ୍ରାୟତଃ ସବୁବେଳେ କଳା ରଙ୍ଗର ପୋଷାକ ହିଁ ପିନ୍ଧିଥାଏ। ତେଣୁ ପ୍ରତ୍ୟେକ ଥର ଭିନ୍ନ ଭିନ୍ନ ଡିଜାଇନର କଳା ରଙ୍ଗର ପୋଷାକ ବାଛିବାକୁ ସମୟ ଲାଗେ ବୋଲି ବାଦଶାହ କହିଛନ୍ତି। ଶାହରୁଖ୍‌ଙ୍କୁ ଶେଷଥର ପାଇଁ ‘ଜିରୋ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ କ୍ୟାଟ୍ରିନା କୈଫ ଓ ଅନୁଷ୍କା ଶର୍ମା ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନବନ୍ଦରରେ ହଜିଗଲା ହୀରା ମୁଦି, ଟୁଇଟ୍‌ କରି ସହାୟତା ମାଗିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଜୁହି ଚାୱଲାଙ୍କ ଏକ ହୀରା ମୁଦି ମୁମ୍ବାଇ ବିମାନବନ୍ଦରରେ ହଜି ଯାଇଛି। ଏଥିପାଇଁ ସେ ଟୁଇିଟ କରି ଲୋକଙ୍କ ସାହାଯ୍ୟ ଲୋଡିଛନ୍ତି।...

ଶାହରୁଖଙ୍କ ପ୍ରଶଂସାରେ ଦୀପିକା

ଦୀପିକା ପାଦୁକୋନ ଏବେ ଶାହରୁଖଙ୍କ ପ୍ରଶଂସାରେ ଶତମୁଖ। କାରଣ ସେ ହେଉଛନ୍ତି ତାଙ୍କର ପ୍ରଥମ ସିନେମାର ନାୟକ। ହେଲେ ସେହି ଖୁସି ସହ ଆଉ ଏକ...

ଗର୍ଭାବସ୍ଥାରେ ଶୁଟିଂ କରିଛନ୍ତି ଏହିସବୁ ଅଭିନେତ୍ରୀ: ତେବେ ଜଣଙ୍କର ହୋଇଥିଲା ମିସ୍‌କ୍ୟାରେଜ୍‌

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏବେ ନିଜର ଗର୍ଭାବସ୍ଥା ଉପଭୋଗ କରୁଛନ୍ତି। ବର୍ତ୍ତମାନ ତାଙ୍କର ୬ ମାସ ଚାଲିଛି। ଏହାରି ମଧ୍ୟରେ ସେ ଫିଲ୍ମ ଶୁଟିଂ...

ଟିଭି ଦେଖି ଆକ୍ଟିଙ୍ଗ ଶିଖୁଛନ୍ତି ସନ୍ନି

ମୁମ୍ବାଇ: ବଲିଉଡ୍‌ ବୋଲ୍ଡ କୁଇନ୍‌ ସନ୍ନି ଲିଓନ ଏବେ ସୋସିଆଲ ମିଡିଆରେ ଏକ ଭିଡଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଆକ୍ଟିଙ୍ଗ ଶିଖୁଥିବା ଦେଖିବାକୁ ମିଳିଛି।...

କରୋନା ଦୀପାବଳି ପାଳନ କଲେ ଅନୁଷ୍କା

ମୁମ୍ବାଇ: କରୋନା ମହାମାରୀ ପାଇଁ ଏବେବି ଲୋକଙ୍କ ମନରେ ଭୟ ଥିବା ବେଳେ ଏଥର ଆଲୋକର ପର୍ବ ଦୀପବଳି ବି ଫିକା ପଡି ଯାଇଛି ।...

ସାମ୍ନାକୁ ଆସିଲା ‘ସୂର୍ଯ୍ୟବଂଶୀ’, ‘୮୩’ ର ନୂଆ ରିଲିଜ୍ ଡେଟ୍‌!

ମୁମ୍ବାଇ: ଏବେ ବଲିଉଡ୍‌ରେ କିଛି ବଡ ଫିଲ୍ମକୁ ନେଇ ଚର୍ଚ୍ଚା ଚାଲିଛି । ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଓ ରଣବୀର କପୁରଙ୍କ ଫିଲ୍ମ ‘୮୩’...

ଲକ୍ଷାଧିକ ଟଙ୍କାର ଗାଉନ୍ ପିନ୍ଧି ମରୁଭୂମିରେ ଗ୍ଲାମରସ୍ ଫଟୋ ଶୁଟ୍ କଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଉର୍ବଶୀ ରୌତେଲା ନିଜର ହଟ୍ ଲୁକ୍ସ ଓ ଜବରଦସ୍ତ ଡ୍ରେସିଂ ସେନ୍ସକୁ ନେଇ ସବୁବେଳେ ରହିଥାଆନ୍ତି ଚର୍ଚ୍ଚାରେ । ପ୍ରତିଥର ଉର୍ବଶୀଙ୍କ...

ସାଉଥ୍‌ ସ୍କ୍ରିନ୍‌ରେ ସୁନିଲ

ମୁମ୍ବାଇ: ବଲିଉଡ୍‌ ନାୟକ ସୁନିଲ ସେଟ୍ଟି ଏବେ ସାଉଥ୍‌ ଷ୍ଟାରଙ୍କ ସହ ନଜର ଆସିବେ। କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ ଯାଇଥିବା ସୁନିଲ ଏବେ ଏକ...

Play 250+ Trending Games
Archives

Model This Week

Why Dharitri