Posted inଜାତୀୟ

ଶାହଙ୍କ ଜିରୋ ଟଲରେନ୍ସ ନୀତି : ନୂଆ ବିଚ୍ଛିନ୍ନତାବାଦୀ ଦଳ ଗଠନ କଲା ଆଇଏସ୍‌ଆଇ

ନୂଆଦିଲ୍ଲୀ, ୧୨।୬: ଆତଙ୍କବାଦ ବିରୋଧରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଜିରୋ ଟଲରେନ୍ସ ନୀତିରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଆତଙ୍କିତ ହୋଇପଡ଼ିଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକାଳାପ ବୃଦ୍ଧି ପାଇଁ ଆଇଏସ୍‌ଆଇ ନୂଆ ବିଚ୍ଚିନ୍ନତାବାଦୀ ଦଳ ଗଠନ କରିଥିବା କୁହାଯାଉଛି। ଏହି ଦଳର ସଭାପତି ଭାବେ ପୂର୍ବରୁ ଲଶ୍କର ଆତଙ୍କବାଦୀ ଭାବେ କାର୍ଯ୍ୟ କରୁଥିବା ଇରଶାଦ୍‌ ଅହମ୍ମଦ ମାଲିକ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ନୂଆ ଦଳରେ କେତେକ ଲଶ୍କର ଆତଙ୍କବାଦୀଙ୍କୁ ସାମିଲ୍‌ କରାଯାଇଛି। ମିଳିତ ସୁରକ୍ଷାକର୍ମୀଙ୍କ ବିରୋଧରେ ପ୍ରଦର୍ଶନ ଲାଗି ପଦକ୍ଷେପ ନେବାକୁ ଦଳର ସଦସ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଚଳିତ ବର୍ଷ ଅପରେଶନ୍‌ ଅଲ୍‌ ଆଉଟ୍‌ ଅନ୍ତର୍ଗତ ଶହେରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନକୁ ପୁଣି ସକ୍ରିୟ କରିବ ଲାଗି ଏଭଳି ଚକ୍ରାନ୍ତ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲ୍ୟାଣ୍ଡିଙ୍ଗ ପୂର୍ବରୁ ଝଡ ଭିତରେ ଫସିଗଲା ସ୍ପାଇସ ଜେଟ: ୪୦ ଯାତ୍ରୀ ଆହତ

କୋଲକାତା,୨ ।୫: ପଶ୍ଚିମବଙ୍ଗର ଦୁର୍ଗାପୁରରେ ରବିବାର ସ୍ପାଇସ ଜେଟର ଏକ ଯାତ୍ରୀବାହୀ ବିମାନ ଲ୍ୟାଣ୍ଡିଙ୍ଗ ସମୟରେ ଝଡ ବର୍ଷା ମଧ୍ୟରେ ଫସି ଯାଇଥିଲା । ଫଳରେ...

ଚ୍ୟାଲେଞ୍ଜ ବିନା ହାଇକୋର୍ଟ ଆଇନକୁ ଅଧିକାରାତୀତ ଘୋଷଣା କରିବା ଠିକ ନୁହେଁ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୯ : ସୁପ୍ରିମକୋର୍ଟ କହିଛନ୍ତି ଆଇନର ବ୍ୟବସ୍ଥାକୁ ଖଣ୍ଡନ କରିବାକୁ କିମ୍ବା ଅଧିକାରାତୀତ ଘୋଷଣା କରିବାକୁ ହେଲେ ଏହି ନିୟମକୁ ଚ୍ୟାଲେଞ୍ଜ କରିବା ଏବଂ ଏଥିରୁ...

କୋଭିଶିଲ୍ଡ ନେଇ ଭୟ ନାହିଁ, ଭାକ୍ସିନ୍‌ ଅଭାବ ଯୋଗୁ ବଢୁଛି ସମୟ ସୀମା: ନୀତି ଆୟୋଗ…

ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶରେ...

ଭାରତର ଏହି ୫ ସ୍ଥାନରେ ଅଛି ରାବଣ ମନ୍ଦିର

ସମଗ୍ର ଦେଶରେ ଏବେ ଶାରଦ ପୂଜାର ମାହୋଲ। ଚଳଚଞ୍ଚଳ ଗଁାଠୁ ସହର। ବିଭିନ୍ନ ପୂଜା ମଣ୍ଡପଗୁଡ଼ିକ ସୁନ୍ଦର ସୁନ୍ଦର ଆଲୋକମାଳା ଓ ସୁଉଚ୍ଚ ତୋରଣରେ ଝଲସୁଛି।...

ଦିଲ୍ଲୀରୁ ଖୁସି ଖବର, ଅଗଷ୍ଟରେ ପିଲାଙ୍କ ପାଇଁ କରୋନା ଭାକ୍ସିନ୍‌…

ନୂଆଦିଲ୍ଲୀ,୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି।...

କୋର୍ଟର ନିର୍ଦ୍ଦେଶ ପାଳନ କର

ବେଙ୍ଗାଲୁରୁ,୧୫।୩: ସ୍କୁଲ ଓ କଲେଜରେ ମୁସଲିମ୍‌ ଝିଅମାନେ ହିଜାବ ପିନ୍ଧିବା ଉପରେ କନର୍ର୍ାଟକ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ହିଜାବ ବିବାଦରେ କୋର୍ଟ...

ଭାଜପାରେ ସାମିଲ ହେଲେ ଏହି ସ୍ବର୍ଣ୍ଣ ବିଜୟିନୀ ମହିଳା ଶୁଟର୍‌

ନୂଆଦିଲ୍ଲୀ, ୪।୧୦: ବିହାର ନିର୍ବାଚନ ପୂର୍ବରୁ ଦିଗଂବତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗ୍‌ବିଜୟ ସିଂଙ୍କ ଝିଅ ତଥା ଜାତୀୟସ୍ତରର ମହିଳା ଶୁଟର୍‌ ଶ୍ରେୟାସୀ ସିଂ ଭାଜପାରେ ସାମିଲ...

ବିଦ୍ୟାଳୟର ଶୌଚାଳୟ କାନ୍ଥ ଭୁଶୁଡି ୩ ଛାତ୍ର ମୃତ

ତାମିଲନାଡୁ,୧୭।୧୨: ତାମିଲନାଡୁର ଥିରୁନେଲଭେଲି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୋଇ ବିଦ୍ୟାଳୟରେ ଶୌଚାଳୟର କାନ୍ଥ ଭୁଶୁଡ଼ିବା ଯୋଗୁ ୩ ଜଣ ଛାତ୍ରଙ୍କ ମୃତ୍ୟୁ...

Advertisement
Archives

Model This Week