ଶାସକ ଦଳକୁ ବିଷ୍ଣୁ, ସୁରେଶଙ୍କ ସମାଲୋଚନା

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିସାରିଛନ୍ତି। ଏହା ଉପରେ ସୋମବାରଠାରୁ ବିଧାନସଭାରେ ଆଲୋଚନା ଆରମ୍ଭ ହୋଇଛି। ଅଧିବେଶନର ଦ୍ୱିତୀୟାର୍ଦ୍ଧରେ ବିଭିନ୍ନ ସ୍ଥାୟୀ କମିଟି ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ନାମ ଘୋଷଣା ପରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ବିତର୍କ ଆରମ୍ଭ କରିଥିଲେ। ବିଷ୍ଣୁ କହିଥିଲେ, ରାଜ୍ୟ ସରକାର ବଜେଟ ପାଇଁ କେନ୍ଦ୍ର ଉପରେ ନିର୍ଭରଶୀଳ। ଆଗତ ବଜେଟ ପୂର୍ଣ୍ଣରୂପେ କେନ୍ଦ୍ର ଆଧାରିତ। ରାଜ୍ୟର ବିଭିନ୍ନ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରେୟ ନେଉଛନ୍ତି। ତେଣୁ ଅସଫଳତାର ଶ୍ରେୟ ବି ତାଙ୍କୁ ଯାଇଥାଏ। ନିଜସ୍ବ ସମ୍ବଳରୁ ବଜେଟ୍‌ରେ ବିଶେଷ କିଛି କରାଯାଇନାହିଁ। ରାଜ୍ୟରେ ଏବେ ବି ବିଭିନ୍ନ ମଣ୍ଡିରେ ଧାନ ପଡି ଗଜା ହେଲାଣି। ରାଜ୍ୟର ଋଣଭାର ବୃଦ୍ଧି ପାଇବାରେ ଲାଗିଥିବା ସେଠୀ କହିଥିଲେ। ବରିଷ୍ଠ ବିଜେଡି ନେତା ଅମର ଶତପଥୀ ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ଅବିଚାର କରୁଥିବା କଥା କହିଥିଲେ। ଅମରଙ୍କ ପରେ ବିଧାୟକ ପ୍ରଫୁଲ୍ଲ ମଲିକ ବଜେଟକୁ ସମର୍ଥନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଥିଲେ। କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ ବଜେଟକୁ ବିରୋଧ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। କଥାଛଳରେ ବିଜେଡି ଓ ଭାଜପା ମଧ୍ୟରେ ଥିବା ରାଜନୈତିକ ବୁଝାମଣାକୁ ସମାଲୋଚନା କରିଥିଲେ। ସୁରେଶ କହିଥିଲେ ଯେ, ବିଜେଡି ଡରି ଭାଜପାକୁ ଗୋଟେ ରାଜ୍ୟ ସଭା ସିଟ୍‌ ଦେଇଛି। ମହାପ୍ରଭୁ କାଳିଆଙ୍କ ନାଁରେ ଯୋଜନା କରାଯାଇଛି। ରାଜ୍ୟ ସରକାର ସମଗ୍ର ଚାଷୀକୁଳକୁ ଅପମାନ କରିଛନ୍ତି। ଯୋଜନାକୁ ସ୍ବର୍ଗତ ବିଜୁବାବୁ କିମ୍ବା ଅନ୍ୟ କାହା ନାଁରେ କରାଯାଇ ପାରିଥାଆନ୍ତା ବୋଲି ସୁରେଶ କହିଥିଲେ।
ଶାସକ ସଭ୍ୟ ସୁବାସ ଚନ୍ଦ୍ର ବେହେରା ବଜେଟରେ ପ୍ରାଥମିକ ଶିକ୍ଷା ଓ ଉଚ୍ଚ ଶିକ୍ଷା ବାବଦକୁ ଅଧିକ ବ୍ୟୟବରାଦ ହୋଇଥିଲେ ଭଲ ହୋଇ ଥାଆନ୍ତା ବୋଲି ମତ ରଖିଥିଲେ। ଭାଜପା ପକ୍ଷରୁ ଶଙ୍କର ଓରମା ଏକାଧିକ ବିଭାଗରେ ରାଜ୍ୟ ସରକାରଙ୍କ ଦୁର୍ବଳତା ଦର୍ଶାଇ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ଶାସକ ସଭ୍ୟ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଅନନ୍ତ ଦାସ ଏବଂ ଅରବିନ୍ଦ ଢାଲି ବଜେଟକୁ ସମର୍ଥନ କରି ବିତର୍କ କରିଥିଲେ। ଅରବିନ୍ଦଙ୍କ ବକ୍ତବ୍ୟ ଚାଲିଥିବା ସମୟରେ ଆଲୋଚନାକୁ ଅସମ୍ପୂର୍ଣ୍ଣ ବୋଲି ଘୋଷଣା କରି ଗୃହକୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ ଯାଏ ମୁଲତବୀ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri