ଶାସକ ଦଳକୁ ଘେରିବାକୁ ଭାଜପା ପ୍ରସ୍ତୁତ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଚାଲିବ। ଏହା ପୂର୍ବରୁ ଶାସକ ଦଳକୁ ଘେରିବା ଲାଗି ରାଜ୍ୟ ଭାଜପା ବିଧାୟକ ଦଳ ବୈଠକ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ମୁଖ୍ୟତଃ ଚଳିତ ବିଧାନସଭା ଅଧିବେଶନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନିଜସ୍ବ ଯୋଜନାର ନାମ ଦେଇ ରାଜ୍ୟ ସରକାର ଅନିୟମିତତା କରୁଥିବା ପ୍ରସଙ୍ଗ ଦଳ ଗୃହରେ ଉଠାଇବ। ଏହାସହ ଶାସକ ଦଳ କିଛିଦିନ ହେବ ରେଳ ବଜେଟରେ ଓଡ଼ିଶାକୁ ଗତଥର ଅପେକ୍ଷା କମ୍‌ ଅନୁଦାନ ଦିଆଯାଇଥିବା ଅଭିଯୋଗ କରିଆସୁଛି। ଶାସକ ଦଳ ସହ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ସ୍ବର ଉଠାଇବାରେ ଲାଗିଛି। ତେଣୁ ଏହି ବିଷୟକୁ କାଉଣ୍ଟର ଦେବା ସକାଶେ ଭାଜପା ପ୍ରସ୍ତୁତ ହୋଇଛି। ରେଳ ବିସ୍ତାର ପାଇଁ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ହେଉଥିବାରୁ ଅନୁଦାନ ମିଳିବାରେ ବିଳମ୍ବ ହେଉଛି ବୋଲି ଭାଜପା ନେତାମାନେ ଯୁକ୍ତି ରଖିବେ। ଏହାସହ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ମହିଳା ସୁରକ୍ଷା, ସୂଚନା ଅଧିକାର କର୍ମୀଙ୍କୁ ଯୋଜନାବଦ୍ଧ ହତ୍ୟା ଆଦି ପ୍ରସଙ୍ଗରେ ଶାସକ ଦଳକୁ କାଠଗଡ଼ାରେ ଛିଡ଼ା କରାଯିବ ବୋଲି ଭାଜପା ମୁଖ୍ୟ ସଚେତକ ମୋହନ ମାଝି ସୂଚନା ଦେଇଛନ୍ତି।
ଏହାସହ ଅନ୍ୟ ରାଜ୍ୟରେ ପଛୁଆବର୍ଗକୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ମିଳୁଥିବା ସଂରକ୍ଷଣ ଓଡ଼ିଶା ସରକାର ଲାଗୁ କରୁନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇଦେବା ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି। ମାତ୍ର ଏହି ଯୋଜନାରେ ରାଜ୍ୟରେ ଅନିୟମିତା ହେଉଛି। ଏ ନେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭାଜପା ଏମ୍‌ପିମାନେ ଭେଟି ଏହିସବୁ ଅନିୟମିତତା ରୋକିବା ଲାଗି ଅନୁରୋଧ କରିଛନ୍ତି। ଏହି ପ୍ରସଙ୍ଗ ଉପରେ ହିଁ ଭାଜପା ବିଧାୟକମାନେ ଜୋର୍‌ ଦେବେ। ସରକାରଙ୍କ ଟୋକନ ଓ ଟାର୍ଗେଟ୍‌ ବ୍ୟବସ୍ଥା ଯୋଗୁ ରାଜ୍ୟର ବିଭିନ୍ନ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ିରହୁଛି। ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବାବେଳେ କେଉଁଠି ମଣ୍ଡି ନାହିଁ ତ ଅନ୍ୟ କେଉଁଠି ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଛି। ଶାସକ ଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ଚାଷୀ ନିଜ ହକ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି। ମଣ୍ଡି ଅଭାବରୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଏମ୍‌ଏସ୍‌ପିରୁ କମ୍‌ ଦରରେ ଚାଷୀ ନିଜର ଉପତ୍ାଦିତ ଧାନକୁ ବିକ୍ରି କରୁଛନ୍ତି। ଗତ କିଛିଦିନରେ ରାଜ୍ୟର ୨ଜଣ ସୂଚନା ଅଧିକାର କର୍ମୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଦୁର୍ନୀତି ବିରୋଧୀ ଅଭିଯାନ ଚଳାଇଥିବା ସୂଚନା ଅଧିକାର କର୍ମୀମାନଙ୍କୁ ହତ୍ୟା କରାଯାଉଥିବା ବେଳେ ପୋଲିସ ହାତ ବାନ୍ଧି ବସିଛି। ଅପରାଧୀଙ୍କ ବିରୋଧରେ ପୋଲିସ ନରମ ଭାବ ପ୍ରଦର୍ଶନ କରୁଥିବା ଅଭିଯୋଗରେ ଶାସକ ଦଳକୁ ଟାର୍ଗେଟ କରାଯିବ ବୋଲି ମାଝି କହିଛନ୍ତି। ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣାକୁ ନେଇ ମଧ୍ୟ ଶାସକ ଦଳକୁ ପ୍ରଶ୍ନ ପଚରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri