ଶାସକ ଦଳକୁ ଘେରିବାକୁ ଭାଜପା ପ୍ରସ୍ତୁତ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଚାଲିବ। ଏହା ପୂର୍ବରୁ ଶାସକ ଦଳକୁ ଘେରିବା ଲାଗି ରାଜ୍ୟ ଭାଜପା ବିଧାୟକ ଦଳ ବୈଠକ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ମୁଖ୍ୟତଃ ଚଳିତ ବିଧାନସଭା ଅଧିବେଶନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନିଜସ୍ବ ଯୋଜନାର ନାମ ଦେଇ ରାଜ୍ୟ ସରକାର ଅନିୟମିତତା କରୁଥିବା ପ୍ରସଙ୍ଗ ଦଳ ଗୃହରେ ଉଠାଇବ। ଏହାସହ ଶାସକ ଦଳ କିଛିଦିନ ହେବ ରେଳ ବଜେଟରେ ଓଡ଼ିଶାକୁ ଗତଥର ଅପେକ୍ଷା କମ୍‌ ଅନୁଦାନ ଦିଆଯାଇଥିବା ଅଭିଯୋଗ କରିଆସୁଛି। ଶାସକ ଦଳ ସହ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ସ୍ବର ଉଠାଇବାରେ ଲାଗିଛି। ତେଣୁ ଏହି ବିଷୟକୁ କାଉଣ୍ଟର ଦେବା ସକାଶେ ଭାଜପା ପ୍ରସ୍ତୁତ ହୋଇଛି। ରେଳ ବିସ୍ତାର ପାଇଁ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ହେଉଥିବାରୁ ଅନୁଦାନ ମିଳିବାରେ ବିଳମ୍ବ ହେଉଛି ବୋଲି ଭାଜପା ନେତାମାନେ ଯୁକ୍ତି ରଖିବେ। ଏହାସହ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ମହିଳା ସୁରକ୍ଷା, ସୂଚନା ଅଧିକାର କର୍ମୀଙ୍କୁ ଯୋଜନାବଦ୍ଧ ହତ୍ୟା ଆଦି ପ୍ରସଙ୍ଗରେ ଶାସକ ଦଳକୁ କାଠଗଡ଼ାରେ ଛିଡ଼ା କରାଯିବ ବୋଲି ଭାଜପା ମୁଖ୍ୟ ସଚେତକ ମୋହନ ମାଝି ସୂଚନା ଦେଇଛନ୍ତି।
ଏହାସହ ଅନ୍ୟ ରାଜ୍ୟରେ ପଛୁଆବର୍ଗକୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ମିଳୁଥିବା ସଂରକ୍ଷଣ ଓଡ଼ିଶା ସରକାର ଲାଗୁ କରୁନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇଦେବା ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି। ମାତ୍ର ଏହି ଯୋଜନାରେ ରାଜ୍ୟରେ ଅନିୟମିତା ହେଉଛି। ଏ ନେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭାଜପା ଏମ୍‌ପିମାନେ ଭେଟି ଏହିସବୁ ଅନିୟମିତତା ରୋକିବା ଲାଗି ଅନୁରୋଧ କରିଛନ୍ତି। ଏହି ପ୍ରସଙ୍ଗ ଉପରେ ହିଁ ଭାଜପା ବିଧାୟକମାନେ ଜୋର୍‌ ଦେବେ। ସରକାରଙ୍କ ଟୋକନ ଓ ଟାର୍ଗେଟ୍‌ ବ୍ୟବସ୍ଥା ଯୋଗୁ ରାଜ୍ୟର ବିଭିନ୍ନ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ିରହୁଛି। ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବାବେଳେ କେଉଁଠି ମଣ୍ଡି ନାହିଁ ତ ଅନ୍ୟ କେଉଁଠି ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଛି। ଶାସକ ଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ଚାଷୀ ନିଜ ହକ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି। ମଣ୍ଡି ଅଭାବରୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଏମ୍‌ଏସ୍‌ପିରୁ କମ୍‌ ଦରରେ ଚାଷୀ ନିଜର ଉପତ୍ାଦିତ ଧାନକୁ ବିକ୍ରି କରୁଛନ୍ତି। ଗତ କିଛିଦିନରେ ରାଜ୍ୟର ୨ଜଣ ସୂଚନା ଅଧିକାର କର୍ମୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଦୁର୍ନୀତି ବିରୋଧୀ ଅଭିଯାନ ଚଳାଇଥିବା ସୂଚନା ଅଧିକାର କର୍ମୀମାନଙ୍କୁ ହତ୍ୟା କରାଯାଉଥିବା ବେଳେ ପୋଲିସ ହାତ ବାନ୍ଧି ବସିଛି। ଅପରାଧୀଙ୍କ ବିରୋଧରେ ପୋଲିସ ନରମ ଭାବ ପ୍ରଦର୍ଶନ କରୁଥିବା ଅଭିଯୋଗରେ ଶାସକ ଦଳକୁ ଟାର୍ଗେଟ କରାଯିବ ବୋଲି ମାଝି କହିଛନ୍ତି। ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣାକୁ ନେଇ ମଧ୍ୟ ଶାସକ ଦଳକୁ ପ୍ରଶ୍ନ ପଚରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri