ଶହେ ଟଙ୍କା ପାଇଁ ୭୭ହଜାର ଟଙ୍କା ହରେଇଲେ ଇଞ୍ଜିନିୟର

ପାଟନା,୨୩।୯: ଲଗାତାର କିଛି ଦିନରୁ ଲୋକମାନେ ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇ ଠକେଇର ଶିକାର ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ଜଣେ ଇଞ୍ଜିନିୟର ମଧ୍ୟ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବିହାରର ରାଜଧାନୀ ପାଟନାରେ ବିଷ୍ଣୁ ନାମକ ଜଣେ ଇଞ୍ଜିନିୟର ଜୋମାଟୋରେ ଶହେ ଟଙ୍କାର ଖାଦ୍ୟ ମଗାଇଥିଲେ। ଫୁଡ୍‌ ଡେଲିଭରି ବୟ ବିଷ୍ଣୁଙ୍କ ପାଖରେ ଖାଇବା ପହଞ୍ଚାଇଥିଲେ। ହେଲେ ତାଙ୍କୁ ଖାଇବା ପସନ୍ଦ ନ ଆସିବାରୁ ପୁଣି ଫେରସ୍ତ ପାଇଁ ଡେଲିଭରି ବୟଙ୍କୁ କହିଥିଲେ। ତେବେ ଏଥିପାଇଁ କଷ୍ଟମର କେୟାର ସହ କଥା ହେବାକୁ ପଡ଼ିବ ଏବଂ ସେ ଦେଇଥିବା ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଡେଲିଭରି ବୟ ତାଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ବିଷ୍ଣୁ ଗୁଗଲରେ ଜୋମାଟୋର କଷ୍ଟମର କେୟାର ନମ୍ବରକୁ ସର୍ଚ୍ଚ କରି ଡାଏଲ କରିଥିଲେ। ଏଥିସହ ସେ ଦେଇଥିବା ସମସ୍ତ ନିର୍ଦ୍ଦେଶକୁ ମଧ୍ୟ ପାଳନ କରିଥିଲେ। କିଛି ସମୟ ପରେ ବିଷ୍ଣୁଙ୍କ ପାଖକୁ ଆଉ ଏକ କଲ୍‌ ଆସିଥିଲା। ନିଜକୁ ଜୋମାଟୋ କଷ୍ଟମର କେୟାରର ଏକ୍ସକ୍ୟୁଟିଭ୍‌ ଦର୍ଶାଇ ଶହେ ଟଙ୍କା ପେରସ୍ତ ପାଇଁ ବିଷ୍ଣୁଙ୍କ ଆକାଉଣ୍ଟରୁ ୧୦ଟଙ୍କା କଟିବ ବୋଲି କହିଥିଲେ। ଏଥିସହ ଆକାଉଣ୍ଟରେ ୧୦ଟଙ୍କା ଜମାକରିବା ପାଇଁ ସେ ଯୁବକଙ୍କ ପାଖକୁ ଏକ ଲିଙ୍କ୍‌ ପଠାଇଥିଲେ। ହେଲେ ସେହି ଲିଙ୍କ୍‌ ଜରିଆରେ ତାଙ୍କର ୭୭ହଜାର ଟଙ୍କା କଟିଯାଇଥିଲା। ଏହାକୁ ନେଇ ସେ ସ୍ଥାନୀୟ ପୋଲିସ ଓ ବ୍ୟାଙ୍କରେ ଅଭିଯୋଗ କରିଥିଲେ। ଏହି ଘଟଣା ସେପ୍ଟେମ୍ବର ୧୦କୁ ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କର ଟଙ୍କା ଫେରସ୍ତ ପାଇପାରି ନାହାନ୍ତି ବିଷ୍ଣୁ ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri