ଶହୀଦ ନନ୍ଦୁରାମଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି: ପୈତୃକ ଗ୍ରାମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ବାରିପଦା ଅଫିସ/ରାଇରଙ୍ଗପୁର,୨୦ା୬(ଡି.ଏନ୍‌.ଏ.)- ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଓଡ଼ିଆ ଯବାନ ଶହୀଦ ନନ୍ଦୁରାମ ସୋରେନ୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶୁକ୍ରବାର ସକାଳେ ମୟୂରଭଞ୍ଜ ଜିଲା ବିଜତଳା ବ୍ଲକ ବଡ଼ଚମ୍ପାଉଦାସ୍ଥିତ ପୈତୃକ ଗ୍ରାମରେ ଶୋକାକୁଳ ପରିବେଶରେ ପଞ୍ଚଭୂତରେ ଲୀନ ହୋଇଛି ଶହୀଦଙ୍କ ମରଶରୀର। ଅନ୍ତିମ ଶୋଭାଯାତ୍ରା ବେଳେ ଅଞ୍ଚଳବାସୀ ରାସ୍ତା କଡ଼ରେ ଛିଡ଼ା ହୋଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସାହସୀ ବୀର ଯବାନ ନନ୍ଦୁରାମ ଅମର ରହେ, ଭାରତ ମାତା କି ଜୟ ସ୍ଲୋଗାନ୍‌ରେ କମ୍ପି ଉଠିଥିଲା ସହର।
ଗୁରୁବାର ବିଳମ୍ବିତ ରାତିରେ ସେନାର ଏକ ସ୍ବତନ୍ତ୍ର ଗାଡ଼ିରେ ଶହୀଦଙ୍କ ମରଶରୀର ରାଇରଙ୍ଗପୁରଠାରେ ପହଞ୍ଚିଥିଲା। ପରେ ଇଚିଣ୍ଡା ଗ୍ରାମସ୍ଥିତ ନୂତନ ବାସଗୃହକୁ ନିଆଯାଇଥିଲା। ସେଠାରେ ପରିବାରବର୍ଗ ତାଙ୍କ ଶେଷ ଦର୍ଶନ କରିଥିଲେ। ଶୁକ୍ରବାର ଭୋର ୫ଟା ୩୦ ସମୟରେ ରାଇରଙ୍ଗପୁର ଟାଉନ ଥାନାଠାରୁ ସେନା କର୍ମଚାରୀମାନେ ଶହୀଦଙ୍କ ମରଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ସହର ପରିକ୍ରମା କରାଇ ବଡ଼ଚମ୍ପାଉଦା ଗ୍ରାମକୁ ନେଇଥିଲେ। ବଡ଼ଚମ୍ପାଉଦା ଗ୍ରାମର ଖେଳପଡ଼ିଆଠାରେ ମରଶରୀର ପହଞ୍ଚିବା ପରେ ସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ବାଙ୍ଗିରିପୋଷୀ ବିଧାୟକ ତଥା ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ମୟୂରଭଞ୍ଜ ଏମ୍‌ପି ଇଂ. ବିଶେଶ୍ୱର ଟୁଡ଼ୁ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝି, ସାରସକଣା ବିଧାୟକ ଡା.ବୁଢାନ ମୁର୍ମୁ, ମୋରଡ଼ା ବିଧାୟକ ରାଜକିଶୋର ଦାସ ପ୍ରମୁଖ ଯୋଗଦେଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଜିଲାପାଳ ବିନୀତ ଭରଦ୍ୱାଜ, ପୂର୍ବାଞ୍ଚଳ ଡିଆଇଜି ଦୀପ୍ତେଶ କୁମାର ପଟ୍ଟନାୟକ, ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପୂର୍ବାହ୍ନ ୯ଟା ୩୦ ସମୟରେ ଶହୀଦ ନନ୍ଦୁରାମଙ୍କ ପାର୍ଥିବ ଶରୀରକୁ ତୋପ ସଲାମୀ ଦିଆଯାଇଥିଲା। ପରେ ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟ ବିଧି ଅନୁଯାୟୀ ଶହୀଦଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁତୁରା କାହ୍ନୁଚରଣ ମୁଖାଗ୍ନି ଦେଇଥିଲେ। ରାଜ୍ୟପାଳ ପ୍ରଫେସର ଗଶେଣୀ ଲାଲ୍‌ ଦେଇଥିବା ମାନପତ୍ରକୁ ଜିଲାପାଳ ଶହୀଦ ନନ୍ଦୁରାମଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କୁ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ଲଦାଖ ସୀମା ଗଲଓ୍ବାନ୍‌ ଉପତ୍ୟକାରେ ଚାଇନା ସେନାଙ୍କ ସହ ଲଢ଼େଇ କରି ଶହୀଦ ନନ୍ଦୁରାମ ଦେଶମାତୃକା ପାଇଁ ପ୍ରାଣବଳି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌...

ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଗଛକଟା: ଉଦ୍‌ବେଗ ପ୍ରକାଶ କଲେ ପରିବେଶବିତ୍‌

ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ...

ଧାନ ଚୋରି ରୋକିବାକୁ ସୀମା ସିଲ୍‌, ଏସ୍‌ପିଙ୍କୁ ଚିଠି ଲେଖି ଜିଲାପାଳ କହିଲେ…

ବାରିପଦା,୧୯ା୧୨: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ଚେକ ପୋଷ୍ଟ କରାଯିବ। ଏଠାରେ ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ଜିଲାପାଳ। ଉକ୍ତ ଚିଠିରେ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri