ଶହୀଦ ନନ୍ଦୁରାମଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି: ପୈତୃକ ଗ୍ରାମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ବାରିପଦା ଅଫିସ/ରାଇରଙ୍ଗପୁର,୨୦ା୬(ଡି.ଏନ୍‌.ଏ.)- ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଓଡ଼ିଆ ଯବାନ ଶହୀଦ ନନ୍ଦୁରାମ ସୋରେନ୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶୁକ୍ରବାର ସକାଳେ ମୟୂରଭଞ୍ଜ ଜିଲା ବିଜତଳା ବ୍ଲକ ବଡ଼ଚମ୍ପାଉଦାସ୍ଥିତ ପୈତୃକ ଗ୍ରାମରେ ଶୋକାକୁଳ ପରିବେଶରେ ପଞ୍ଚଭୂତରେ ଲୀନ ହୋଇଛି ଶହୀଦଙ୍କ ମରଶରୀର। ଅନ୍ତିମ ଶୋଭାଯାତ୍ରା ବେଳେ ଅଞ୍ଚଳବାସୀ ରାସ୍ତା କଡ଼ରେ ଛିଡ଼ା ହୋଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସାହସୀ ବୀର ଯବାନ ନନ୍ଦୁରାମ ଅମର ରହେ, ଭାରତ ମାତା କି ଜୟ ସ୍ଲୋଗାନ୍‌ରେ କମ୍ପି ଉଠିଥିଲା ସହର।
ଗୁରୁବାର ବିଳମ୍ବିତ ରାତିରେ ସେନାର ଏକ ସ୍ବତନ୍ତ୍ର ଗାଡ଼ିରେ ଶହୀଦଙ୍କ ମରଶରୀର ରାଇରଙ୍ଗପୁରଠାରେ ପହଞ୍ଚିଥିଲା। ପରେ ଇଚିଣ୍ଡା ଗ୍ରାମସ୍ଥିତ ନୂତନ ବାସଗୃହକୁ ନିଆଯାଇଥିଲା। ସେଠାରେ ପରିବାରବର୍ଗ ତାଙ୍କ ଶେଷ ଦର୍ଶନ କରିଥିଲେ। ଶୁକ୍ରବାର ଭୋର ୫ଟା ୩୦ ସମୟରେ ରାଇରଙ୍ଗପୁର ଟାଉନ ଥାନାଠାରୁ ସେନା କର୍ମଚାରୀମାନେ ଶହୀଦଙ୍କ ମରଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ସହର ପରିକ୍ରମା କରାଇ ବଡ଼ଚମ୍ପାଉଦା ଗ୍ରାମକୁ ନେଇଥିଲେ। ବଡ଼ଚମ୍ପାଉଦା ଗ୍ରାମର ଖେଳପଡ଼ିଆଠାରେ ମରଶରୀର ପହଞ୍ଚିବା ପରେ ସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ବାଙ୍ଗିରିପୋଷୀ ବିଧାୟକ ତଥା ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ମୟୂରଭଞ୍ଜ ଏମ୍‌ପି ଇଂ. ବିଶେଶ୍ୱର ଟୁଡ଼ୁ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝି, ସାରସକଣା ବିଧାୟକ ଡା.ବୁଢାନ ମୁର୍ମୁ, ମୋରଡ଼ା ବିଧାୟକ ରାଜକିଶୋର ଦାସ ପ୍ରମୁଖ ଯୋଗଦେଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଜିଲାପାଳ ବିନୀତ ଭରଦ୍ୱାଜ, ପୂର୍ବାଞ୍ଚଳ ଡିଆଇଜି ଦୀପ୍ତେଶ କୁମାର ପଟ୍ଟନାୟକ, ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପୂର୍ବାହ୍ନ ୯ଟା ୩୦ ସମୟରେ ଶହୀଦ ନନ୍ଦୁରାମଙ୍କ ପାର୍ଥିବ ଶରୀରକୁ ତୋପ ସଲାମୀ ଦିଆଯାଇଥିଲା। ପରେ ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟ ବିଧି ଅନୁଯାୟୀ ଶହୀଦଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁତୁରା କାହ୍ନୁଚରଣ ମୁଖାଗ୍ନି ଦେଇଥିଲେ। ରାଜ୍ୟପାଳ ପ୍ରଫେସର ଗଶେଣୀ ଲାଲ୍‌ ଦେଇଥିବା ମାନପତ୍ରକୁ ଜିଲାପାଳ ଶହୀଦ ନନ୍ଦୁରାମଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କୁ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ଲଦାଖ ସୀମା ଗଲଓ୍ବାନ୍‌ ଉପତ୍ୟକାରେ ଚାଇନା ସେନାଙ୍କ ସହ ଲଢ଼େଇ କରି ଶହୀଦ ନନ୍ଦୁରାମ ଦେଶମାତୃକା ପାଇଁ ପ୍ରାଣବଳି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

କୁଆପଥର ମାଡରେ ଭାଙ୍ଗିଲା ୫୦ରୁ ଅଧିକ ଘର: ଦେଖାଯାଉଛି ଆକାଶ ତାରା 

ଗୋପବନ୍ଧୁ ନଗର ୭।୪(ଶାନ୍ତନୁ କୁମାର ମଢୁଆଳ): କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋପବନ୍ଧୁ ନଗର ବ୍ଲକ…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri