ଶରୀର ପାଇଁ ଲାଭଦାୟକ ଥଣ୍ଡା କ୍ଷୀର

ନିୟମିତ କ୍ଷୀର ପିଇଲେ ଶରୀର ସୁସ୍ଥ ରହିଥାଏ। ହେଲେ ଏହି କ୍ଷୀରକୁ କେହି ଉଷୁମ ଅବସ୍ଥାରେ ପିଅନ୍ତି ତ ଆଉ କେହି ଥଣ୍ଡା କ୍ଷୀର ପିଇବାକୁ ପସନ୍ଦ କରିଥାଆନ୍ତି। ହେଲେ ଉଷୁମ କ୍ଷୀର ଅପେକ୍ଷା ଥଣ୍ଡା କ୍ଷୀର ଆମ ଶରୀର ପାଇଁ ଅଧିକ ଉପକାରୀ ଏକଥା ଅନେକଙ୍କୁ ଜଣା ନ ଥିବ। କ୍ଷୀର ଶରୀରର ଯେଉଁ ଆବଶ୍ୟକତାକୁ ପୂରଣ କରିଥାଏ ତାହା ଆଉ କେଉଁଠୁ ମିଳି ନ ଥାଏ। ତେଣୁ ନିୟମିତ କ୍ଷୀର ପିଇଲେ ଅନେକ ଉପକାର ମିଳେ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି।
– ନିୟମିତ ଥଣ୍ଡା କ୍ଷୀର ପିଇଲେ ଏସିଡିଟି, ମେଦବୃଦ୍ଧି, ବାରମ୍ବାର ଭୋକ ଲାଗିବା ଭଳି ସମସ୍ୟା ଦୂର ହୋଇଥାଏ।
-ଏହାଦ୍ୱାରା ଶରୀରରେ ଚର୍ବି ବୃଦ୍ଧି ହୋଇ ନ ଥାଏ।
-ଏହା ଶରୀରକୁ ଶକ୍ତି ଯୋଗାଇବା ସହ ଚର୍ମକୁ ଟାଇଟ୍‌ କରି ରଖିଥାଏ।
-ଥଣ୍ଡା କ୍ଷୀର ପ୍ରୋଟିନର ଅଭାବକୁ ପୂରଣ କରିଥାଏ।
-ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ ଓ ଭୋକ ମଧ୍ୟ ଅଧିକ ଲାଗି ନ ଥାଏ।
-ଥଣ୍ଡା କ୍ଷୀର ପିଇଲେ ଶରୀରରେ ଜଳୀୟ ଅଂଶ ଠିକ୍‌ ରହିଥାଏ। ଏସିଡିଟି ଭଳି ସମସ୍ୟା ଆଦୌ ଦେଖାଯାଇ ନ ଥାଏ।
– ଏହାକୁ ପିଇଲେ ଶରୀରର ତାପମାତ୍ର ନିୟନ୍ତ୍ରଣରେ ରହିବା ସହ ମେଦବୃଦ୍ଧି ମଧ୍ୟ ନିୟନ୍ତ୍ରିତ ସ୍ତରରେ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏପରି ଛଡ଼ାନ୍ତୁ ମେକ୍‌ଅପ୍‌

ପରଫେକ୍ଟ ମେକ୍‌ଅପ୍‌ ଯେକୌଣସି ଚେହେରାକୁ ବି ଅଧିକ ସୁନ୍ଦର ଏବଂ ଆକର୍ଷଣୀୟ ଲୁକ୍‌ ଦେଇପାରେ। ହେଲେ ଆପଣ ଜାଣନ୍ତିକି, ଏହି ଇନ୍‌ଷ୍ଟାଣ୍ଟ ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା...

କୋଭିଡ-୧୯ରୁ ସୁସ୍ଥ ହୋଇଛନ୍ତି କି? ଦିନଚର୍ଯ୍ୟା ପ୍ରତି ହୁଅନ୍ତୁ ଯତ୍ନବାନ, ଏପରି ରଖନ୍ତୁ ନିଜ ସ୍ବାସ୍ଥ୍ୟର ଯତ୍ନ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଏସବୁ ଭିତରେ ଅଧିକାଂଶ...

କେଶରୁ ଜାଣିହେବ ସ୍କିଜୋଫ୍ରେନିଆ ଲକ୍ଷଣ

ସ୍କିଜୋଫ୍ରେନିଆ ହେଉଛି ଏକ ମସ୍ତିଷ୍କଜନିତ ରୋଗ। ଏପରି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ସ୍ମରଣଶକ୍ତି ପ୍ରଭାବିତ ହୋଇଥାଏ। ମସ୍ତିଷ୍କରେ ହାଇଡ୍ରୋଜେନ ସଲ୍‌ଫାଇଡ୍‌ ଅଧିକ କ୍ଷରଣ ହେଲେ...

କର୍ମଜୀବୀ ମା’ଙ୍କ ଲାଗି…

କେତେଜଣ କର୍ମଜୀବୀ ମା’ଙ୍କୁ ପ୍ରସବର କିଛି ମାସ ମଧ୍ୟରେ କର୍ମକ୍ଷେତ୍ରରେ ଯୋଗଦେବାକୁ ହେଉଥିବାରୁ ଶିଶୁକୁ ନିୟମିତ ସ୍ତନ୍ୟପାନ କରାଇବାରେ ଅବହେଳା ହୋଇଥାଏ। କିନ୍ତୁ ଏଭଳି ପରିସ୍ଥିତିରେ...

ପାଟି ଭିତରେ ଏପରି ଲାଲ୍‌ ଚିହ୍ନ ଅଛି କି, ହୋଇପାରେ କରୋନାର ଲକ୍ଷଣ

ପାଟି ଭିତରେ ଲାଲରଙ୍ଗର ଏକ ଚିହ୍ନ ଦେଖାଯାଉଥିଲେ ତାହା ମଧ୍ୟ କରୋନା ଭୂତାଣୁର ଲକ୍ଷଣ ହୋଇପାରେ ବୋଲି ସ୍ପେନ୍‌ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଅନୁସନ୍ଧାନକାରୀମାନେ...

କରୋନା ସଂକ୍ରମିତଙ୍କ ଗୁରୁତର ଅବସ୍ଥା ସମ୍ପର୍କରେ ପୂର୍ବରୁ ସୂଚିତ କରିବ ବାୟୋମାର୍କର

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହେବ କି ନାହିଁ ସେନେଇ ପୂର୍ବରୁ ଜଣାପଡ଼ିବ। ଏନେଇ ଇଣ୍ଟରନ୍ୟାଶନାଲ ଇମ୍ୟୁନୋ ଫାର୍ମାକୋଲୋଜି ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ...

ସନ୍ତୁଳିତ ରହିବ କ୍ୟାଲୋରି

ଆମ ଶରୀରରେ କ୍ୟାଲୋରି ସନ୍ତୁଳିତ ରହିବା ନିହାତି ଜରୁରୀ। ଏଥିରେ ଅସନ୍ତୁଳିତ ପରିଲକ୍ଷିତ ହେଲେ ତାହା କେତେକ ରୋଗକୁ ପରୋକ୍ଷରେ ଡାକି ଆଣିଥାଏ। ତେବେ କ୍ୟାଲୋରି...

ଜନ୍ମଦିନରେ କେକ୍‌ କାଟୁଥିଲେ ହୋଇଥାଏ…

ଆଜିକାଲି ଅଧିକାଂଶ ଜନ୍ମଦିନ ହେଉ କିମ୍ବା ବିବାହ ବାର୍ଷିକୀ ସବୁଥିରେ କେକ୍‌ କଟାଯାଉଛି। କେକ୍‌ କାଟିବା ପୂର୍ବରୁ ମହମବତୀ ଫୁଙ୍କି ଲିଭାଯିବାର ପରମ୍ପରା ମଧ୍ୟ ଚଳିଆସୁଛି।...

Coronavirus Update


Archives

Model This Week

Why Dharitri