ଶନିମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି: ପୋଲିସ,ମାଜିଷ୍ଟ୍ରେଟଙ୍କ ହସ୍ତକ୍ଷେପ ପରେ ଖାଲି ହେଲା ମନ୍ଦିର

ଦେବଗଡ଼, ୨୧।୩ (ଡି.ଏନ.ଏ .): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି l ଆସନ୍ତା ଏପ୍ରିଲ ୧ ପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ଧର୍ମାନୁଷ୍ଠାନରେ କେବଳ ଦୈନନ୍ଦିନ ରୀତିନୀତି ପରେ ବନ୍ଦ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର ସତ୍ତ୍ୱେ ପ୍ରଶାସନିକ ନିର୍ଦ୍ଦେଶକୁ କେତେକ ସ୍ଥାନରେ ଅବମାନନା କରାଯାଉଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଶନିମନ୍ଦିରରେ l ଶନିବାର ଥିବାରୁ ଭୋରରୁ ଶନିମନ୍ଦିରରେ ପ୍ରବଳ ଜନଗହଳି ହୋଇଥିଲା। ମନ୍ଦିରରେ ଦର୍ଶନ ଓ ପୂଜା ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥିଲା । ମନ୍ଦିରରେ ପୂଜକ ମଧ୍ୟ ପୂଜା ଆରମ୍ଭ କରିଥିଲେ। ଖବର ପାଇ ଦେବଗଡ଼ ଥାନା ପୋଲିସ ମାଜିଷ୍ଟ୍ରେଟ କୈବଲ୍ୟ କରଙ୍କ ସହ ମନ୍ଦିରରେ ପହଞ୍ଚି ଜନଗହଳି ଖାଲି କରିବା ସହ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ସମ୍ଭାବ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିର ପରିସର ଖାଲି କରିବାକୁ ବୁଝାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋମ କ୍ୱାରାଣ୍ଟାଇନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ବାଲେଶ୍ୱର ଅଫିସ, ୬ା୭- କେନ୍ଦ୍ର ଏମଏସଏମ୍‌ଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଚଳିତମାସ ୨ ଓ ୩ ତାରିଖରେ ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକଙ୍କ ସହ...

ରାଜ୍ୟରେ ୩୨୨ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୨ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ...

ଆର୍‌ଟିଆଇ ସଂଶୋଧନକୁ ବିରୋଧ

ଫୁଲବାଣୀ ଅଫିସ, ୨୮।୭-କେନ୍ଦ୍ର ସରକାର ଆରଟିଆଇ ବିଲ୍‌ ସଂଶୋଧନ ଆଣି ଉଭୟ ସଦନରେ ପାରିତ କରିଛନ୍ତି। ହେଲେ ଏହା ଠିକ୍‌ ନୁହେଁ ବୋଲି ଆର୍‌ଟିଆଇ (ଜନ...

କରୋନା ମୁକାବିଲା ପାଇଁ ନିଆରା ଉପାୟ ଆପଣାଇଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ,୩।୬: କରୋନା ଭାଇରସ୍‌ ପ୍ରଥମ ଲହରରେ ଗ୍ରାମାଞ୍ଚଳ ସୁରକ୍ଷିତ ରହିଥିଲା କିନ୍ତୁ ଦ୍ୱିତୀୟ ଲହରରେ କରୋନା କାବୁରେ ରହିଛି ଗ୍ରାମାଞ୍ଚଳ। ପୂର୍ବରୁ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା...

କରୋନା ମୁକ୍ତ ହୋଇଥିବା ୯୧ ଜଣ ପୁଣି ପଜିଟିଭ୍‌

ସିଓଲ,୧୧।୪: ସାରା ପୃଥିବୀରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯିବ ସେନେଇ ବହୁ ପରୀକ୍ଷା...

ନିମାପଡ଼ାକୁ ଫେରିଲେ ୨୪୫ ପ୍ରବାସୀ

ନିମାପଡ଼ା,୧୧ା୫(ଡି.ଏନ.ଏ): କରୋନା ମହାମାରୀର ମୁକାବିଲା ଲାଗି ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି। ଏ ନେଇ କେତେଟା ନିୟମ କୋହଲ କରାଯାଇଥିବାବେଳେ ରାଜ୍ୟ ବାହାରେ...

୪୪ ଛାତ୍ରାବାସରୁ ଘରକୁ ଯିବେ ୬୮୫୯ ପିଲା

ଅନୁଗୋଳ ଅଫିସ୍‌, ୨୧।୩ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା...

କେନ୍ଦ୍ରାପଡ଼ା ପ୍ରଶାସନର ନୂଆ ପ୍ରୟାସ ‘ପଲ୍ଲୀରେ ପ୍ରଶାସନ’

କେନ୍ଦ୍ରାପଡ଼ା ଅଫିସ, ୨୯ା୩:କରୋନା କଟକଣା ଯୋଗୁ ଦୀର୍ଘଦିନ ହେବ ପ୍ରଶାସନିକ ଜନଶୁଣାଣି ବନ୍ଦ ରହିଛି। ଲୋକମାନେ ନିଜ ଅଭାବ ଅଭିଯୋଗକୁ କାହା ଆଗରେ କହିବାକୁ ସୁଯୋଗ...

Advertisement
Archives

Model This Week