Posted inଜାତୀୟ

ଶତାବ୍ଦୀ ଶେଷ ସୁଦ୍ଧା ଭାରତ ହେବ ୪.୪ ଡିଗ୍ରୀ ଅଧିକ ଉତ୍ତପ୍ତ

ନୂଆଦିଲ୍ଲୀ,୧୬ା୬(ପି.ଟି.): ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଭାରତର ତାପମାତ୍ରା ୪.୪ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ହୋଇପାରେ। ସେହିପରି ଉଷ୍ମ ପ୍ରବାହର ତୀବ୍ରତା ୩-୪ ଗୁଣ ବଢ଼ିପାରେ ବୋଲି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଭୂବିଜ୍ଞାନ ମନ୍ତ୍ରଣାଳୟର ପୁଣେସ୍ଥିତ ଭାରତୀୟ ପାଣିପାଗ ପ୍ରତିଷ୍ଠାନର ଜଳବାୟୁ ପରିବର୍ତ୍ତନ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସବୁଜ ଗୃହ ବାଷ୍ପ ଜନିତ ଉଷ୍ମତା କାରଣରୁ ୧୯୦୧-୨୦୧୮ ମଧ୍ୟରେ ଭାରତର ହାରାହାରି ତାପମାତ୍ରା ପ୍ରାୟ ୦.୭ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧିପାଇଥିବା ରିପୋର୍ଟରେ ଦର୍ଶାଯାଇଛି।
୧୯୮୬ରୁ ୨୦୧୫ ଅର୍ଥାତ୍‌ ୩୦ ବର୍ଷର ଅବଧି ମଧ୍ୟରେ ବର୍ଷର ସବୁଠୁ ଗରମ ଦିନର ତାପମାତ୍ରା ୦.୬୩ ଡିଗ୍ରୀ ବୃଦ୍ଧି ପାଇଥିବାବେଳେ ସବୁଠୁ ଥଣ୍ଡା ରାତିର ତାପମାତ୍ରା ୦.୪ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼ିଥିବା ରିପୋର୍ଟରେ କୁହାଯାଇଛି। ଶତାବ୍ଦୀର ଶେଷ ସୁଦ୍ଧା ସବୁଠୁ ଗରମ ଦିନ ଏବଂ ଥଣ୍ଡା ରାତିର ତାପମାତ୍ରା ଯଥାକ୍ରମେ ୪.୭ ଡିଗ୍ରୀ ସେଲ୍‌ସିୟସ୍‌ ଏବଂ ୫.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଗରମ ଦିନ ଏବଂ ଗରମ ରାତି ସଂଖ୍ୟା ମଧ୍ୟ ବଢ଼ିବ, ଯାହାକି ଯଥାକ୍ରମେ ୫୫% ଏବଂ ୭୦% ବୃଦ୍ଧି ହେବା ପୂର୍ବାନୁମାନ କରାଯାଇଛି। ଏକବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତରେ ଗ୍ରୀଷ୍ମ (ଏପ୍ରିଲ-ଜୁନ) ଉଷ୍ମ ପ୍ରବାହ ୩ରୁ ୪ ଗୁଣ ଅଧିକ ହେବ। ଉଷ୍ମ ପ୍ରବାହର ହାରାହାରି ସମୟସୀମା ମଧ୍ୟ ପ୍ରାୟ ଦୁଇ ଗୁଣ ହେବ ବୋଲି ଆକଳନ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ସମଗ୍ର ଭାରତରେ ଭୂପୃଷ୍ଠ ତାପମାତ୍ରା ଏବଂ ଆର୍ଦ୍ରତାର ମିଳିତ ବୃଦ୍ଧି ସାଙ୍ଗକୁ ଜୋର୍‌ଦାର ଗରମ ହେବା ଆଶଙ୍କା ଥିବାବେଳେ ଗାଙ୍ଗେୟ ସମତଳ ଅଞ୍ଚଳ ଏବଂ ସିନ୍ଧୁ ନଦୀ ଅବବାହିକାରେ ବିଶେଷ ଭାବେ ଅନୁଭୂତ ହେବ। ୧୯୫୧-୨୦୧୫ ମଧ୍ୟରେ ଭାରତ ମହାସାଗର ଅଞ୍ଚଳର ସମୁଦ୍ର ପୃଷ୍ଠ ତାପମାତ୍ରା (ଏସ୍‌ଏସ୍‌ଟି) ହାରାହାରି ୧ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧିପାଇଛି, ଯାହାକି ବିଶ୍ୱର ହାରାହାରି ଏସ୍‌ଏସ୍‌ଟି (୦.୭ ଡିଗ୍ରୀ ସେଲ୍‌ସିୟସ୍‌)ଠାରୁ ଅଧିକ। ଭାରତ ମହାସାଗରରେ ତାପମାତ୍ରା କମ୍‌ ବେଶି ହେବା ଯୋଗୁ ଉତ୍ତମ ମୌସୁମୀ ଆଣିବାରେ ସହାୟକ ହୋଇଥାଏ। ୧୮୭୪ରୁ ୨୦୦୪ ମଧ୍ୟରେ ଉତ୍ତର ଭାରତ ମହାସାଗରର ଜଳପତ୍ତନ ୧.୦୬ରୁ ୧.୭୫ ମିଲିମିଟର ବୃଦ୍ଧି ପାଇଥିଲା। ତେବେ ଗତ ୨୫ ବର୍ଷ ମଧ୍ୟରେ (୧୯୯୩-୨୦୧୭) ଏହା ୩.୩ ମିଲିିମିଟର ହିସାବରେ ବୃଦ୍ଧି ପାଇଛି। ଚଳିତ ଶତାବ୍ଦୀ ଶେଷ ବେଳକୁ ଉତ୍ତର ଭାରତ ମହାସାଗରରେ ସମୁଦ୍ର ପତ୍ତନ ହାରାହାରି ୩୦୦ ମିଲିିମିଟର ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସେହିପରି ୧୯୫୧ରୁ ୨୦୧୫ ମଧ୍ୟରେ ଭାରତରେ ମୌସୁମୀ ବର୍ଷା ପରିମାଣ(ଜୁନ୍‌ରୁ ସେପ୍ଟେମ୍ବର) ପ୍ରାୟ ୬ ପ୍ରତିଶତ ହ୍ରାସପାଇଛି। ବିଶେଷ କରି ଗାଙ୍ଗେୟ ସମତଳ ଅଞ୍ଚଳ ଏବଂ ପଶ୍ଚିମଘାଟ ଅଞ୍ଚଳରେ ବର୍ଷା ଯଥେଷ୍ଟ କମିଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ୱରିତ ଆଣ୍ଟିବଡି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୬।୪(ପି.ଟି.): ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) କୋଭିଡ୍‌-୧୯ ତ୍ୱରିତ୍‌ ଆଣ୍ଟିବଡି ପରୀକ୍ଷାର ସଠିକତାକୁ ପୁନଃଯାଞ୍ଚ କରୁଛି। ସେଥିପାଇଁ ଏହି ରାପିଡ୍‌ ଆଣ୍ଟିବଡି ପରୀକ୍ଷା କିଟ୍‌ର...

ଦେଶର ଏହି ୫ଟି ରାଜ୍ୟରେ କରୋନାଜନିତ ହୋଇନାହିଁ ମୃତ୍ୟୁ

ନୂଆଦିଲ୍ଲୀ,୨୦।୭: ଭାରତରେ କରୋନା ସଙ୍କଟ ଦିନକୁ ଦିନ ଉଦ୍‌ବେଗଜନକ ସ୍ଥିତି ହେବାରେ ଲାଗିଛି। ଇତିମଧ୍ୟରେ ଭାରତରେ କୋଭିଡ-୧୯ ଜନିତ ମୃତ୍ୟୁ ହାର ପ୍ରଥମ ଥର ପାଇଁ...

ଜମି ବିକ୍ରି ବିରୋଧରେ ଭାଜପାର ଧାରଣା: ନେତାଙ୍କ ସହ ତଳେ ଶୋଇଲେ ୟଦିରୁପ୍ପା

ବେଙ୍ଗାଲୁର,୧୫।୬: କର୍ନାଟକରେ ଜେଏସ୍‌ଡବ୍ଲୁ ଭୂମିର ଡିଲକୁ ନେଇ ରାଜନୀତି ସରଗରମ ହୋଇଛି। କର୍ନାଟକର ଜିନ୍ଦଲ ଷ୍ଟିଲ ଗ୍ରୁପ୍‌କୁ ୩ହଜାର ୬ଶହ ୬୭ ଏକର ଜମି ରାଜ୍ୟସରକାର...

ପୁଣି ହାଣ ମୁହଁରେ ୧୫ ବରିଷ୍ଠ ଅଧିକାରୀ: ନେଲେ ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ,୧୮।୬: ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି ମଙ୍ଗଳବାର ନେଇଛନ୍ତି ଦୃଢ଼ ପଦକ୍ଷେପ। ଏଥର ଦୁର୍ନୀତି ତଥା ନିର୍ଯାତନା ଅଭିଯୋଗରେ ୧୫ ବରିଷ୍ଠ...

୧୨୧ ପୋଲିସଙ୍କୁ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଉତ୍କର୍ଷ ମେଡାଲ

ନୂଆଦିଲ୍ଲୀ, ୧୩।୮(ଆଇଏଏନ୍‌ଏସ୍‌): ତଦନ୍ତରେ ଉତ୍କର୍ଷ ନିମନ୍ତେ ୨୦୨୦ ବର୍ଷ ଲାଗି ମର୍ଯ୍ୟାଦାଜନକ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ମେଡାଲ ଦେଶର ୧୨୧ ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ...

ଇଦ୍‌-ଉଲ୍‌-ଜୁହା ଉପଲକ୍ଷେ ବାଂଲାଦେଶ ସୀମାରେ ମିଠା ଅଦଳବଦଳ କଲେ ସେନା

ଫୁଲବାରି,୧୨।୮: ସାରା ବିଶ୍ୱରେ ସୋମବାର ପାଳନ କରାଯାଉଛି ‘ଇଦ୍‌-ଉଲ୍‌-ଜୁହା’। ଏହି ଅବସରରେ ଭାରତ-ବାଂଲାଦେଶ ସୀମାରେ ଥିବା ଫୁଲବାରିଠାରେ ଭାରତର ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌) ଯବାନମାନେ ପରସ୍ପର...

ମୋଦିଙ୍କ ପାଇଁ ୬ ଶହ ଫୁଟର ଗ୍ରୀଟିଙ୍ଗସ୍‌ କାର୍ଡ ତିଆରି କଲେ ଛାତ୍ରୀଛାତ୍ର

ଫିରୋଜାବାଦ,୩୦।୫: ନରେନ୍ଦ୍ର ମୋଦି ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେଉଥିବାରୁ ମଧ୍ୟପ୍ରଦେଶ ଫିରେଜାବାଦର କେତେକ ଛାତ୍ରୀଛାତ୍ର ୬ ଶହ ଫୁଟର ଏକ ବିଶାଳକାୟ ଗ୍ରୀଟିଙ୍ଗସ୍‌ କାର୍ଡ...

ଦିଲ୍ଲୀ ପାଇଁ ଖୁସି ଖବର: ପ୍ରଥମ ପର୍ଯ୍ୟାୟରେ ସଫଳ ହେଲା ପ୍ଳାଜମା ଥେରାପି

ନୂଆଦିଲ୍ଲୀ,୨୪।୪: କରୋନା ଭାଇରସ୍‌ ମହାସଙ୍କଟରେ ଗତି କରୁଥିବା ଦିଲ୍ଲୀ ପାଇଁ ଖୁସି ଖବର। ପ୍ରଥମ ପର୍ଯ୍ୟାୟରେ ପ୍ଲାଜମା ଥେରାପି ସଫଳ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ରାଜ୍ୟର...

Coronavirus Update


Archives

Model This Week

Why Dharitri