Posted inଜାତୀୟ

ଶଗଡ଼ରେ ପିଲାଙ୍କୁ ସ୍କୁଲ ପଠାଇଲେ ଅଭିଭାବକ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଶ୍ରୀକାକୁଲମ୍‌,୧୭।୧୦: ଆନ୍ଧ୍ରପ୍ରଦେଶରେ ରାଜ୍ୟ ଆଞ୍ଚଳିକ ପରିବହନ ନିଗମ ପକ୍ଷରୁ ବସ୍‌ ସେବା ଶ୍ରୀକାକୁଲଏମ୍‌ ସ୍ଥିତ କୋମାରାଡ଼ା-କୁନେରା ରାଜ୍ୟ ରାଜପଥରେ ବନ୍ଦ କରିଦିଆଯାଇଛି। ଏହାକୁ ବିରୋଧ କରି କୋମାରାଡ଼ା ଗ୍ରାମବାସୀ ନିଜ ପିଲାଙ୍କୁ ସ୍କୁଲ ପଠାଇବା ଲାଗି ଶଗଡ଼ ଗାଡ଼ିର ବ୍ୟବହାର କରୁଛନ୍ତି। ସେମାନେ ଶଗଡ଼ ଭଡ଼ାରେ ଆଣି ପିଲାଙ୍କୁ ସ୍କୁଲ ନେବା ଆଣିବା କାର୍ଯ୍ୟରେ ଲଗାଇଛନ୍ତି। ଏହି ରାସ୍ତାର ଅବସ୍ଥା ଖରାପ ଥିବାରୁ ରାଜ୍ୟ ଆଞ୍ଚଳିକ ପରିବହନ ନିଗମ ପକ୍ଷରୁ ବସ୍‌ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏନେଇ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଇତି ମଧ୍ୟରେ ଏକ ମାସ ବିତି ଯାଇଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ସେମାନେ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରାମବାସୀଙ୍କ ଏଭଳି ପଦକ୍ଷେପ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ସଚିବଙ୍କ କାର୍ଯ୍ୟକାଳ ବଢ଼ିଲା

ନୂଆଦିଲ୍ଲୀ,୨୭ା୪(ପି.ଟି.): କରୋନା ମୁକାବିଲାରେ ପ୍ରମୁଖ ଭୂମିକା ନେଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୂଦନଙ୍କ କାର୍ଯ୍ୟକାଳ ଏପ୍ରିଲ ୩୦ରେ ଶେଷ ହେବାକୁ ଥିବାବେଳେ ଏହାକୁ ଆଉ...

ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଘୋଡ଼ାବେପାର

ଜୟପୁର, ୧୨ା୬:ମଧ୍ୟପ୍ରଦେଶରେ କମଳନାଥ ସରକାର ପରେ ଭାଜପା ଏବେ ରାଜସ୍ଥାନ ସରକାରକୁ ଭାଙ୍ଗିବା ଲାଗି ପ୍ରୟାସ ଜାରି ରଖିଛି। ବିଶେଷକରି ଜୁନ୍‌ ୧୯ରେ ରାଜ୍ୟ ସଭା...

ପିପିଇ କିଟ୍‌ ପିନ୍ଧି କରୋନା ରୋଗୀଙ୍କୁ ଭେଟିଲେ ବିଧାୟକ, ତା’ପରେ ଘଟିଲା ଏମିତି

ଅଗରତାଲା,୪।୮: କରୋନା ପ୍ରଭାବିତ ରାଜ୍ୟ ତ୍ରିପୁରାର ବିଧାୟକ ସୁଦୀପ ରାୟବର୍ମନ ପିପିଇ କିଟ୍‌ ପିନ୍ଧି କରୋନା ରୋଗୀଙ୍କୁ ଭେଟିବାକୁ ଯିବା ମହଙ୍ଗା ପଡିଛି। ପଶ୍ଚିମ ତ୍ରିପୁରାର...

ଏଠାରେ କାର୍‌, ଜିପ, ହାତୀ ପ୍ରତିମୂର୍ତ୍ତିିର ତିଆରି ହୁଏ ସମାଧି, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାଏ, ସମାଧି ଦିଆଯିବା ସ୍ଥାନରେ ତାଙ୍କ ପସନ୍ଦର ପ୍ରତିମୂର୍ତ୍ତି ତିଆରି କରାଯାଇଥାଏ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ।...

କୃଷି ଆଇନ୍‌ ପ୍ରତ୍ୟାହାର ଏକ ନିର୍ବାଚନୀ ଚାଲ୍‌: ପ୍ରିୟଙ୍କା

ନୂଆଦିଲ୍ଲୀ,୧୯।୧୧: ତିନୋଟି କୃଷି ଆଇନକୁ ରଦ୍ଦ କରିବାର ନିଷ୍ପତ୍ତି ପରେ ବିରୋଧୀମାନେ ଏହାର ପ୍ରତିକ୍ରିୟା ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କଂଗ୍ରେସର ବହୁ ବରିଷ୍ଠ...

ଏକଚ୍ଛତ୍ରବାଦୀ ମାନସିକତା ଗଣତନ୍ତ୍ରକୁ ବିପଦ

ନୂଆଦିଲ୍ଲୀ, ୨୬ା୬: ଏକଚ୍ଛତ୍ରବାଦୀ ମାନସିକତା ଗଣତନ୍ତ୍ରର ସଫଳତା ଲାଗି ବିପଦ ସୃଷ୍ଟି କରିଥାଏ। ଇମର୍ଜେନ୍ସି ଲଗାଇ ସରକାର ନିଜ ଲୋକଙ୍କୁ ଜେଲ୍‌ ପଠାଇ ନିର୍ଯାତନା ଦେବା...

କରୋନା ସନ୍ଦିଗ୍ଧଙ୍କୁ ଦେଖିବାକୁ ମନା କରିଥିବା ମେଡିକାଲ ଅଫିସର ନିଲମ୍ବିତ

ଜମ୍ମୁ,୧୫ା୩(ପି.ଟି.): ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ କ୍ୱାରାଣ୍ଟାଇନ୍‌ରେ ଥିବା ଜଣେ କରୋନା ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟବସ୍ଥା ଦେଖିବା ଲାଗି ମନା କରିଦେଇଥିବା ମେଡିକାଲ ଅଫିସରଙ୍କୁ ନିଲମ୍ବନ କରାଯାଇଛି। ମେଡିକାଲ...

ଗ୍ରାହକଙ୍କ ପାଇଁ ଚାଟ ବିକାଳିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

ବାଗପାଟ, ୨୨।୨- ଗ୍ରାହକଙ୍କ ପାଇଁ ଦୋକାନୀଙ୍କ ମଧ୍ୟରେ ଟଣାଓଟରା କିମ୍ବା ଯୁକ୍ତିତର୍କ ଦେଖିଯିବା କିଛି ନୂଆ ଘଟଣା ନୁହେଁ। କିନ୍ତୁ ଉତ୍ତର ପ୍ରଦେଶର ବାଗପାଟ ଜିଲାରୁ...

Advertisement
Archives

Model This Week