Posted inଜାତୀୟ

ଶଗଡ଼ରେ ନମ୍ବର ପ୍ଲେଟ୍‌: ମାଲିକଙ୍କ ନାମ ସହିତ ଲେଖାଯାଉଛି ନମ୍ବର

ବିଜାପୁର,୫।୧୧: ଗାଡ଼ିରେ ନମ୍ବର ପ୍ଲେଟ୍‌ ରହିବା ପାଇଁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥାଏ। ତେବେ ଛତିଶଗଡ଼ ବିଜାପୁରରେ ପ୍ରତି ଶଗଡ଼ରେ ନମ୍ବର ପ୍ଲେଟ୍‌ ରହିଛି। ଏଥିରେ ମାଲିକଙ୍କ ନାମ ସହିତ ନମ୍ବର, ଫୋନ୍‌ ନମ୍ବର, ଠିକଣା ଆଦି ରହିଛି। ଏହି ଜିଲାରେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ରହିଛି। ଉଦ୍ୟାନ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କର  ଯିବା ଆସିବାର ଏକ ମାତ୍ର ସାହାରା ହେଉଛି ଶଗଡ଼। ଏଠାକାର ରାସ୍ତାଘାଟ ଭଲ ନ ଥିବାରୁ ଏଠାରେ ଶଗଡ଼ରେ ଯିବା ଆସିବା ସହଜ ହୋଇଥାଏ। ଜିଲାର ୪ଟି ପଞ୍ଚାୟତର ୩୩ଟି ଗାଁରେ ଗାଡ଼ିମୋଟର ଚଳାଚଳ କରିବା କଷ୍ଟକର। ଏହି ଦୁର୍ଗମ ଅଞ୍ଚଳର ଲୋକେ ପରିବହନ ପାଇଁ ଶଗଡ଼ ଉପରେ ଭରସା କରିଥାନ୍ତି। ତେଣୁ ଶଗଡ଼ ମାଲିକମାନେ ନିଜ ନିଜ ଶଗଡ଼ ପଛରେ ନମ୍ବର ପ୍ଲେଟ୍‌ ଲଗାଇଥାନ୍ତି। ନମ୍ବର ପ୍ଲେଟ୍‌ରେ ଥିବା ଠିକଣା ଏବଂ ଫୋନ୍‌ ନମ୍ବର ଦ୍ୱାରା ମାଲିକଙ୍କ ସହିତ ଯୋଗାଯୋଗ କରିବା ସହଜ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରୋହିଗାଁ’ରୁ ବନ୍ଧାହେଲେ ୨୦ ଜୁଆଡି: ୫ ଲକ୍ଷ ୪୪ ହଜାର ଟଙ୍କା ସହ…

ବ୍ରହ୍ମପୁର, ୪/୬(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ରୋହିଗାଁରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡାରେ ଚଢାଉ କରିଥିଲା। ସେଠାରୁ…

ବଳଭଦ୍ର ଜୈବିକ ଚାଷ ମିଶନ ପାଇଁ ଦାରିଙ୍ଗବାଡି ମନୋନୀତ:ଚାଷ ପାଇଁ ଅଣ୍ଟା ଭିଡ଼ିଲେ ଚାଷୀ

ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ): କାଳବୈଶାଖୀ ବର୍ଷା ଚାଷୀଙ୍କ ପାଇଁ ଆଣିଛି ଖୁସିର ମୂହୁର୍ତ୍ତ। ପ୍ରଚଣ୍ଡ ଖରାରେ ଚାଷ ଜମି ଫାଟି ଆଁ କରିଥିବାବେଳେ ଏବେ ବର୍ଷା…

କାଠଯୋଡି ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର: ବ୍ୟାଗ-ଚପଲ ରଖି…

କଟକ,୪।୬(ପ୍ରଭୁକଲ୍ୟାଣ ପାଲ୍‌): କାଠଯୋଡି ନଦୀରୁ ପୁଣି ଏକ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କଟକ ତ୍ରିଶୁଳିଆ ପୋଲ ତଳେ ଭାସୁଛି ମହିଳାଙ୍କ ମୃତଦେହ। ଉଦ୍ଧାର କଲା ଅଗ୍ନିଶମ…

ଅକାମୀ ହୋଇପଡ଼ିଛି ବିଦ୍ୟୁତ ଟ୍ରାନ୍ସଫର୍ମର: ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ

ଆର. ଉଦୟଗିରି,୪।୬(ମନୋଜ କୁମାର ପାଢୀ):ଅକାମୀ ହୋଇଛି ବିଦ୍ୟୁତ ଟ୍ରାନ୍ସଫର୍ମର। ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗଜପତି ଜିଲା…

ବାଦ୍ୟଯନ୍ତ୍ର ନିର୍ମାଣରେ ସିଦ୍ଧହସ୍ତ ରତ୍ନାକର: ପ୍ରୋତ୍ସାହନ ଅଭାବରୁ ବିତୁଛି ଅବହେଳିତ ଜୀବନ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ):ପଶ୍ଚିମ ଓଡ଼ିଶାର ଲୋକକଳାର ବିଭିଧତା ଓ ବିଭବତାକୁ ନେଇ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି। ଦ୍ୱିତୀୟତଃ ଲୋକକଳା ଅଛି…

ମିଲର୍ସଙ୍କ ମର୍ଜିରେ ଚାଲିଛି ଧାନକିଣା: ଗର୍ଜିଲେ ଚାଷୀ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ସପ୍ତାହକ ପରେ ଏହି ପ୍ରକ୍ରିୟାକୁ ମାସେ ବିତିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ସଂଗ୍ରହ…

ମମି ଶରୀରରେ ବଢୁଛନ୍ତି ଅଣୁଜୀବ: ୫,୩୦୦ ବର୍ଷ ପରେ ବି ଜୀବିତ

ବୋଲଜାନୋ (ଇଟାଲୀ),୪ା୬:ପ୍ରାୟ ୫,୩୦୦ ବର୍ଷ ପୂର୍ବେ ଇଟାଲୀର ଆଲ୍ପସ ପର୍ବତମାଳାରେ ଜଣେ ଶିକାରୀଙ୍କୁ ତୀର ମାରି ହତ୍ୟା କରାଯାଇଥିଲା। ବର୍ଷ ବର୍ଷ ଧରି ବରଫ ତଳେ ପୋତିହୋଇ…

ହସ୍ପିଟାଲ ICUରେ ଭୟଙ୍କର ଅଗ୍ନିକାଣ୍ଡ: ୩ ରୋଗୀ ଜୀବନ୍ତ ଦଗ୍ଧ

ପାଟନା,୪।୬: ଦିଲ୍ଲୀର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡର ମାତ୍ର ଗୋଟିଏ ଦିନ ପରେ, ବିହାରର ମୁଜାଫରପୁରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିବା ରିପୋର୍ଟ ଆସିଛି। ଗୁରୁବାର ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri