ଲୋହରା ସମାଜର ସାଧାରଣ ସଭା:ଆଦିବାସୀ ମାନ୍ୟତା ନ ଦେଲେ ଆଗାମି ଦିନରେ ଆନ୍ଦୋଳନ

ଲାଞ୍ଜିଗଡ,୯।୬(ଡି.ଏନ.ଏ.):କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଆମ୍ବତୋଟାରେ ଲୋହରା ସମାଜର ସାଧାରଣ ସଭା ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାରେ ଜିଲାର ୧୩ଟି ବ୍ଲକରୁ ଲୋହରା ସମାଜର ସମସ୍ତ ନେତୃବୃନ୍ଦ ଯୋଗଦେଇଥିବା ବେଳେ ଏହି ସଭାରେ ଅର୍ଥନୈତିକ, ଜାତିଗତ, ଶିକ୍ଷାଗତ, ସ୍ବାସ୍ଥ୍ୟଗତ ଓ କୁସଂସ୍କାର ବିଷୟରେ ଆଲୋଚନା ହୋଇଥିଲା । ଆଜି ପର୍ଯ୍ୟନ୍ତ ସରକାର ଲୋହରା ସମ୍ପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରାଯାଇ ନ ଥିବାରୁ ସଭାରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ମନ୍ତ୍ରୀଠାରୁ ଜିଲାପାଳ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା ଆମମାନଙ୍କୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହୋଇଥିଲା। ସରକାର ଆମ ଆଦିବାସୀ ମାନ୍ୟତା ଦାବି ପୂରଣ ନ କଲେ ଆଗାମୀ ଦିନରେ ଲୋହରା ସମାଜର ସମସ୍ତ ଅଧିବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି। ଏହି ସଭାରେ ୧୨୦୦ରୁ ଊର୍ଦ୍ଧ୍ୱ ଲୋହରା ସମାଜର ନେତୃବୃନ୍ଦ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲୋହରା ସମାଜ ଜିଲା ସଭାପତି ଚନ୍ଦ୍ରଶେଖର ପରାଭୋଇ ଯୋଗଦେଇ ଲୋହରା ସମାଜର ସମସ୍ତ ଅଧିବାସୀଙ୍କୁ ଏକତା ହୋଇ ସରକାରଙ୍କ ଏହି ଅଣଦେଖାକୁ ବିରୋଧ କରିବା ପାଇଁ ଆହ୍ବାନ ଦେଇଥିଲେ । ସଦର ବ୍ଲକ ସଭାନେତ୍ରୀ ସଂଯୁକ୍ତା ବେହେରା, ନର୍ଲା ସଭାପତି ରବି ପରାଭୋଇ, ନର୍ଲା ବ୍ଲକ ପୂର୍ବତନ ସଭାପତି ଗଣପତି ମୁଣ୍ଡା ଲୋହରା, ଲାଞ୍ଜିଗଡ ବ୍ଲକ ସଭାପତି ବିଘ୍ନ ଭୋଇ, ଜୟପାଟଣା ଗଗନ ବିହାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲା ସମ୍ପାଦକ ବିରାଞ୍ଚତ୍ ଭୋଇ, ଜିଲା ଉପସଭାପତି ଲଚ୍ଛମନ ଭୋଇ, ଲାଞ୍ଜିଗଡ ବ୍ଲକ ସମ୍ପାଦକ ଘନଶ୍ୟାମ ଭୋଇ, ଉପସଭାପତି ବିଶିକେଶନ ଭୋଇ, କୋଷାଧ୍ୟକ୍ଷ ହେମନ୍ତ ଭୋଇ, ସାମାଜିକ କର୍ମୀ ଗୈାରାଙ୍ଗ ଭୋଇ, ସାମାଜିକ କର୍ମୀ ଅଭିମନ୍ୟୁ ଲୋହରା ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ସଦର ବ୍ଲକ ସମ୍ପାଦକ ନେତ୍ର ପରାଭୋଇ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri