Posted inଜାତୀୟ

ଲୋକ ସଭା ନିର୍ବାଚନ ଲାଗି ଏକ୍‌ଜିଟ ପୋଲ୍‌ ଠିକ୍‌ ନୁହେଁ

ନୂଆଦିଲ୍ଲୀ,୨୦।୫(ଆଇଏଏନ୍‌ଏସ୍‌): ସାତ ପର୍ଯ୍ୟାୟ ବିଶିଷ୍ଟ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଏକ୍‌ଜିଟ ପୋଲ୍‌ (ବୁଥ୍‌ଫେରନ୍ତା ଜନମତ ସର୍ଭେ) ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ଯଦି ବିଶ୍ୱାସକୁ ନିଆଯାଏ ତେବେ ନରେନ୍ଦ୍ର ମୋଦି ସରକାର ପୂର୍ଣ୍ଣସଂଖ୍ୟାଗରିଷ୍ଠତା ସହ ପୁଣି ଥରେ କ୍ଷମତାକୁ ଆସିବ। ତେବେ ଅତୀତରେ ଏଭଳି ସର୍ଭେ ରିପୋର୍ଟ ପ୍ରକୃତ ଫଳାଫଳ ସହ ମେଳ ଖାଇନାହିଁ।
୨୦୧୪ରେ ମୋଦି ଲହର ଯୋଗୁ ଏନ୍‌ଡିଏ ୩୩୬ ଆସନରେ ବିଜୟୀ ହେଲା। ତେବେ ଚାଣକ୍ୟକୁ ଛାଡିଲେ ଅନ୍ୟ କୌଣସି ଗଣମାଧ୍ୟମ ଏନ୍‌ଡିଏ ୩୦୦ ସଂଖ୍ୟା ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରି ନ ଥିଲେ। ଏନ୍‌ଡିଏ ୩୪୦ ଓ ଭାଜପା ୨୯୧ ଆସନରେ ଜିତିବ ବୋଲି ଚାଣକ୍ୟ କହିଥିଲା। ଏହା ବ୍ୟତୀତ ଅନ୍ୟ ସମସ୍ତ ଏଜେନ୍ସୀ ଭୋଟରଙ୍କ ମନୋଭାବ ଆକଳନ କରିବାରେ ବିଫଳ ହୋଇଥିଲେ। ଏବିପି-ନିଏଲସେନ୍‌ ଏନଡିଏକୁ ୨୮୧ ଆସନ ଦେଇଥିବାବେଳେ ଟାଇମ୍ସ ନାଓ ୨୪୯ ଦେଇଥିଲା। ସେହିପରି ଏନ୍‌ଡିଏ ୨୭୨-୨୮୦ ମଧ୍ୟରେ ସୀମିତ ରହିବ ବୋଲି ସିଏନ୍‌ଏନ୍‌-ଆଇବିଏନ୍‌-ସିଏସ୍‌ଡିଏସ୍‌ ଲୋକନୀତି ପୂର୍ବାନୁମାନ କରିଥିଲା।
ମଧ୍ୟ ଏକ୍‌ଜିଟ ପୋଲ୍‌ ରିପୋର୍ଟ ଭୁଲ୍‌ ପ୍ରମାଣିତ ହୋଇଥିଲା। ସେତେବେଳେ ଏନ୍‌ଡିଏ ବିଜୟୀ ହେବ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ କଂଗ୍ରେସ ନେତୃତ୍ୱାଧୀନ ଉପା କ୍ଷମତା ବଜାୟ ରଖିବାକୁ ସକ୍ଷମ ହୋଇଥିଲା। ଏପରିକି ୨୦୦୪ରେ ଉପାକୁ ୧୪୫ ଆସନ ମିଳିଥିବାବେଳେ ୨୦୦୯ରେ ୨୦୬କୁ ବୃଦ୍ଧି ପାଇଥିଲା। ଏନ୍‌ଡିଏ ୧୯୭ ଆସନରେ ଜିତିବ ବୋଲି ଷ୍ଟାର ନ୍ୟୁଜ୍‌-ଏସି ନିଏଲସେନ ପୂର୍ବାନୁମାନ କରିଥିବାବେଳେ ଟାଇମ୍ସ ନାଓ ୧୮୩ ଦେଇଥିଲା। କିନ୍ତୁ ଏନଡିଏ ୧୫୯ ଆସନରେ ସୀମିତ ରହିଥିଲା।
ଅଟଳ ବିହାରୀ ବାଜପେୟୀ ପୁଣି ଥରେ କ୍ଷମତାକୁ ଫେରିବେ ଏବଂ ଏନ୍‌ଡିଏକୁ ୨୯୦ ଓ ୨୭୫ ଆସନ ମିଳିବ ବୋଲି ଯଥାକ୍ରମେ ଆଉଟଲୁକ୍‌-ଏମ୍‌ଡିଆର୍‌ଏ ଏବଂ ଷ୍ଟାର-ସି ଭୋଟର ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ଆଜତକ୍‌ ଏବଂ ଏନ୍‌ଡିଟିଭି ମଧ୍ୟ ଏନ୍‌ଡିଏ ସପକ୍ଷରେ ପୂର୍ବାନୁମାନ ଲଗାଇଥିଲେ। ତେବେ ସମସ୍ତ ଏକ୍‌ଜିଟ ପୋଲ୍‌ ରିପୋର୍ଟକୁ ଭୁଲ୍‌ ସାବ୍ୟସ୍ତ କରି ଉପା କ୍ଷମତାକୁ ଫେରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri