Posted inଜାତୀୟ

ଲୋକ ସଭା ଉପ ବାଚସ୍ପତି ପାଇଁ ଭାବନାଙ୍କ ନାମ ସୁପାରିଶ କରିପାରେ ଶିବସେନା

ନୂଆଦିଲ୍ଲୀ,୨୫।୬: ଲୋକ ସଭାରେ ଉପ ବାଚସ୍ପତି ପଦ ପାଇଁ ଶିବସେନା ଭାବନା ଗଓ୍ବାଲିଙ୍କ ନାଁ ସୁପାରିଶ କରିପାରେ। ମହାରାଷ୍ଟ୍ରର ୟବତମାଳ-ଓ୍ବାଶିମ୍‌ର ଲୋକ ସଭା ଆସନରୁ ଭାବନା ୫ଥର ଏମ୍‌ପି ରହିସାରିଛନ୍ତି। ଓ୍ବାଶିମ ଲୋକ ସଭା ଆସନରୁ ୨ଥର ଓ ୟବତମାଳ-ଓ୍ବାଶିମ ଲୋକ ସଭା ଆସନରୁ ୩ଥର ସେ ବିଜୟ ହାସଲ କରିଛନ୍ତି। ଏହା ପୂର୍ବରୁ ଏହି ପଦକୁ ନେଇ ଶିବସେନାର ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଉତ ନିଜର ପ୍ରତିକ୍ରିୟ ରଖିଥିଲେ। ସେ କହିଥିଲେ, ଏହି ପଦ ପାଇଁ ଆମର ଡିମାଣ୍ଡ ନାହିଁ ହେଲେ ଏହା ଆମର ହକ୍‌। ଏହି ପଦ ଶିବସେନାକୁ ହିଁ ମିଳିବା ଉଚିତ୍‌। ଅପରପକ୍ଷରେ ଉପ ବାଚସ୍ପତି ପାଇଁ ଭାଜପା ବିଜୁ ଜନତା ଦଳ (ବିଜେଡି)ର ସଦସ୍ୟଙ୍କୁ ଚୟନ କରିବାକୁ ଚାହୁଁଥିଲା। ହେଲେ ଏହି ପଦକୁ ସ୍ବୀକାର କରିବା ପାଇଁ ବିଜେଡି କୌଣସି ଇଛା ପ୍ରକାଶ କରି ନ ଥିଲା। କାରଣ ସେ ଭାଜପା ଓ କଂଗ୍ରେସ ଠାରୁ ସମାଦୂରତା ରଖିବାକୁ ଚାହୁଁଛି। ସେହିପରି ଓ୍ବାଇଏସ୍‌ଆର କଂଗ୍ରେସକୁ ମଧ୍ୟ ଏହି ପଦ ପାଇଁ ଅଫର ଦିଆଯାଇଥିଲା। ହେଲେ ସେ ଏଥିପାଇଁ ଏକ ସର୍ତ୍ତ ରଖିଥିଲା। ଯେ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ନ ଦିଆଯାଇଛି ସେ ପର୍ଯ୍ୟନ୍ତ ଉପ ବାଚସ୍ପତି ପଦ ସ୍ବୀକାର କରିବ ନାହିଁ ବୋଲି ଓ୍ବାଇଏସ୍‌ଆର କଂଗ୍ରେସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri