ଲୋକଙ୍କ ବିଶ୍ୱାସ ଜିତିଛି ଛାପା ଗଣମାଧ୍ୟମ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ଗଣମାଧ୍ୟମ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ନୁହେଁ। ଆମ ଦେଶର ଗଣତନ୍ତ୍ର ୩ଟି ସ୍ତମ୍ଭ ଉପରେ ଛିଡ଼ାହୋଇଛି। ହେଲେ ଦେଶର ଏବେକାର ପରିସ୍ଥିତିରେ ଗଣମାଧ୍ୟମର ଭୂମିକା ବଢ଼ିଯାଇଛି। ଯେଉଁଠି ଖୋଦ୍‌ ସରକାର ଇଣ୍ଟରନେଟ୍‌ ସେବା ବନ୍ଦ କରି କଶ୍ମୀର ଓ ଆସାମ ଭଳି ଦେଶର ବିଭିନ୍ନ ଅଙ୍ଗକୁ ମୂଳଭୂମିଠାରୁ ବିଚ୍ଛିନ୍ନ କରିଦେଉଛନ୍ତି, ସେଭଳିସ୍ଥଳେ ନିରପେକ୍ଷ ଗଣମାଧ୍ୟମର ଦାୟିତ୍ୱ ବଢିଯାଇଛି ବୋଲି ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ‘ମୁଖ୍ୟଧାରାର ଗଣମାଧ୍ୟମ ବନାମ ସାମାଜିକ ଗଣମାଧ୍ୟମ’ ଶୀର୍ଷକକୁ ନେଇ ଅନୁଷ୍ଠିତ ଆଲୋଚନାଚକ୍ରରେ ବକ୍ତାଭାବେ ଯୋଗଦେଇ ସତପଥୀ କହିଥିଲେ, ଭାରତ ସହ ସମସ୍ତ ଏସୀୟ ରାଷ୍ଟ୍ରରେ ଆଜି ବି ଛାପା ଗଣମାଧ୍ୟମର ଚାହିଦା ରହିଛି। ଆଗାମୀ ଏକ ଦଶନ୍ଧି ପର୍ଯ୍ୟନ୍ତ ଲୋକେ ଛାପା ଗଣମାଧ୍ୟମକୁ ଭରସା କରିବେ। ଦେଶର ଅର୍ଥନୀତି ଓ ରାଜନୈତିକ ପରିସ୍ଥିତିରେ ଏବେ ବଡ଼ ସଂକଟ ଦେଖାଦେଇଛି। ଏଭଳି ଘଡ଼ିସନ୍ଧି ସମୟରେ ବୈଦ୍ୟୁତିକ ଗଣମାଧ୍ୟମ ଉପରୁ ଲୋକଙ୍କ ଭରସା ଉଠିଯାଇଥିବାବେଳେ ଛାପା ଗଣମାଧ୍ୟମକୁ ଲୋକେ ପୁଣିଥରେ ବିଶ୍ୱାସ କରିଛନ୍ତି। ସାମାଜିକ ଗଣମାଧ୍ୟମ ଧୀରେ ଧୀରେ ବୈଦ୍ୟୁତିକ ଗଣମାଧ୍ୟମର ଶୂନ୍ୟସ୍ଥାନକୁ ପୂରଣ କରୁଥିବା ବେଳେ ଆଗାମୀ ଭବିଷ୍ୟତରେ ପରସ୍ପରର ସହଯୋଗ ମାଧ୍ୟମରେ ଛାପା ଓ ସାମାଜିକ ଗଣମାଧ୍ୟମ ତିଷ୍ଠି ରହିବେ ବୋଲି ସେ କହିଥିଲେ।
ମାସିକ ପତ୍ରିକା ‘ଅଧିକାର’ ପକ୍ଷରୁ ସୋମବାର ଜୟଦେବ ବିହାରସ୍ଥିତ ଉତ୍କଳମଣି ହଲ୍‌ରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଅନ୍ୟତମ ବକ୍ତାଭାବେ ଯୋଗଦେଇ ନ୍ୟୁଜ୍‌କ୍ଲିକ୍‌ର ସମ୍ପାଦକ ପ୍ରବୀର ପୁରକାୟସ୍ଥ ମିଥ୍ୟା ଖବର ବର୍ତ୍ତମାନ ସାମାଜିକ ଗଣମାଧ୍ୟମର ସବୁଠାରୁ ବଡ଼ ସମସ୍ୟା ବୋଲି କହିଥିଲେ। କମ୍‌ ସମୟ ମଧ୍ୟରେ ଅଧିକ କ୍ଲିକ୍‌ ହେଉଥିବା ଖବର ଅଧିକ ଲାଭ ଦେଉଥିବାରୁ ଜାଣିଶୁଣି ମିଥ୍ୟା ଖବରର ପ୍ରସାରଣ କରାଯାଏ। ଉଭୟ ଗଣମାଧ୍ୟମ ଓ ଗଣତନ୍ତ୍ର ପାଇଁ ଏହା ଏକ ବଡ଼ ବିପଦ ହୋଇଥିବାରୁ ଲୋକେ ଏହାକୁ ବିରୋଧ କରିବା ଉଚିତ ବୋଲି ସେ କହିଥିଲେ। ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ଭାଜପା ତାକୁ ନିର୍ବାଚନୀ ଫାଇଦା ପାଇଁ ବ୍ୟବହାର କରିବା ସହ ଉକ୍ତ ତଥ୍ୟକୁ ବିକ୍ରି ଏବଂ ନିଲାମ କରାଯାଉଛି। ଇଲେକ୍ସନ ବଣ୍ଡ୍‌ ଜରିଆରେ ଭାଜପା ସର୍ବାଧିକ ଲାଭବାନ୍‌ ହୋଇଥିବାବେଳେ ନିଜ ଆଇଟି ସେଲ୍‌ର ଦୁରୁପଯୋଗ କରି ସୋସିଆଲ ମିଡିଆରେ ବିଷ ବାଣ୍ଟୁଛି ବୋଲି ସେ କହିଥିଲେ। ଆଲୋଚନାଚକ୍ରରେ ଈପ୍‌ସିତା ପତି ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ‘ଅଧିକାର’ର ସମ୍ପାଦକ ଜନାର୍ଦ୍ଦନ ପତି ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମ ମଧ୍ୟରେ ରହିଥିବା ତଫାତ୍‌ ସମ୍ପର୍କରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri