ଲୋଇସିଂହାରୁ ଆଉ ଜଣେ କରୋନା ପିଜିଟିଭ ଚିହ୍ନଟ: ସ୍ଥାନୀୟ ଅଞ୍ଚଳକୁ ୨୪ ଘଣ୍ଟା ଶଟ୍‌ଡାଉନ ଘୋଷଣା କଲେ ସରପଞ୍ଚ

ଲୋଇସିଂହା,୫।୬(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗାଁର ଜଣେ ୨୨ ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଶୁକ୍ରବାର ସକାଳେ ଜଣାପଡ଼ିଥିଲା। ଏହାପରେ ହୋମ୍‌ କ୍ବାରାଣ୍ଟାଇନରେ ରହୁଥିବା ସମ୍ପୃକ୍ତ ଯୁବକଙ୍କୁ ତାଙ୍କ ଘରୁ ଅଣାଯାଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବଲାଙ୍ଗୀର କୋଭିଡ ହସ୍ପିଟାଲକୁ ପଠାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଚାୟତ ଅଧୀନ ସମସ୍ତ ଗ୍ରାମକୁ ଶୁକ୍ରବାର ସକାଳ ୬ରୁ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ ୨୪ ଘଣ୍ଟିଆ ଶଟ୍‌ଡାଉନ ଘୋଷଣା କରିଛନ୍ତି ସରପଞ୍ଚ।
ପ୍ରକାଶ ଯେ, ପିଜିଟିଭ ଚିହ୍ନଟ ସମ୍ପୃକ୍ତ ଯୁବକ ଗତ ମେ’ ୧୯ ତାରିଖରେ ତାମିଲନାଡୁର ତ୍ରିପୁରାରୁ ଫେରି ଯୋଗୀସର୍ଡା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ଗତ ଜୁନ ୨ ତାରିଖରେ ସଙ୍ଗରୋଧ କେନ୍ଦ୍ରରୁ ଯାଇ ହୋମ୍‌ କ୍ବାରାଣ୍ଟାଇନରେ ରହୁଥିଲେ। ପୂର୍ବରୁ ଏହି ଅଞ୍ଚଳରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଏହି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲ ବୋଝେଇ ଟ୍ରକ୍‌ରୁ ୭.୮କୁଇଣ୍ଟାଲ ଗଞ୍ଜେଇ ଜବତ

ମୁନିଗୁଡ଼ା/ରାୟଗଡ଼ା ଅଫିସ,୪।୭: ଏକ ମାଲ୍‌ ବୋଝେଇ ଟ୍ରକ୍‌ରୁ ରାୟଗଡ଼ା ଜିଲା ମୁନିଗୁଡ଼ା ପୋଲିସ ଶନିବାର ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ସମ୍ପୃକ୍ତ...

ଗୋଟିଏ ସୋସାଇଟିରେ ୨୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ

ଗୁରୁଗ୍ରାମ,୨୮ ।୨: କରୋନା ମହାମାରୀର କଡ ଲେଉଟାଣି ପୁଣି ଦେଶବାସୀଙ୍କୁ ଚିନ୍ତାରେ ପକାଇଲାଣି । ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ କମ୍ ହୋଇ ଆସିଥିବା ବେଳେ...

ଗରାଏ ପାଣିକୁ ୧୦ଟଙ୍କା

ରାୟଗଡା ଅଫିସ୍‌, ୧୭।୫: ରାୟଗଡା ସହରର ରୟତ କଲୋନୀରେ ୧୩ଟି ଲେନ ରହିଛି। ୧୩ଟି ଲେନ ମଧ୍ୟରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଲେନରେ...

ଜଳିଗଲା ଦୋକାନ ସହ ୩ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

ଭଦ୍ରକ ଅଫିସ,୨୨।୩: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଓଲଙ୍ଗ ପଞ୍ଚାୟତର ସାରତୋଳା ଗାଁରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଘର ଓ ଦୋକାନ ଜଳିଯାଇଛି।...

କରୋନାର ଦୋହରା ମାଡ଼: ପୁଣି କଟକଣା, ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୨୧।୧୧: ଦେଶରେ କରୋନା ମହାମାରୀର ଦୋହରା ମାଡ଼ ଆରମ୍ଭ ହୋଇଛି। ଫଳରେ କେତେକ ରାଜ୍ୟରେ ପୁଣି କଟକଣା ଜାରି କରାଯିବା ସହିତ ଖୋଲା ଯାଇଥିବା ସ୍କୁଲକୁ...

ଅବହେଳିତ ସଂସ୍କୃତ ବିଦ୍ୟାଳୟ: ଦୁର୍ଦ୍ଦଶାରେ୧୧୯ ଅନ୍ତେବାସୀ

ଖଇରା, ୨୬ା୮(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡଗରପଡା ପଞ୍ଚାୟତ ପରୁଷୋତ୍ତମପୁର ଗାଁ ଶେଷମୁଣ୍ଡରେ ରହିଛି ଦୂରଦେଇ ସଂସ୍କୃତ ବିଦ୍ୟାଳୟ । ୩୧ବର୍ଷ ତଳେ...

ଅସହାୟଙ୍କୁ ଖାଦ୍ୟ ପ୍ରଦାନ

ବାରିପଦା ଅଫିସ, ୨୮ା୩- କରୋନା ଭାଇରସ ସଂକ୍ରମଣକୁ ରକ୍ଷା ପାଇବା ପାଇଁ ସାରା ଦେଶକୁ ଲକ୍‌ଡାଉନ କରାଯାଇଛି। ସହରରେ ସବୁ ଦୋକାନ ବଜାର ବନ୍ଦ ରହିଛି।...

କାର୍ଯ୍ୟକ୍ଷମ ହୋଇପାରୁନି ପାନୀୟ ଜଳ ପ୍ରକଳ୍ପ : ଦୂଷିତ କୂଅ ପାଣି ପିଇ ଲୋକେ ରୋଗାକ୍ରାନ୍ତ

ଖଣ୍ଡପଡ଼ା,୧୨ା୮(ସ୍ବ.ପ୍ର.): କୁଆଁରିଆ ନଦୀରୁ ବୋରୱେଲ ମାଧ୍ୟମରେ ପଥରଗଣ୍ଡ ଓ ନିକଟସ୍ଥ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ପ୍ରକଳ୍ପ କାର୍ଯ୍ୟ ଦୀର୍ଘ ୧ ବର୍ଷ ହେଲା...

Advertisement


Archives

Model This Week