ଲୁଚିଯାଉଛି ପ୍ରତ୍ନବିଭବ

ଖଇରା, (ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ଗଁ। ମଝିରେ ରହିଛି ଏଭଳି ଏକ ପ୍ରାଚୀନ ମନ୍ଦିର, ଯାହାକୁ ବେଢ଼ିରହିଛି ଏକ ବରଗଛ। ବାହାରକୁ ମନ୍ଦିରର କେତେକ ଶିଳାଖଣ୍ଡ କେବଳ ଦୃଶ୍ୟମାନ ହେଉଛି। ମନ୍ଦିରର ଉଚ୍ଚତା ପ୍ରାୟ ୮ଫୁଟ ହେବ ବୋଲି ଅନୁମାନ କରାଯାଉଛି। ସୋର-କୁପାରୀ ରାସ୍ତାରେ ଗଲେ କୁପାରୀ ଗଁା ନିକଟ ରାସ୍ତାଠାରୁ ମାତ୍ର ୩୦ ମିଟର ଦୂରରେ ରହିଛି ଏହି ପ୍ରାଚୀନ ମନ୍ଦିର। ଏହା ଉପରେ ପ୍ରତ୍ନତତ୍ତ୍ୱ କିମ୍ବା ପର୍ଯ୍ୟଟନ ବିଭାଗର ନଜର ପଡ଼ିନାହିଁ। ଜୈନ ଓ ବୌଦ୍ଧ କୀର୍ତ୍ତିରାଜିରେ ସମୃଦ୍ଧ କୁପାରୀକୁ ପର୍ଯ୍ୟଟନ କେନ୍ଦ୍ର ଘୋଷଣା କରାଯାଇଛି। କିନ୍ତୁ ଏଠାକାର ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଲାଗି କୌଣସି ପଦକ୍ଷେପ ନିଆଯାଇନାହିଁ। ବରଗଛ ଓହଳ ଘେରରେ ଥିବା ଏହି ପ୍ରାଚୀନ ମନ୍ଦିରକୁ କେହି କେହି ଜଡ଼ତଳ ବା ଜଟତଳ ମନ୍ଦିର କହନ୍ତି। କୌଣସି ଦେବଦେବୀ ମନ୍ଦିରରେ ପୂଜା ପାଉଥିଲେ କି ନାହିଁ ତାହା ପୁରୁଖା ଲୋକେ ମଧ୍ୟ କହିପାରନ୍ତି ନାହିଁ। କୁପାରୀର ଐତିହ୍ୟ ଓ ସଂସ୍କୃତି ଉପରେ ଗବେଷଣା କରୁଥିବା ଐତିହାସିକ ଓ ଗବେଷକ ତାହା ଏକ ଜୈନ ମନ୍ଦିର ବୋଲି କହନ୍ତି। ବରଗଛ ଓହଳ ମଧ୍ୟରେ ଦୃଶ୍ୟମାନ ହେଉଥିବା ପଥରଖଣ୍ଡକୁ ଦେଖିଲେ ମନ୍ଦିରର ପ୍ରାଚୀନତା ବାରି ହୋଇପଡ଼େ। ଏହାର ପୁନରୁଦ୍ଧାର କରାଗଲେ ଅନେକ ଅଜଣା ତଥ୍ୟ ପଦାକୁ ଆସିପାରନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଶାରୀଶୁଆ ପାହାଡ଼ ପାଦଦେଶରେ ଥିବା କୁପାରୀ ଅଞ୍ଚଳ ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ସୀମା ସହ ସଂଲଗ୍ନ। ଏହା ପର୍ଯ୍ୟଟନ କ୍ଷେତ୍ର ଘୋଷଣା ହେବା ପରେ ଏହି ସ୍ଥାନର ଗୁରୁତ୍ୱ ବଢିଛି। କୁପାରୀସ୍ଥିତ ଶୂନ୍ୟମଣ୍ଡପ ପରିଚାଳନା ସମିତିର ସମ୍ପାଦକ ଶରତ ବିଶ୍ୱାଳ କହନ୍ତି, ସେ ପୂର୍ବଜମାନଙ୍କଠାରୁ ଏହା ଏକ ଜୈନ ମନ୍ଦିରର ଭଗ୍ନାବଶେଷ ବୋଲି ଶୁଣିଛନ୍ତି ା ବରଗଛ ଭିତରେ ଲୁଚିଥିବା ଏହି ମନ୍ଦିରକୁ ଉଦ୍ଧାର କରିବା କଷ୍ଟସାଧ୍ୟ। ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବା ଦରକାର। ସ୍ଥାନୀୟ ଲୋକେ କହନ୍ତି, ରକ୍ଷଣାବେକ୍ଷଣ ଅଭାବରୁ ବରଗଛ ନିଜ କାୟା ଭିତରେ ମନ୍ଦିରକୁ ଗ୍ରାସ କରିସାରିଲାଣି ା ଅନୂ୍ୟନ ୩୦ବର୍ଷ ତଳେ ପ୍ରତ୍ନତତ୍ତ୍ୱ ବିଭାଗର କେତେକ ଅଧିକାରୀ ଆସି ମନ୍ଦିର ସ୍ଥାନ ବୁଲି ଦେଖିଯାଇଥିଲେ। ଏହାର ପୁନରୁଦ୍ଧାର ପାଇଁ ପରେ ଧ୍ୟାନ ଦିଆଯାଇନାହିଁ ା ଫଳରେ ଏହି ଅମୂଲ୍ୟ ପ୍ରତ୍ନ ବିଭବ ଗଛଲତା ଭିତରେ ହଜିଗଲାଣି ା ସାଳନ୍ଦୀ ନଦୀରେ ହଦଗଡ଼ ଯୋଜନା ହେବା ପରେ ଏହି ମନ୍ଦିର ପାର୍ଶ୍ୱ ଦେଇ ଆମ୍ବହତା କେନାଲ ଯାଇଛି। ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ପ୍ରାକୃତିକ ପରିବେଶ ପଥଚାରୀଙ୍କ ମନ ହରିଥାଏ। କିନ୍ତୁ ପ୍ରାଚୀନ ଜଡ଼ତଳ ମନ୍ଦିର ପ୍ରତି କାହାରି ଦୃଷ୍ଟି ନ ପଡିବା ଏକ ବିଡ଼ମ୍ବନା। କୁପାରୀ କ୍ଷେତ୍ର ଉପରେ ଗବେଷଣା କରିଥିବା କୁପାରୀ ମହାବିଦ୍ୟାଳୟର ପୂର୍ବତନ ଇତିହାସ ଅଧ୍ୟାପକ ତଥା ବିଶିଷ୍ଟ ଐତିହାସିକ ଡ. ଭାଗବତ ତ୍ରିପାଠୀ କହନ୍ତି, ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀ ବେଳକୁ ଉଭୟ ବୌଦ୍ଧ ଏବଂ ଜୈନ ଗୁରୁମାନେ କୁପାରୀ ଆସି ଧର୍ମ ପ୍ରଚାର କରିଥିଲେ। ସେତେବେଳେ ଏଠାରେ ଅନେକ ମନ୍ଦିର ତିଆରି ହୋଇଥିଲା। ଏପରି କି ଜୈନ ସମ୍ପ୍ରଦାୟର ୨୩ତମ ତୀର୍ଥଙ୍କର ପାର୍ଶ୍ୱନାଥ କୁପାରୀ ଆସି ତପସ୍ୟା କରିଥିବା କୁହାଯାଏ। ବରଗଛ ଓହଳ ତଳେ ଲୁଚି ରହିଥିବା ମନ୍ଦିର ବୌଦ୍ଧ କିମ୍ବା ଜୈନ ମନ୍ଦିର, ତାହା ଠିକ୍‌ ଭାବେ କହିହେବ ନାହିଁ। ବର୍ତ୍ତମାନ ମନ୍ଦିରର ଯେତିକି ଅଂଶ ରହିଛି ତାହା ପୂର୍ବ ମନ୍ଦିରର କେବଳ ଭଗ୍ନାବଶେଷ। ସେହିପରି ଏହି ମନ୍ଦିର ରାଜା ଭୌମକରଙ୍କ ରାଜୁତି ସମୟରେ ନିର୍ମାଣ ହୋଇଥିବା କେହି କେହି କହନ୍ତି। ଚାନ୍ଦବାଲି କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ଖଇରା ବ୍ଲକର ବିଭିନ୍ନ ପୁରାତନ କୀର୍ତ୍ତିରାଜି ଉପରେ ଗବେଷଣା କରୁଥିବା ଡ. ଅଜୟ ନାୟକ ଏହା ଜୈନ ନୁହେଁ ବରଂ ବୌଦ୍ଧ କୀର୍ତ୍ତି ବୋଲି ପ୍ରକାଶ କରିଛନ୍ତି ା ଏହାର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପ୍ରତି ପ୍ରତ୍ନତତ୍ତ୍ୱ ବିଭାଗ ଧ୍ୟାନ ଦେବା ଦରକାର ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

ଦ୍ୱିତୀୟ ସ୍ତ୍ରୀଙ୍କୁ ଏସିଡ ମାଡ଼କରି ମାରିଥିଲେ ସ୍ବାମୀ: କୋର୍ଟ ଶୁଣାଇଲେ ଏମିତି ରାୟ 

ବାଲେଶ୍ବର,୧୩।୨(ବାଞ୍ଛାନିଧି ଦେ): ୨୦୨୩ରେ  ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରା ଅଞ୍ଚଳର ମହିଳା ବନିତା ସିଂଙ୍କୁ ଏସିଡ୍‌ ପକାଇ ହତ୍ୟା  ମାମଲାର  ଶୁକ୍ରବାର ରାୟ ପ୍ରକାଶ ପାଇଛି ।…

ଅଧାରେ ରହିଗଲା ତୀର୍ଥଯାତ୍ରା; ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ଉପରେ ଝୁଲିଲା ବସ୍, ୪୦ ଜଣ ଯାତ୍ରୀ…

ବାହାନଗା, ୧୩। ୨(ଅରୂପ କୁମାର ଦାସ ): ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଓଭର ବ୍ରିଜ ଉପରେ ତ୍ରୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ…

ପ୍ରତିବାଦ ସମୟରେ ବାମପନ୍ଥୀ ନେତାଙ୍କୁ ଧକ୍କା ଦେଲା କାର୍‌, ଜିଲାପାଳଙ୍କ ଅଫିସରେ ଧସେଇ ପଶିଲେ…

ବାଲେଶ୍ୱର,୧୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ୍‌ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନ୍‌କୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri