ଲୁଚିଯାଉଛି ପ୍ରତ୍ନବିଭବ

ଖଇରା, (ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ଗଁ। ମଝିରେ ରହିଛି ଏଭଳି ଏକ ପ୍ରାଚୀନ ମନ୍ଦିର, ଯାହାକୁ ବେଢ଼ିରହିଛି ଏକ ବରଗଛ। ବାହାରକୁ ମନ୍ଦିରର କେତେକ ଶିଳାଖଣ୍ଡ କେବଳ ଦୃଶ୍ୟମାନ ହେଉଛି। ମନ୍ଦିରର ଉଚ୍ଚତା ପ୍ରାୟ ୮ଫୁଟ ହେବ ବୋଲି ଅନୁମାନ କରାଯାଉଛି। ସୋର-କୁପାରୀ ରାସ୍ତାରେ ଗଲେ କୁପାରୀ ଗଁା ନିକଟ ରାସ୍ତାଠାରୁ ମାତ୍ର ୩୦ ମିଟର ଦୂରରେ ରହିଛି ଏହି ପ୍ରାଚୀନ ମନ୍ଦିର। ଏହା ଉପରେ ପ୍ରତ୍ନତତ୍ତ୍ୱ କିମ୍ବା ପର୍ଯ୍ୟଟନ ବିଭାଗର ନଜର ପଡ଼ିନାହିଁ। ଜୈନ ଓ ବୌଦ୍ଧ କୀର୍ତ୍ତିରାଜିରେ ସମୃଦ୍ଧ କୁପାରୀକୁ ପର୍ଯ୍ୟଟନ କେନ୍ଦ୍ର ଘୋଷଣା କରାଯାଇଛି। କିନ୍ତୁ ଏଠାକାର ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଲାଗି କୌଣସି ପଦକ୍ଷେପ ନିଆଯାଇନାହିଁ। ବରଗଛ ଓହଳ ଘେରରେ ଥିବା ଏହି ପ୍ରାଚୀନ ମନ୍ଦିରକୁ କେହି କେହି ଜଡ଼ତଳ ବା ଜଟତଳ ମନ୍ଦିର କହନ୍ତି। କୌଣସି ଦେବଦେବୀ ମନ୍ଦିରରେ ପୂଜା ପାଉଥିଲେ କି ନାହିଁ ତାହା ପୁରୁଖା ଲୋକେ ମଧ୍ୟ କହିପାରନ୍ତି ନାହିଁ। କୁପାରୀର ଐତିହ୍ୟ ଓ ସଂସ୍କୃତି ଉପରେ ଗବେଷଣା କରୁଥିବା ଐତିହାସିକ ଓ ଗବେଷକ ତାହା ଏକ ଜୈନ ମନ୍ଦିର ବୋଲି କହନ୍ତି। ବରଗଛ ଓହଳ ମଧ୍ୟରେ ଦୃଶ୍ୟମାନ ହେଉଥିବା ପଥରଖଣ୍ଡକୁ ଦେଖିଲେ ମନ୍ଦିରର ପ୍ରାଚୀନତା ବାରି ହୋଇପଡ଼େ। ଏହାର ପୁନରୁଦ୍ଧାର କରାଗଲେ ଅନେକ ଅଜଣା ତଥ୍ୟ ପଦାକୁ ଆସିପାରନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଶାରୀଶୁଆ ପାହାଡ଼ ପାଦଦେଶରେ ଥିବା କୁପାରୀ ଅଞ୍ଚଳ ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ସୀମା ସହ ସଂଲଗ୍ନ। ଏହା ପର୍ଯ୍ୟଟନ କ୍ଷେତ୍ର ଘୋଷଣା ହେବା ପରେ ଏହି ସ୍ଥାନର ଗୁରୁତ୍ୱ ବଢିଛି। କୁପାରୀସ୍ଥିତ ଶୂନ୍ୟମଣ୍ଡପ ପରିଚାଳନା ସମିତିର ସମ୍ପାଦକ ଶରତ ବିଶ୍ୱାଳ କହନ୍ତି, ସେ ପୂର୍ବଜମାନଙ୍କଠାରୁ ଏହା ଏକ ଜୈନ ମନ୍ଦିରର ଭଗ୍ନାବଶେଷ ବୋଲି ଶୁଣିଛନ୍ତି ା ବରଗଛ ଭିତରେ ଲୁଚିଥିବା ଏହି ମନ୍ଦିରକୁ ଉଦ୍ଧାର କରିବା କଷ୍ଟସାଧ୍ୟ। ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବା ଦରକାର। ସ୍ଥାନୀୟ ଲୋକେ କହନ୍ତି, ରକ୍ଷଣାବେକ୍ଷଣ ଅଭାବରୁ ବରଗଛ ନିଜ କାୟା ଭିତରେ ମନ୍ଦିରକୁ ଗ୍ରାସ କରିସାରିଲାଣି ା ଅନୂ୍ୟନ ୩୦ବର୍ଷ ତଳେ ପ୍ରତ୍ନତତ୍ତ୍ୱ ବିଭାଗର କେତେକ ଅଧିକାରୀ ଆସି ମନ୍ଦିର ସ୍ଥାନ ବୁଲି ଦେଖିଯାଇଥିଲେ। ଏହାର ପୁନରୁଦ୍ଧାର ପାଇଁ ପରେ ଧ୍ୟାନ ଦିଆଯାଇନାହିଁ ା ଫଳରେ ଏହି ଅମୂଲ୍ୟ ପ୍ରତ୍ନ ବିଭବ ଗଛଲତା ଭିତରେ ହଜିଗଲାଣି ା ସାଳନ୍ଦୀ ନଦୀରେ ହଦଗଡ଼ ଯୋଜନା ହେବା ପରେ ଏହି ମନ୍ଦିର ପାର୍ଶ୍ୱ ଦେଇ ଆମ୍ବହତା କେନାଲ ଯାଇଛି। ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ପ୍ରାକୃତିକ ପରିବେଶ ପଥଚାରୀଙ୍କ ମନ ହରିଥାଏ। କିନ୍ତୁ ପ୍ରାଚୀନ ଜଡ଼ତଳ ମନ୍ଦିର ପ୍ରତି କାହାରି ଦୃଷ୍ଟି ନ ପଡିବା ଏକ ବିଡ଼ମ୍ବନା। କୁପାରୀ କ୍ଷେତ୍ର ଉପରେ ଗବେଷଣା କରିଥିବା କୁପାରୀ ମହାବିଦ୍ୟାଳୟର ପୂର୍ବତନ ଇତିହାସ ଅଧ୍ୟାପକ ତଥା ବିଶିଷ୍ଟ ଐତିହାସିକ ଡ. ଭାଗବତ ତ୍ରିପାଠୀ କହନ୍ତି, ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀ ବେଳକୁ ଉଭୟ ବୌଦ୍ଧ ଏବଂ ଜୈନ ଗୁରୁମାନେ କୁପାରୀ ଆସି ଧର୍ମ ପ୍ରଚାର କରିଥିଲେ। ସେତେବେଳେ ଏଠାରେ ଅନେକ ମନ୍ଦିର ତିଆରି ହୋଇଥିଲା। ଏପରି କି ଜୈନ ସମ୍ପ୍ରଦାୟର ୨୩ତମ ତୀର୍ଥଙ୍କର ପାର୍ଶ୍ୱନାଥ କୁପାରୀ ଆସି ତପସ୍ୟା କରିଥିବା କୁହାଯାଏ। ବରଗଛ ଓହଳ ତଳେ ଲୁଚି ରହିଥିବା ମନ୍ଦିର ବୌଦ୍ଧ କିମ୍ବା ଜୈନ ମନ୍ଦିର, ତାହା ଠିକ୍‌ ଭାବେ କହିହେବ ନାହିଁ। ବର୍ତ୍ତମାନ ମନ୍ଦିରର ଯେତିକି ଅଂଶ ରହିଛି ତାହା ପୂର୍ବ ମନ୍ଦିରର କେବଳ ଭଗ୍ନାବଶେଷ। ସେହିପରି ଏହି ମନ୍ଦିର ରାଜା ଭୌମକରଙ୍କ ରାଜୁତି ସମୟରେ ନିର୍ମାଣ ହୋଇଥିବା କେହି କେହି କହନ୍ତି। ଚାନ୍ଦବାଲି କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ଖଇରା ବ୍ଲକର ବିଭିନ୍ନ ପୁରାତନ କୀର୍ତ୍ତିରାଜି ଉପରେ ଗବେଷଣା କରୁଥିବା ଡ. ଅଜୟ ନାୟକ ଏହା ଜୈନ ନୁହେଁ ବରଂ ବୌଦ୍ଧ କୀର୍ତ୍ତି ବୋଲି ପ୍ରକାଶ କରିଛନ୍ତି ା ଏହାର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପ୍ରତି ପ୍ରତ୍ନତତ୍ତ୍ୱ ବିଭାଗ ଧ୍ୟାନ ଦେବା ଦରକାର ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri