ଲାଗିଲା ପୋଷ୍ଟର: କରୋନା ସଂକ୍ରମଣର ବାହକ ନ ହେବାକୁ ମାଓବାଦୀଙ୍କୁ ଆହ୍ବାନ

କୋକସରା, ୩୧।୩,(ଡି.ଏନ.ଏ.): କଳାହାଣ୍ଡି ଓ ନବରଙ୍ଗପୁର ଜଲା ସୀମାନ୍ତ ଆମପାଣି ଘାଟି ବିରିମୁହାଣ ଛକ ସମେତ ଆନ୍ଦିଝରନ, ଝୁଲେନବର, କୁଟ୍ରୁଠାରେ ମାଓବାଦୀଙ୍କ ଉଦ୍ଦେଶ୍ୟରେ ଫୋଷ୍ଟର ଲାଗିଛି। ପୋଷ୍ଟରେ ସଚେତନ ନାଗରିକ ମଞ୍ଚ ଓ ବିଶ୍ୱ ଆରୋଗ୍ୟ ଚେତନା ସମିତି ଉଲ୍ଲେଖ ରହିଛି। ଏଥିରେ ମାଓବାଦୀ ମାନଙ୍କୁ ଗାଁଗାଁ ବୁଲି ସଂକ୍ରମଣର ବାହକ ନ ହୋଇ ପୋଲିସ ପ୍ରଶାସନ ପାଖରେ ଆତ୍ମସମର୍ପଣ କରି ନିଜ ଜୀବନକୁ ସଂକ୍ରମଣରୁ ବଞ୍ଚାନ୍ତୁ ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି। ସଚେତନ ନାଗରିକ ମଞ୍ଚ ଓ ବିଶ୍ୱ ଆରୋଗ୍ୟ ଚେତନା ସମିତି ଉଲ୍ଲେଖ ଥିବା ପୋଷ୍ଟରରେ ଲେଖାଯାଇଛି ଯେ, ଜଙ୍ଗଲରେ ବୁଲୁଥିବା ମାଓବାଦୀମାନେ ଅନ୍ୟ ରାଜ୍ୟରୁ ଆସିଛନ୍ତି। ତେଣୁ ସେମାନଙ୍କ ଦ୍ୱାରା କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ଅଛି। ତେଣୁ ଜଙ୍ଗଲ ତଳି ଗଁାଲୋକେ ମାଓବାଦୀଙ୍କ ସଂସ୍ପର୍ଶ୍ୱରେ ଆସନ୍ତୁ ନାହି। ମାଓବାଦୀଙ୍କ ଦ୍ୱାରା ଆହୂତ ସଭା ସମିତିରେ ଯୋଗ ଦିଅନ୍ତୁ ନାହିଁ। ଏନେଇ ଆମପାଣି ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗିଙ୍କୁ ପଚାରିବାରୁ ପୋଷ୍ଟର ମାରିଥିବା ଘଟଣା ସତ। ତେବେ ଏହାକୁ କିଏ ଲଗାଇଛି ଓ ଏହାର ଉଦ୍ଦେଶ୍ୟ କଣ ତାହା ସ୍ପଷ୍ଟ ହୋଇନାହିଁ। ଘଟଣାର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରେ ୪ ନୂଆ ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଛୁଇଁଲା

କେନ୍ଦ୍ରାପଡା ଅଫିସ/ମାର୍ଶାଘାଇ/ମହାକାଳପଡା, ୧୬।୫(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୧୧ ତାରିଖ ସୁଦ୍ଧା ଜିଲାରେ ୯ଜଣ କରୋନା ପଜିଟିଭ ଚିହ୍ନଟ...

ଆସନ୍ତା ଶିକ୍ଷାବର୍ଷରୁ ହେବ କାର୍ଯ୍ୟକ୍ଷମ

ପୁରୀ ଅଫିସ, ୮ା୧୦:ଆସନ୍ତା ଶିକ୍ଷାବର୍ଷରୁ ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରାଇବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବୁଧବାର ଏକ...

ବାବନପୁରରେ ଗୋଷ୍ଠୀସଂଘର୍ଷ, ୧୦ରୁ ଊର୍ଦ୍ଧ୍ୱ ଆହତ

ପାତ୍ରପୁର,୧୬ା୯(ଡି.ଏନ୍‌.ଏ.)- ଜରଡ଼ା ଥାନା ଖମ୍ବାରୀଗଁା ପଞ୍ଚାୟତ ବାବନପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।...

ଘରୁ ଡାକି ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

କବିସୂର୍ଯ୍ୟନଗର,୧୫ା୧୦(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ବାଉଁଶିଆ ପଞ୍ଚାୟତ ସମିତି ସଭ୍ୟାଙ୍କ ସ୍ବାମୀ ନିରଞ୍ଜନ ଗୌଡ଼ଙ୍କୁ ଗତକାଲି ରାତିରେ ୩ଜଣ ଅଜଣା ଯୁବକ ଘରୁ ଡାକି...

ଧାନ ଫସଲରେ ହଳଦୀଗୁଣ୍ଡି ପୋକ: ଚିନ୍ତାରେ ଚାଷୀ

ଭାପୁର,୧୮ା୧୦(ଡି.ଏନ୍‌.ଏ.): ନୟାଗଡ଼ା ଜିଲା ଭାପୁର ବ୍ଲକ ଅଞ୍ଚଳରେ ସମ୍ପ୍ରତି ଧାନ ଫସଲରେ ପୋକ ଚାଷୀମାନଙ୍କୁ ଚିନ୍ତାରେ ପକାଇଛି। ବ୍ଲକରେ ଥିବା ୧୦ ହଜାର ଏକର ଚାଷଜମି...

ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ: ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଗୁରୁତ୍ୱ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ନିଯୁକ୍ତିର ବିପୁଳ ସୁଯୋଗ ରହିଛି। ଟୁରିଜମ୍‌ ଓ ଟ୍ରାଭେଲ ଇଣ୍ଡଷ୍ଟ୍ରିରୁ ହୋଟେଲ ଏବଂ ଆମ୍ୟୁଜମେଣ୍ଟ୍‌ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ, ସବୁକ୍ଷେତ୍ରରେ...

ହତ୍ୟା ଉଦ୍ୟମ ମାମଲା: ଦୁର୍ଦ୍ଦାନ୍ତ ଟୁନା କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୨ା୮: ଏନ୍‌କାଉଣ୍ଟର ପରେ ବି ଭୟ ନାହିଁ। ପୋଲିସକୁ ଚାଲେଞ୍ଜ କରି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଗିରଫ ହୋଇଛନ୍ତି ଦୁର୍ଦ୍ଦାନ୍ତ ଟୁନା...

‘ଓଡ଼ିଆ ମୋ ପରିବାରର’ ପ୍ରଥମ ବୈଠକ: ୩ ଦିଗ ଉପରେ କାର୍ଯ୍ୟ ଲାଗି ଖସଡା ପ୍ରସ୍ତୁତି

ଭୁବନେଶ୍ୱର,୫।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ‘ଓଡ଼ିଆ ମୋ ପରିବାରର’ ପ୍ରଥମ ଆନୁଷ୍ଠାନିକ ବୈଠକ ରବିବାର ନବୀନ ନିବାସରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆବାହକ...

Coronavirus Update

Archives

Model This Week

Why Dharitri