ଲଭ୍‌ ଟ୍ବିଷ୍ଟରେ ନବାଗତ ଯୋଡି ‘ଦେବ୍‌-ମନସ୍ମିତା’

ପ୍ରେମର ରାସ୍ତାରେ ଚାଲିବା ଏତେ ସହଜ ନୁହେଁ। ଏହି ରାସ୍ତା ଅନେକ ଜାଗାରେ କଣ୍ଟକିତ। ପ୍ରେମ କରିବା ସମୟରେ କେତେବେଳେ ମନରେ ଖୁସିର ମାହୋଲ ସୃଷ୍ଟି ହୁଏ ତ ପୁଣି କେତେବେଳେ ଦୁଃଖ ଅବସାଦର କଳା ବାଦଲ ହଠାତ୍‌ ମାଡିଆସିଥାଏ। ସେପରି ପରିସ୍ଥିତି ପ୍ରେମରେ ଟ୍ବିଷ୍ଟ ଆଣିଥାଏ। ସେପରି ଏକ ଭିନ୍ନ ଧରଣର କାହାଣୀକୁ ଚଳଚ୍ଚିତ୍ରର ରୂପ ଦିଆଯାଇଛି। ଟାଇଟଲ ରହିଛି ‘ଲଭ୍‌ ଟ୍ବିଷ୍ଟ’। ଏହି ସିନେମାର କାହାଣୀ, ଚିତ୍ରାନାଟ୍ୟ, ସଂଳାପ ରଚନା କରିବା ସହ ନିର୍ଦ୍ଦେଶନାର ଗୁରୁଦାୟିତ୍ୱ ତୁଲାଇଛନ୍ତି ସଚ୍ଚିଦାନନ୍ଦ ସାମଲ। ନବାଗତ ପ୍ରଯୋଜକ ଅନନ୍ତ କୁମାର ସାମଲ ଫିଲ୍ମଟିର ସଫଳତା ନେଇ ବେଶ୍‌ ଆଶା ରଖିଛନ୍ତି। ଖାସ୍‌ କଥା ହେଲା, ଏହି ଚଳଚ୍ଚିତ୍ରରେ ନବାଗତ ଯୋଡି ‘ଦେବ୍‌-ମନସ୍ମିତା’କୁ ବ୍ରେକ୍‌ ଦେଇଛନ୍ତି ପ୍ରଯୋଜକ। ଏହି ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଭୁବନେଶ୍ୱରସ୍ଥ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଡିଗ୍ରୀ ହାସଲ ପରେ ଦେବ୍‌ ‘ମନର ମାନସୀ’ ଟାଇଟଲ ବିଶିଷ୍ଟ ସିନେମାର ନିର୍ଦ୍ଦେଶନା ଦେଇସାରିଛନ୍ତି। ଅପରପକ୍ଷରେ ବଡ଼ ପରଦା ପାଇଁ ପ୍ରଥମ ଥର କ୍ୟାମେରା ସାମ୍‌ନା କରିଛନ୍ତି ନବାଗତା ମନସ୍ମିତା। ଅନନ୍ତ ବିହାରୀ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ପ୍ରଥମ ସିନେମାରେ ସଂଯୋଜିତ ଗୀତଗୁଡିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ବାପୁ ଗୋସ୍ବାମୀ, ଏବଂ ଡ. ନିର୍ମଳ ନାୟକ। ସୁଶୀଲ ଦଳାଇଙ୍କ ସ୍ବର ସଂଯୋଜନାରେ ଗୀତଗୁଡିକ ପାଇଁ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ବିଷ୍ଣୁ ମୋହନ କବି ଏବଂ ତାରିକ ଅଜିଜ୍‌। ଦେବ୍‌-ମନସ୍ମିତା ଯୋଡି ବ୍ୟତୀତ ଏଥିରେ ଅଜିତ ଦାସ, ମିହିର ଦାସ, ପୁଷ୍ପା ପଣ୍ଡା, ପ୍ରଜ୍ଞା ଏବଂ କାଳୀ ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଫିଲ୍ମଟି ଖୁବ୍‌ ଶୀଘ୍ର ପରଦା ଉପରକୁ ଆସିବ ବୋଲି ସୂଚନା ଦେଇଛନ୍ତି ପ୍ରଯୋଜକ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri