ଲଭ୍‌ ଟ୍ବିଷ୍ଟରେ ନବାଗତ ଯୋଡି ‘ଦେବ୍‌-ମନସ୍ମିତା’

ପ୍ରେମର ରାସ୍ତାରେ ଚାଲିବା ଏତେ ସହଜ ନୁହେଁ। ଏହି ରାସ୍ତା ଅନେକ ଜାଗାରେ କଣ୍ଟକିତ। ପ୍ରେମ କରିବା ସମୟରେ କେତେବେଳେ ମନରେ ଖୁସିର ମାହୋଲ ସୃଷ୍ଟି ହୁଏ ତ ପୁଣି କେତେବେଳେ ଦୁଃଖ ଅବସାଦର କଳା ବାଦଲ ହଠାତ୍‌ ମାଡିଆସିଥାଏ। ସେପରି ପରିସ୍ଥିତି ପ୍ରେମରେ ଟ୍ବିଷ୍ଟ ଆଣିଥାଏ। ସେପରି ଏକ ଭିନ୍ନ ଧରଣର କାହାଣୀକୁ ଚଳଚ୍ଚିତ୍ରର ରୂପ ଦିଆଯାଇଛି। ଟାଇଟଲ ରହିଛି ‘ଲଭ୍‌ ଟ୍ବିଷ୍ଟ’। ଏହି ସିନେମାର କାହାଣୀ, ଚିତ୍ରାନାଟ୍ୟ, ସଂଳାପ ରଚନା କରିବା ସହ ନିର୍ଦ୍ଦେଶନାର ଗୁରୁଦାୟିତ୍ୱ ତୁଲାଇଛନ୍ତି ସଚ୍ଚିଦାନନ୍ଦ ସାମଲ। ନବାଗତ ପ୍ରଯୋଜକ ଅନନ୍ତ କୁମାର ସାମଲ ଫିଲ୍ମଟିର ସଫଳତା ନେଇ ବେଶ୍‌ ଆଶା ରଖିଛନ୍ତି। ଖାସ୍‌ କଥା ହେଲା, ଏହି ଚଳଚ୍ଚିତ୍ରରେ ନବାଗତ ଯୋଡି ‘ଦେବ୍‌-ମନସ୍ମିତା’କୁ ବ୍ରେକ୍‌ ଦେଇଛନ୍ତି ପ୍ରଯୋଜକ। ଏହି ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଭୁବନେଶ୍ୱରସ୍ଥ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଡିଗ୍ରୀ ହାସଲ ପରେ ଦେବ୍‌ ‘ମନର ମାନସୀ’ ଟାଇଟଲ ବିଶିଷ୍ଟ ସିନେମାର ନିର୍ଦ୍ଦେଶନା ଦେଇସାରିଛନ୍ତି। ଅପରପକ୍ଷରେ ବଡ଼ ପରଦା ପାଇଁ ପ୍ରଥମ ଥର କ୍ୟାମେରା ସାମ୍‌ନା କରିଛନ୍ତି ନବାଗତା ମନସ୍ମିତା। ଅନନ୍ତ ବିହାରୀ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ପ୍ରଥମ ସିନେମାରେ ସଂଯୋଜିତ ଗୀତଗୁଡିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ବାପୁ ଗୋସ୍ବାମୀ, ଏବଂ ଡ. ନିର୍ମଳ ନାୟକ। ସୁଶୀଲ ଦଳାଇଙ୍କ ସ୍ବର ସଂଯୋଜନାରେ ଗୀତଗୁଡିକ ପାଇଁ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ବିଷ୍ଣୁ ମୋହନ କବି ଏବଂ ତାରିକ ଅଜିଜ୍‌। ଦେବ୍‌-ମନସ୍ମିତା ଯୋଡି ବ୍ୟତୀତ ଏଥିରେ ଅଜିତ ଦାସ, ମିହିର ଦାସ, ପୁଷ୍ପା ପଣ୍ଡା, ପ୍ରଜ୍ଞା ଏବଂ କାଳୀ ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଫିଲ୍ମଟି ଖୁବ୍‌ ଶୀଘ୍ର ପରଦା ଉପରକୁ ଆସିବ ବୋଲି ସୂଚନା ଦେଇଛନ୍ତି ପ୍ରଯୋଜକ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri