ଲତାଙ୍କ ପୁରୁଣା ଫଟୋ ଶେୟାର କରି ଭାବବିହ୍ବଳ ହେଲେ ରିଷି

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଅମିତାଭ ବଚ୍ଚନ ଅନେକ ସମୟରେ କିଛି ନା କିଛି ପୁରୁଣା ଫଟୋ ଓ ଭିଡିଓ ଶେୟାର କରି ଆସିଥାଆନ୍ତି ଚର୍ଚ୍ଚାକୁ। ନିକଟରେ କିନ୍ତୁ କପୁର ଖାନଦାନର ଦାୟଦ ଏମିତି ଏକ ଫଟୋ ଶେୟାର କରି ହୋଇଛନ୍ତି ଭାବ ବିହ୍ବଳ। ଏହି ଫଟୋସହ ବଲିଉଡ୍‌ ଅଭିନେତା ରିଷି କପୁର ତାଙ୍କ ପୁରୁଣା ସ୍ମୃତିକୁ ମନେପକାଇଛନ୍ତି। ଅବଶ୍ୟ ଫଟୋଟି ତାଙ୍କ ପାଇଁ ବେଶ୍‌ ଗୁରୁତ୍ୱ ରଖେ। ଫଟୋରୁ ଯାହା ଅନୁମାନ କରାଯାଉଛି ରିଷି ବୋଧହୁଏ ୨-୩ ମାସର ହୋଇଥିବା ବେଳେ ଭାରତ ରତ୍ନ ଲତାମଙ୍ଗେସକର ତାଙ୍କୁ କୋଳରେ ଧରିଛନ୍ତି। ଏହି ଫଟୋ ଶେୟାର କରିବା ସହ କ୍ୟାପଶନରେ ରିଷି ଲେଖିଛନ୍ତି ଲତାଜୀ ଦେଖନ୍ତୁ ଆପଣଙ୍କ ଆଶୀର୍ବାଦ ପାଇଁ ଆଜି ମୁଁ ଏହି ଫଟୋଟି ପାଇ ଯାଇଛି। ଆପଣଙ୍କ ଆଶୀର୍ବାଦ ସବୁବେଳେ ମୋ ଉପରେ ଥାଉ। ଏହି ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିବା ପରେ ଅନେକ ଏହାକୁ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଫେରି ପାରୁ ନାହାଁନ୍ତି ରାମ

ମୁମ୍ବାଇ: ଟେଲିଭିଜନ ପରଦାରେ ଦିନେ ଚହଳ ପକାଇଥିବା ରାମାନନ୍ଦ ସାଗରଙ୍କ ଧାରାବାହିକ ରାମାୟଣ ଏବେବି ଦର୍ଶକଙ୍କ ମନରେ ଅଭୁଲା ହୋଇରହିଛି। ଯେତେବେଳେ ଏହା ପ୍ରସାରଣ ହେଉଥିଲା...

ଅଜୟ-ସୈଫ୍‌ଙ୍କ ‘ତାନାଜୀ’ର ରେକର୍ଡ, ସପ୍ତାହେ ନ ପୂରୁଣୁ ଶହେ କୋଟି କ୍ଲବରେ ସାମିଲ

ବମ୍ବେ: ରିଲିଜର ଗୋଟିଏ ସପ୍ତାହ ନ ପୂରୁଣୁ ଶହେ କୋଟି କ୍ଲବରେ ସାମିଲ ହୋଇଛି ଫିଲ୍ମ ‘ତାନାଜି-ଦ ଅନ୍‌ସଙ୍ଗ ଓ୍ବାରିୟର’। ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ...

ହାସ୍ୟ ଅଭିନୟ କରିବାକୁ ଆଗ୍ରହୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା ହାସ୍ୟ ଅଭିନୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ୧୯୮୫ରେ ପ୍ରଥମକରି ଫିଲ୍ମ ଦୁନିଆରେ ପାଦ ଥାପିଥିଲେ। ତାହା...

୩୫ ବର୍ଷରେ ସୋନମ୍‌ କପୁର

ମୁମ୍ବାଇ,୯।୬: ବଲିଉଡ୍‌ ନାୟିକା ସୋନମ୍‌ କପୁର ମଙ୍ଗଳବାର ୩୫ ବର୍ଷରେ ପାଦ ଥାପିଛନ୍ତି। ୧୯୮୫ ଜୁନ୍‌ ୯ରେ ମୁମ୍ବାଇର ଚେମ୍ବୁରଠାରେ ସେ ଜନ୍ମ ଗ୍ରହଣ କରିଥିଲେ।...

ଏହି ବ୍ୟକ୍ତିଙ୍କୁ ମନେ ପକାଇ ହସ୍ପିଟାଲରେ ରାତି କାଟୁଛନ୍ତି ଅମିତାଭ ବଚ୍ଚନ

ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହସ୍ପିଟାଲରୁ ଅମିତାଭ ବଚ୍ଚନ ତାଙ୍କ ପ୍ରଶଂସକଙ୍କ ପାଇଁ ପ୍ରତିଦିନ କିଛି...

ମୁଁ କୌଣସି ପୁରସ୍କାର କିଣିବାକୁ ଚାହିଁନି: ଗୋବିନ୍ଦା

ବଲିଉଡ୍‌ ହିରୋ ଗୋବିନ୍ଦାଙ୍କୁ ଶେଷଥର ପାଇଁ ଫିଲ୍ମ ‘ରଙ୍ଗିଲା ରାଜା’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ସେତେଟା କମାଲ ଦେଖାଇ ପାରି ନ...

ପିତାଙ୍କ ଫଟୋ ଶେୟାର କରି ଭାବୁକ ହେଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବେ ପୋଲାଣ୍ଡରେ ଅଛନ୍ତି। ସେଠାରୁ ସେ ତାଙ୍କ ପିତା ତଥା ଭାରତର ମହାନ୍‌ କବି ହରିବଂଶ ରାୟ ବଚ୍ଚନଙ୍କ...

ପୁଣିଥରେ ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ସହ ନଜର ଆସିବେ ରଣବୀର !

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର କପୁର ପୁଣିଥରେ ତାଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ସଙ୍ଗେ ସ୍କ୍ରିନ୍‌ ଶେୟାର କରିବେ ବୋଲି ଶୁଣିବାକୁ ମିଳିଛି। ହେଲେ କ୍ୟାଟ୍ରିନା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *