ଲଣ୍ଡନ ବ୍ରିଜ୍‌ ଆକ୍ରମଣରେ ୨ ମୃତ

ଲଣ୍ଡନ,୧ା୧୨(ପି.ଟି.): ଲଣ୍ଡନ ବ୍ରିଜ୍‌ରେ ଶୁକ୍ରବାର ଜଣେ ଆତଙ୍କବାଦୀଙ୍କ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୩ ଆହତ ହୋଇଥିଲେ। ପୋଲିସ ଗୁଳିରେ ଆକ୍ରମଣକାରୀ ନିହତ ହୋଇଛନ୍ତି। ଲଣ୍ଡନ ଷ୍ଟକ୍‌ ଏକ୍ସଚେଞ୍ଜ ବିସ୍ଫୋରଣ ଘଟଣାରେ ସେ ଦୋଷୀସାବ୍ୟସ୍ତ ହୋଇ ୭ ବର୍ଷ ଜେଲ୍‌ ଯାଇଥିଲେ। ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ତାଙ୍କର ପରିବାର ରହୁଛନ୍ତି। ସେଠାରେ ସେ ଏକ ଆତଙ୍କବାଦୀ ତାଲିମ ଶିବିର ଖୋଲିଥିବା ଜଣାପଡିଛି। ଉସ୍‌ମାନ ଖାନ୍‌ ନାମକ ଏହି ଆତଙ୍କବାଦୀ ମୁମ୍ବାଇ ଷ୍ଟାଇଲ୍‌ରେ ବ୍ରିଟେନ ପାର୍ଲାମେଣ୍ଟ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ବୋଲି ୨୦୧୨ରେ ତାଙ୍କୁ ଦଣ୍ଡିତ କରିଥିବା ବିଚାରପତି କହିଛନ୍ତି। ଉସ୍‌ମାନ ଶୁକ୍ରବାର ପାରୋଲରେ ବାହାରିବା ପରେ ଆକ୍ରମଣାତ୍ମକ ହୋଇଯାଇଥିଲେ। ସେ ଲଣ୍ଡନ ବ୍ରିଜ୍‌ରେ ପହଞ୍ଚତ୍ ଆଖିବୁଜା ଛୁରାମାଡ଼ କରିଥିଲେ। ପୋଲିସ ଗୁଳିରେ ନିହତ ହେବା ପୂବରୁ ସେ ଦୁଇ ଜଣଙ୍କୁ ହତ୍ୟା କରିବା ସହ ଅନ୍ୟ ୩ ଜଣଙ୍କୁ ଆହତ କରିଥିଲେ। ୨୮ ବର୍ଷୀୟ ଉସ୍‌ମାନ ଷ୍ଟାଫୋର୍ଡଶାୟାର ଅଞ୍ଚଳରେ ରହୁଥିଲେ। ତାଙ୍କର ଅଲ୍‌-କାଏଦା ସହ ସମ୍ପୃକ୍ତି ଥିବା ବିଶ୍ୱାସ କରାଯାଉଥିଲା। ଏଥିସହିତ ଆଇଏସ୍‌ ଆତଙ୍କବାଦୀ ସଂଗଠନ ସହ ତାଙ୍କର ସମ୍ପର୍କ ଥାଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌-ମୋଟରସାଇକେଲ ମୁହାଁମୁହିଁ, ୨ ଭାଇ ଗୁରୁତର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଜ କାର୍‌ରେ ନେଇ…

ପଟାଙ୍ଗି,୧୦ା୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଗିର୍ଲିଗୁଡ଼ା ଛକ ନିକଟରେ ମାରୁତି କାର୍‌ ସହ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ କାର୍‌ରେ…

ଆମେରିକାକୁ ଖୋଲା ଧମକ ଦେଇ କଡ଼ା ଭାଷାରେ ଇରାନ କହିଲା, ‘ଆମ ମାଟିରେ ପାଦ ରଖିଲେ, ଆମେ ତୁମର ଗୋଡ଼ କାଟି ଦେବୁ’

ତେହରାନ,୧୦।୮: ଇରାନ ଏବଂ ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଇରାନ ସେନା ୱାଶିଂଟନକୁ ଏକ କଡ଼ା ଚେତାବନୀ ଦେଇଛି। ଇରାନ ସେନାର ସ୍ଥଳସେନାର କମାଣ୍ଡର ବ୍ରିଗେଡିୟର…

ବନ୍ଦ ହେବ ଯୁଦ୍ଧ! ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲାଯିବାକୁ ଟ୍ରମ୍ପ ଆଗ୍ରହୀ; ଆମେରିକା ପରମାଣୁ ପ୍ରସଙ୍ଗକୁ ସ୍ଥଗିତ ରଖିବାକୁ ଇଚ୍ଛୁକ

ଓ୍ବାଶିଂଟନ,୧୦।୮: ହର୍ମୁଜ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ଖୋଲିବା ନେଇ ଇରାନ ଏବଂ ଓମାନ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତଥାପି, ଇରାନ ସ୍ପଷ୍ଟ କରିଛି…

ଢେପାଗୁଡ଼ାରେ ପୁଣି ଭୂସ୍ଖଳନ, ୪ ପରିବାର ଅନ୍ୟତ୍ର ସ୍ଥାନାନ୍ତର

ରାଇକିଆ,୧୦ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ଢେପାଗୁଡ଼ା ଗ୍ରାମରେ ପୁଣି ଭୂସ୍ଖଳନ ହୋଇଛି। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ଗାଁକୁ…

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri